ଜୀବିତଙ୍କ ନାଁରେ କୋଭିଡ୍‌ ସହାୟତା

ନୟାଗଡ଼ ଅଫିସ,୧୨।୧୨: ଜୀବିତ ଲୋକଙ୍କ ନାମରେ କୋଭିଡ୍‌ ମୃତକଙ୍କ ପାଇଁ ଉଦ୍ଦିଷ୍ଟ ସହାୟତା ରାଶି ନୟାଗଡ଼ ଜିଲାର କେତେଜଣ ଲୋକଙ୍କୁ ମିଳିଛି। ଏହା ପରେ କୋଭିଡ୍‌ ମୃତକଙ୍କ ରିପୋର୍ଟ ଉପରେ ପ୍ରଶ୍ନ ଉଠିଛି। ଏନେଇ ଭାପୁର ବ୍ଲକ ଭାପୁର ପଞ୍ଚାୟତର କୁବେର ସାହୁ କ୍ଷୋଭର ସହ କହିଛନ୍ତି, ମୁଁ ବଞ୍ଚି ଥାଉ ଥାଉ ପ୍ରଶାସନ ମୋତେ ମାରି ଦେଇଛି। କୁବେରଙ୍କ ସୂଚନା ଅନୁସାରେ ତାଙ୍କୁ କରୋନା ହୋଇଥିଲା। ସେ କୌଣସି କୋଭିଡ୍‌ ସେଣ୍ଟରକୁ ଯାଇ ନ ଥିଲେ। ହୋମ୍‌ ଆଇସୋଲେଶନରେ ରହି ସୁସ୍ଥ ହୋଇଛନ୍ତି। ସେହିପରି ଭାପୁର ବ୍ଳକ ଗୋଳାପୋଖରୀ ପଞ୍ଚାୟତ ତରାବାଲୋ ଗଁାର କୁନ୍ତଳା ବେହେରା, ଶାଳପଡ଼ା ପଞ୍ଚାୟତ କେନ୍ଦୁପଲ୍ଲୀ ଗାଁର ନାରାୟଣ ପଣ୍ଡା, ବିଜିପୁର ପଞ୍ଚାୟତ ମାଳିବେରଣୀ ଗାଁର ଜଣେ ବ୍ୟକ୍ତି ମଧ୍ୟ ଅନୁରୂପ ଭାବେ ପ୍ରାଣ ହରାଇଛନ୍ତି ବୋଲି ତହସିଲଦାରଙ୍କ ପାଖକୁ ଆସିଥିବା ରିପୋର୍ଟ କହୁଛି। ହେଲେ ଏହି ବ୍ୟକ୍ତିମାନେ ଜୀବିତ ଅଛନ୍ତି ଏବଂ ତଦନ୍ତ ଦାବି କରିଛନ୍ତି। ଏପରି ଅବ୍ୟବସ୍ଥା ଖଣ୍ଡପଡ଼ା, ଓଡ଼ଗଁା, ରଣପୁର ବ୍ଲକରେ ହୋଇଥିବା ଅଭିଯୋଗ ହୋଇଛି ା
କୋଭିଡ୍‌ରେ ନୟାଗଡ଼ ଜିଲାରେ କେତେ ଲୋକ ମରିଛନ୍ତି ସେନେଇ ଠିକ୍‌ ତଥ୍ୟ ଆଜିପର୍ଯ୍ୟନ୍ତ ଜଣାପଡ଼ିନାହିଁ। କୋଭିଡ୍‌କୁ ସରକାର ମହାମାରୀ ଘୋଷଣା କରିବା ପରେ ଏଥିରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ଯୋଗାଉଛନ୍ତି। ତେବେ ବିଭିନ୍ନ ତହସିଲକୁ କୋଭିଡ୍‌ ମୃତକଙ୍କୁ ନେଇ ଯେଉଁ ରିପୋର୍ଟ ଆସିଛି ସେଥିରେ ତ୍ରୁଟି ରହିଛି। ଆରଆଇ ରିପୋର୍ଟ ଧରି ଗଁାକୁ ଯିବାବେଳେ ବଞ୍ଚିଥିବା ଲୋକଙ୍କ ପରିବାର ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। କେତେକ ସ୍ଥାନରେ ଉତ୍ତେଜନା ସୃଷ୍ଟି ହେଉଛି। ଫଳରେ ଆରଆଇମାନେ ହଟହଟା ହେଉଛନ୍ତି। ଏନେଇ ମୋରଡା ଆରଆଇ ପ୍ରଫୁଲ ବେହେରା, ଭାପୁର ତହସିଲଦାର ତୃପ୍ତି ମହାନ୍ତିଙ୍କୁ ଯୋଗାଯୋଗ କରିବାରୁ ସେମାନେ ଫୋନ ଉଠାଇ ନ ଥିଲେ। ଉପଜିଲାପାଳ ଲଗ୍ନଜିତ ରାଉତଙ୍କୁ ଯୋଗାଯୋଗ କରିବାରୁ ସେ କୋଭିଡ୍‌ ମୃତକ ରିପୋର୍ଟରେ ତ୍ରୁଟି ରହିଥିବା ସ୍ବୀକାର କରିଥିଲେ। ରିପୋର୍ଟକୁ ଯାଞ୍ଚ କରି ସହାୟତା ରାଶି ବଣ୍ଟନ କରିବାକୁ ତହସିଲଦାରମାନଙ୍କୁ କୁହାଯାଇଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାରେ ବି ବଢୁଛି ପର୍ଯ୍ୟଟକଙ୍କ ଭିଡ଼: ଦାରିଙ୍ଗବାଡ଼ି ପର୍ଯ୍ୟଟନ ବିକାଶ ପାଇଁ ନୂଆ ପଦକ୍ଷେପ

ଦାରିଙ୍ଗବାଡ଼ି,୪।୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ିକୁ ବର୍ଷତମାମ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର କରିବା ସହ ପର୍ଯ୍ୟଟନ କ୍ଷେତ୍ରର ଆହୁରି ବିକାଶ ଓ ରୂପାନ୍ତରଣ ପାଇଁ…

ଜନ୍ମଗତ ନାଗରିକତ୍ୱ: ଟ୍ରମ୍ପ୍‌ଙ୍କ ନୂତନ ନିର୍ଦ୍ଦେଶନାମା ଉପରେ ରୋକ

ଓ୍ବାଶିଂଟନ,୪।୯(ପି.ଟି.): ଆମେରିକାର ସୁପ୍ରିମକୋର୍ଟ ତାଙ୍କର ପୂର୍ବ ପ୍ରୟାସକୁ ପ୍ରତ୍ୟାଖ୍ୟାନ କରିବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଜାରି କରିଥିବା ଜନ୍ମଗତ ନାଗରିକତା ପାଇବାକୁ ଯୋଗ୍ୟ ବ୍ୟକ୍ତିଙ୍କ ସଂଖ୍ୟାକୁ…

ପମ୍ପ ଅପରେଟର ପାଇନାହାନ୍ତି ୬ ମାସର ପାରିଶ୍ରମିକ: ୭ରୁ କାର୍ଯ୍ୟବନ୍ଦ ଚେତାବନୀ

ଲୋଇସିଂହା, ୩ା୯: ଲୋଇସିଂହା ଏନ୍‌ଏସି ଅଧୀନ ଲୋଇସିଂହା ଓ ବୁର୍ଡା ଅଞ୍ଚଳରେ କାର୍ଯ୍ୟରତ ଏସିଏମ୍‌ ଓ ପାନୀୟଜଳ ପ୍ରକଳ୍ପର ପମ୍ପ ଅପରେଟରମାନେ ଦୀର୍ଘ ୬ ମାସ ଧରି…

ଟ୍ୟାକ୍ସ ଟାଣୁଛି ଟୋଲପ୍ଲାଜା, ଜୀବନ ନେଉଛି ରାଜପଥ: ନୀରବଦ୍ରଷ୍ଟା ସାଜିଛି ଏନ୍‌ଏଚ୍‌ଏଆଇ

ବରଗଡ଼,୪।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୪ଲେନ୍‌ ବିଶିଷ୍ଟ ୫୩ ନମ୍ବର ଜାତୀୟ ରାଜପଥ ବେହାଲ୍‌ ହୋଇପଡ଼ିଛି। ରାଜପଥର ବିଭିନ୍ନ ସ୍ଥାନରେ ଖାଲଖମା ପୂରି ରହିଛି।…

୧୮ଦିନ ହେଲା ଘରକୁ ଫେରିନାହାନ୍ତି ଜୟଲାଲ: ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଯାଇଥିଲେ ଛତିଶଗଡ଼

ନୂଆପଡ଼ା,୪ା୯ (ମକାରୁ ବେମାଲ):ଜଣେ ଦଲାଲଙ୍କ ମାଧ୍ୟମରେ ଚିକିତ୍ସା ପାଇଁ ଛତିଶଗଡ଼ର ଦୁର୍ଗ ଅଞ୍ଚଳକୁ ଯାଇଥିବା ନୂଆପଡା ଜିଲାର ଜଣେ ଯୁବକ ୧୮ଦିନ ହେଲା ଘରକୁ ଫେରିନାହାନ୍ତି। ଏହାକୁ…

ବର୍ଷାକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ…

ଭୁବନେଶ୍ୱର,୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଫଳରେ ରାଜ୍ୟକୁ ଏବେ ଲଘୁଚାପ…

ଜମନକିରା ବ୍ଲକରେ ହାତୀ ଉପଦ୍ରବ: ଏକର ଏକର ଧାନ କ୍ଷେତ ଉଜୁଡ଼ିଲା, ଚିନ୍ତାରେ ଚାଷୀକୂଳ

ଜମନକିରା,୪।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ବ୍ଲକ ଅଞ୍ଚଳରେ ହାତୀପଲଙ୍କ ଉପଦ୍ରବ ଏବେ ଚରମ ସୀମାରେ ପହଞ୍ଚିଛି । ବିଶେଷ କରି ବଡ଼ରମା ବନ୍ୟପ୍ରାଣୀ ରେଞ୍ଜ…

ମିଳୁନି ମୌଳିକ ସୁବିଧା, ଚଟାଣରେ ବସି ପଢ଼ୁଛନ୍ତି ପିଲା: ୪୬ ଛାତ୍ରୀଛାତ୍ରଙ୍କ ପାଇଁ ୨ ଶିକ୍ଷକ

ଗଞ୍ଜାମ, ୪ା୯ (ଅନାଥ ତରାଇ):ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମ ପ୍ରବେଶ ପଥ ନିକଟରେ ଥିବା ପୁଇଁତୋଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦୀର୍ଘଦିନ ଧରି ଭିତ୍ତିଭୂମି ଅଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri