ସ୍ବାଧିନତା ଦିବସରେ ପୁରୁଷୋତ୍ତମପୁର NAC ଆଗରେ କାଉନସିଲର-ଜନସାଧାରଣଙ୍କ ଧାରଣା, ଆତ୍ମାହୁତି ଚେତାବନୀ

ପୁରୁଷୋତ୍ତମପୁର,୧୫।୮(ସବିତା ମିଶ୍ର): ସାରାଦେଶ ସ୍ବାଧିନତା ଦିବସକୁ ମହାଆଡ଼ମ୍ବରରେ ପାଳନ କରୁଥିବାବେଳେ ଗଞ୍ଜାମ  ଜିଲା ପୁରୁଷୋତ୍ତମପୁର ଏନଏସିର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ପରାଧୀନ ଅବସ୍ଥାରେ ରହିଥିବା ଅଭିଯୋଗ ଆଣିଛନ୍ତି। ଏନଏସିର କାଉନସିଲର ଏବଂ ସ୍ଥାନୀୟ ବାସିନ୍ଦାମାନେ ଖୋଦ୍ ଏନଏସି କାର୍ଯ୍ୟାଳୟ ଆଗରେ ଧାରଣାରେ ବସି ପ୍ରତିବାଦ କରିଛନ୍ତି, ଯାହାକି ସ୍ଥାନୀୟ ଅଞ୍ଚଳରେ ଏକପ୍ରକାର ଲଜ୍ଜାଜନକ ଘଟଣା ପାଲଟିଛି।

ପୁରୁଷୋତ୍ତମପୁର ଏନଏସିରେ ଷ୍ଟ୍ରିଟ୍‌ଲାଇଟ୍‌ଠାରୁ ଆରମ୍ଭ କରି ଡ୍ରେନ୍, ଶୌଚାଳୟ, ପାନୀୟ ଜଳ ଏବଂ ଅତି ଜରୁରୀ ମୌଳିକ ସମସ୍ୟାଗୁଡ଼ିକ ଦୀର୍ଘଦିନ ହେଲା ଲାଗି ରହିଥିଲେ ମଧ୍ୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉ ନଥିବାରୁ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଉଗ୍ର ରୁପ ନେଇଥିଲା। ଏହି ସମୟରେ ନିର୍ବାହୀ ଅଧିକାରୀ ବଡ଼ ନା ଲାଇଟ୍ ଲଗାଉଥିବା କର୍ମଚାରୀ ଶୁଭକାନ୍ତ ବାରିକ ବଡ଼ ବୋଲି ପ୍ରଶ୍ନ କରି ଆନ୍ଦୋଳନକାରୀମାନେ ବିଭିନ୍ନ ନାରାବାଜି କରିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ତୁରନ୍ତ ପଦକ୍ଷେପ ନ ନେଲେ ଜନସାଧାରଣ ଆତ୍ମାହୁତି ଦେବାର ଚେତାବନୀ ମଧ୍ୟ ଦେଇଛନ୍ତି।

ଘଟଣା ସମ୍ପର୍କରେ ଖବର ପାଇ ପୁରୁଷୋତ୍ତମପୁର ତହସିଲଦାର ବିନୋଦ ବେହେରା ଓ ଆଇଆଇସି କୁଳମଣି ସେଠି ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏହାପରେ ତହସିଲଦାରଙ୍କ ତତ୍ତ୍ବାବଧାନରେ ନିର୍ବାହୀ ଅଧିକାରୀ ସଂଗୀତା ସେଠି, ଏନଏସି ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ବିଧାୟକଙ୍କ ପ୍ରତିନିଧି ସୁଦର୍ଶନ ବେହେରା, ଏମପି ପ୍ରତିନିଧି ବିଶ୍ବଭୂଷଣ ମହାପାତ୍ର, କାଉନସିଲର ଏବଂ ସ୍ଥାନୀୟ ବୁଦ୍ଧିଜୀବୀମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ କପିଳେଶ୍ବର ମନ୍ଦିର ନିକଟରେ ଶ୍ମଶାନ ଘାଟ ନିର୍ମାଣ, ରଥସାହି ପଛପଟ କେନାଲ ରାସ୍ତାରେ ଷ୍ଟ୍ରିଟ୍‌ଲାଇଟ୍ ପୋଲ ପୋତି ଆଲୋକୀକରଣ ବ୍ୟବସ୍ଥା, ରଥସାହି ଛକ ଓ କାଳୀମନ୍ଦିର ଛକଠାରେ ଆକ୍ୱାଗାର୍ଡ ମାଧ୍ୟମରେ ପାନୀୟ ଜଳ ଯୋଗାଣ, କାଳୀମନ୍ଦିର ଛକଠାରେ ଶୌଚାଳୟ ନିର୍ମାଣ ତଥା ବିଭିନ୍ନ ସାହିବସ୍ତିରେ ରାସ୍ତାଘାଟ ମରାମତି ଓ ଡ୍ରେନେଜ୍ ବ୍ୟବସ୍ଥାର ସୁଧାର ଆଦି ଜରୁରୀ କାର୍ଯ୍ୟଗୁଡ଼ିକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯିବା ନେଇ ଜିଲ୍ଲାପାଳଙ୍କୁ ଜଣାଇ ପଦକ୍ଷେପ ନେବାକୁ ତହସିଲଦାର ପ୍ରତିଶ୍ରୁତି ଦେଇଥିଲେ।

ଅନ୍ୟପକ୍ଷରେ, ଏନଏସି ନିର୍ବାହୀ ଅଧିକାରୀ ସଂଗୀତା ସେଠି କହିଛନ୍ତି ଯେ ଶୌଚାଳୟ ନିର୍ମାଣ ପାଇଁ ଟେଣ୍ଡର ପକାଇଥିବା ଠିକାଦାର ବହୁମୂଲ୍ୟ କାଟି ଟେଣ୍ଡର ଦେଇଥିବାରୁ କାମ ଠିକ୍ ଭାବେ ହେବା ନେଇ ବୈଷୟିକ କମିଟି ଆଶଙ୍କା ପ୍ରକାଶ କରିଛନ୍ତି, ଯାହାଫଳରେ ସେଠାରେ ସମସ୍ୟା ଦେଖାଦେଇଛି। ଏଥିସହ ଆନ୍ଦୋଳନ ସମ୍ପର୍କରେ ତାଙ୍କୁ କେହି ପୂର୍ବରୁ ଜଣାଇ ନଥିଲେ ଏବଂ ସେ ବାହାରକୁ ଯିବା ସମୟରେ ଧାରଣାରେ ବସିଥିବାର ଦେଖି କାରଣ ପଚାରି ବୁଝିଥିଲେ ବୋଲି ସେ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

କାଗଜପତ୍ରରେ ବଦଳିଲା, ନାମଫଳକରେ ନାହିଁ: ବରଗଡ଼ର ଇଂରାଜୀ ବନାନକୁ ନେଇ ଦ୍ୱନ୍ଦ୍ୱରେ ଜିଲାବାସୀ

ବରଗଡ଼, ୩୦ା୯(ପ୍ରେମାନନ୍ଦ ଖମାରୀ): ରାଜ୍ୟର ବିଭିନ୍ନ ଜିଲା, ଉପଖଣ୍ଡ, ତହସିଲ, ବ୍ଲକ ଏବଂ ସହରାଞ୍ଚଳଗୁଡ଼ିକର ଅଶୁଦ୍ଧ ତଥା ଅପଭ୍ରଂଶ ଇଂରାଜୀ ବନାନକୁ ସଂଶୋଧନ କରି ଓଡ଼ିଶାର ଭାଷାଗତ…

ପ୍ରସିଦ୍ଧ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ମହାଆଡ଼ମ୍ବରରେ ସମ୍ପନ୍ନ, କମ୍ପିଲା ଲାଞ୍ଜିଗଡ଼; ତତଲା ନିଆଁ ଉପରେ ଚାଲିଲେ…

ଲାଞ୍ଜିଗଡ଼,୩୦ା୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ସହରର ପରମ ଆରାଧ୍ୟ ଦେବତା ଅଗ୍ନି ଭୈରବଙ୍କ ବିଶ୍ୱପ୍ରସିଦ୍ଧ ଝାମୁଯାତ୍ରା ବୁଧବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି…

ସାନଖେମୁଣ୍ଡିରେ ବ୍ୟାପିଲା ଝାଡ଼ାବାନ୍ତି, ଜଣଙ୍କ ମୃତ୍ୟୁ, ୪ ଗୁରୁତର; ବ୍ରହ୍ମପୁର MKCGରେ…

ଦିଗପହଣ୍ଡି,୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପୋଡ଼ାମାରି ପଞ୍ଚାୟତ ମାର୍ଥାପୁର ଗାଁରେ ଗତ ୪ ଦିନ ହେଲା ଝାଡ଼ାବାନ୍ତି କାୟା ବିସ୍ତାର କରିବାରେ ଲାଗିଛି।…

ଅନଲାଇନ୍ ଗେମିଂ-ବେଟିଂ ନାଁରେ କୋଟି କୋଟି ଟଙ୍କାର ସାଇବର ଠକେଇ! ଗଞ୍ଜାମରେ ଗିରଫ ହେଲେ ଆଉ ଜଣେ ଅଭିଯୁକ୍ତ

ଛତ୍ରପୁର,୩୦।୯(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ) : ଅନଲାଇନ୍ ଗେମିଂ, ବେଟିଂ ଓ ଇନଭେଷ୍ଟମେଣ୍ଟ ଆପ୍ ମାଧ୍ୟମରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଠକେଇ କରୁଥିବା ଏକ ସାଇବର ନେଟୱର୍କକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?