Posted inଜାତୀୟ

ଏକାଠି ନ ରହି ପାରିଲେ, ଅଲଗା ହେବା ଶ୍ରେୟସ୍କର…

ନୂଆଦିଲ୍ଲୀ,୪।୧୦: ଦାମ୍ପତ୍ୟ ଜୀବନ ଉପରେ ସୁପ୍ରିମ୍‌କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ସ୍ତ୍ରୀ-ସ୍ବାମୀ ଏକାଠି ରହିବାରେ ସମସ୍ୟା ଉପୁଜୁଛି ତେବେ ପରସ୍ପର ଛାଡିବା ଶ୍ରେୟସ୍କର। ଦାମ୍ପତ୍ୟ ଜୀବନରେ ଉଠିଥିବା ଝଡ଼ ଦୀର୍ଘ ବର୍ଷ ଜାରି ରହିଲେ ଏଭଳି ନିଷ୍ପତ୍ତି ଭୁଲ୍‌ ନୁହେଁ ବୋଲି କୋର୍ଟ କହିଛନ୍ତି। ୧୯୯୫ ଠାରୁ ବର୍ତ୍ତମାନ ମାତ୍ର ୫ ଦିନ ଏକାଠି ରହିଥିବା ଦମ୍ପତିଙ୍କର ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଏଭଳି କହିଛନ୍ତି। ଏହି ମାମଲାରେ ହାଇକୋର୍ଟ ଛାଡପତ୍ର ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବିରୋଧରେ ସ୍ତ୍ରୀ ସୁପ୍ରିମକୋର୍ଟରେ ପହଞ୍ଚିଥିଲେ। ଏହି ମାମଲାର ଶୁଣାଣି କରି ବିଚାରପତି ଏମ.ଆର. ଶାହା ଏବଂ ଏ.ଏସ୍‌. ବୋପନ୍ନାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, ଦମ୍ପତିଙ୍କ ବ୍ୟବହାରିକ ମନୋଭାବ ରହିବା ଆବଶ୍ୟକ। ଜୀବନ ବ୍ୟାପୀ ପରସ୍ପର ମଧ୍ୟରେ ଝଗଡ଼ାରେ ବିତାଇବା ସମ୍ଭବ ନୁହେଁ। ଏବେ ଉଭୟଙ୍କର ବୟସ ଯାଥାକ୍ରମେ ୫୦ ଏବଂ ୫୫ବର୍ଷ ।

ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ରକ୍ଷଣାବେକ୍ଷଣ ସମ୍ପର୍କରେ ଦମ୍ପତି ନିଜ ମଧ୍ୟରେ ନିଷ୍ପତ୍ତି ନେବା ଉଚିତ। ଡିସେମ୍ବରରେ ସ୍ତ୍ରୀଙ୍କ ଆବେଦନ ଉପରେ ବିଚାର କରିବାକୁ ଶୀର୍ଷ କୋର୍ଟ ନିଷ୍ପତ୍ତି ନେଇଛନ୍ତି। ମହିଳାଙ୍କ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ ସୁପ୍ରିମକୋର୍ଟରେ କହିଛନ୍ତି ଯେ ହାଇକୋର୍ଟଙ୍କ ତରଫରୁ ଛାଡପତ୍ର ଦେବା ଭୁଲ । ଆପୋଷ ବୁଝାମଣାକୁ ସମ୍ମାନ ଦିଆଯାଇ ନଥିବା ପ୍ରସଙ୍ଗକୁ ହାଇକୋର୍ଟ ଅଣଦେଖା କରିଥିବା ଆଇନଜୀବୀ କହିଛନ୍ତି। ସ୍ବାମୀଙ୍କ ପକ୍ଷରୁ ହାଜର ହୋଇଥିବା ଆଇନଜୀବୀ କହିଛନ୍ତି ଯେ ୧୯୯୫ରେ ବିବାହ ପରଠାରୁ ତାଙ୍କ ଜୀବନ ନଷ୍ଟ ହୋଇଯାଇଛି। ସେ କହିଛନ୍ତି ଯେ ଉଭୟଙ୍କ ଦାମ୍ପତ୍ୟ ଜୀବନ ମାତ୍ର ୫ କିମ୍ବା ୬ ଦିନର ଥିଲା।

ସ୍ବାମୀଙ୍କ ଆଇନଜୀବୀ କହିଛନ୍ତି ଯେ ବିବାହ ପରେ ଅସହ୍ୟ ଦାମ୍ପତ୍ୟ ଜୀବନ କାରଣରୁ ଛାଡପତ୍ରକୁ ଅନୁମତି ଦେବା ସମ୍ପୂର୍ଣ୍ଣ ଠିକ। ସ୍ବାମୀ ଆଉ ସ୍ତ୍ରୀଙ୍କ ସହ ରହିବାକୁ ରାଜି ନୁହନ୍ତି ଏବଂ ସେ ସ୍ତ୍ରୀ ରକ୍ଷଣାବେକ୍ଷଣ ଦେବାକୁ ପ୍ରସ୍ତୁତ ଅଛନ୍ତି। ସ୍ବାମୀଙ୍କ ଆଇନଜୀବୀ କୋର୍ଟରେ କହିଛନ୍ତି ଯେ ୧୯୯୫ ଜୁଲାଇ ୧୩ ରେ ବିବାହ ପରେ ସ୍ତ୍ରୀ ତାଙ୍କୁ ଅଗରତାଲାରେ ସେମାନଙ୍କ ଘରେ ଘର ଜ୍ୱାଇଁ ଭାବରେ ରହିବାକୁ ଚାପ ପକାଇଥିଲେ। ମାତ୍ର ସ୍ବାମୀ ଏକ ସମୃଦ୍ଧ ପରିବାରର। ତାଙ୍କ ପିତା ଜଣେ ଆଇଏଏସ ଅଧିକାରୀ ଥିଲେ। ସ୍ବାମୀ ରାଜି ହୋଇ ନ ଥିଲେ, ତେଣୁ ସ୍ତ୍ରୀ ଘର ଛାଡ଼ି ନିଜ ଘରକୁ ପଳାଇ ଯାଇଥିଲେ। ସେବେଠାରୁ ଉଭୟ ଅଲଗା ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?