ଦୁର୍ଦ୍ଦିନରେ ପଥର ଶିଳ୍ପୀ

ଯାଜପୁର ଅଫିସ,୪ା୧୦: କୁଟୀର ଶିଳ୍ପ ପାଇଁ ପ୍ରତିବର୍ଷ ଯୋଜନା ପରେ ଯୋଜନା ପ୍ରଣୟନ କରାଯାଉଛି।ହେଲେ ଗ୍ରାମାଞ୍ଚଳର କାରିଗରଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚି ପାରୁନାହିଁ। ଫଳରେ ଯୋଜନା ମାଧ୍ୟମରେ କର୍ମନିଯୁକ୍ତି ସୃଷ୍ଟି ହେବା ତ ଦୂରର କଥା କ୍ରମଶଃ ଏହା ସଙ୍କୁଚିତ ହେବାରେ ଲାଗିଛି। ବିଶେଷକରି କଞ୍ଚାମାଲ (ସାହାଣ ପଥର) ଅଭାବ ପଥର ଶିଳ୍ପୀଙ୍କୁ ଦୁର୍ଦ୍ଦିନରେ ପକାଇଛି। ତେଣୁ ଯାଜପୁର ଜିଲା ବଡଚଣା ବ୍ଲକ ଶୁଖୁଆପଡାଠାରେ କଞ୍ଚାମାଲ ବ୍ୟାଙ୍କ ଖୋଲି ସ୍ବଳ୍ପ ମୂଲ୍ୟରେ କାରିଗରମାନଙ୍କୁ ସାହାଣ ପଥର ଯୋଗାଇଦେବାକୁ ଓଡ଼ିଶା ଶିଳ୍ପୀ ମହାସଂଘ ପକ୍ଷରୁ ଯାଜପୁର ଜିଲାପାଳଙ୍କ ନିକଟରେ ଦାବି ହୋଇଛି। ଏହି ମର୍ମରେ ସଂଘର ଏକ ପ୍ରତିନିଧି ଦଳ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତିଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଉକ୍ତ ସ୍ମାରକପତ୍ରରେ ସାହାଣ ପଥର ମିଳୁଥିବା ସ୍ଥାନଗୁଡିକୁ କେବଳ କାରିଗରମାନଙ୍କ ପାଇଁ ସଂରକ୍ଷିତ, କଞ୍ଚାମାଲ ବ୍ୟାଙ୍କ ବ୍ୟବସ୍ଥା ନହେବା ଯାଏ ସାହାଣ ପଥର ଖଣିରୁ ପଥର ଆଣିବାକୁ ସ୍ବତନ୍ତ୍ର ଅନୁମତି ଏବଂ ପଥର କାରିଗରଙ୍କ ଉପରେ ରାଜସ୍ବ, ପୋଲିସ ଓ ଜଙ୍ଗଲ ବିଭାଗର ଜୁଲମ୍‌କୁ ବନ୍ଦ କରାଯାଉ ବୋଲି ଉଲ୍ଲେଖ କରାଯାଇଛି। ନିକଟରେ କଳାଶ୍ରୀ ଗୋପାଳପୁରଠାରେ କର୍ମଶାଳା ଖୋଲି କାମ କରୁଥିବା ବିନୋଦ ସେନାପତିଙ୍କ ଦୁଇ ଜଣ କାରିଗରଙ୍କୁ ଚୋରାପଥର ରଖିଥିବା ଅଭିଯୋଗରେ ବାଲିଚନ୍ଦ୍ରପୁର ପୋଲିସ ଅଟକ ରଖିଥିଲା। ତତ୍‌ସହିତ ସେମାନେ କାମ କରୁଥିବା ଯନ୍ତ୍ରପାତିକୁ ପୋଲିସ ସିଜ୍‌ କରି ନେଇଥିଲା। କାରିଗରଙ୍କୁପୋଲିସ ଛାଡ଼ି ଦେଇଥିବାବେଳେ ଯନ୍ତ୍ରପାତି ସବୁକୁ ଏଯାବତ ଫେରାଇ ନାହିଁ। ଏ ସଂକ୍ରାନ୍ତରେ ଓଡ଼ିଶା ଶିଳ୍ପୀ ମହାସଂଘର ଏକ ପ୍ରତିନିଧି ଦଳ ଯାଜପୁର ଏସ୍‌ପି ରାହୁଲ ପି.ଆର.ଙ୍କୁ ଭେଟି କାରିଗରଙ୍କ ଉପରେ ପୋଲିସର ଚଢାଉ ବନ୍ଦ ରଖିବାକୁ ଅନୁରୋଧ କରିଥିଲେ। ଏସ୍‌ପି ସମ୍ପୃକ୍ତ କାରିଗରଙ୍କ ଯନ୍ତ୍ରପାତି ଫେରାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ସୂଚନାଯୋଗ୍ୟ ଯେ, ଯାଜପୁର ଜିଲାର ପଥର କାରିଗରମାନେ ଜିଲା ତଥା ରାଜ୍ୟ ବାହାରେ ବେଶ୍‌ ସୁନାମ ଅର୍ଜନ କରିଛନ୍ତି। ଜିଲାର ଶୁଖୁଆପଡା, ପଲେଇ, କଳାଶ୍ରୀ, କମ୍ପଡ଼ଗଡ଼, ଛତିଆ, ଚଣ୍ଡିଖୋଲ ଆଦି ଅଞ୍ଚଳରେ ୭୦୦ରୁ ଊର୍ଦ୍ଧ୍ୱ ପଥର ଶିଳ୍ପୀ ଏହି ହସ୍ତକଳାକୁ ପାଥେୟ କରି ଜୀବିକା ନିର୍ବାହ କରୁଛନ୍ତି। ମୁଗୁନି, ଖଡ଼ି, ସାହାଣ ଓ କନ୍ଦା ପଥର ଆଦିରେ ନିର୍ମିତ ମନ୍ଦିର, ମୂର୍ତ୍ତି ଓ ଘରକରଣା ସାମଗ୍ରୀର ଅନେକ ଚାହିଦା ରହୁଛି। କିନ୍ତୁ କାରିଗରିମାନଙ୍କ ପାଇଁ ପଥରର ଏବେ ଘୋର ଅଭାବ ଦେଖାଦେଇଛି। ମାଫିଆମାନେ ଜଙ୍ଗଲ ଜମିରୁ କଳାପଥର ଲୁଟ କରି ମାଲାମାଲ ହେଉଛନ୍ତି। ଦୁଃଖର ବିଷୟ କାରିଗରମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରାୟ ପଥର ଖଣି ସବୁ ଜଙ୍ଗଲ କିସମ ଜମି ବା ଜଙ୍ଗଲ ମଧ୍ୟରେ ରହିଛି। କାଁଭାଁ ଖଣି ରାଜସ୍ବ ଅଞ୍ଚଳରେ ରହିଥିଲେ ମଧ୍ୟ ତା’ର ନିଲାମ କରାଯାଉ ନାହିଁ। ଯଦି ନିଲାମ ହେଉଛି, ତାହା ଚଢା ଦରରେ ହେଉଥିବାରୁ ଗରିବ କାରିଗର କିଣିବାକୁ ସକ୍ଷମ ହେଉନାହାନ୍ତି। ଆର୍ଥିକ ଅଭିବୃଦ୍ଧି ଆଳରେ ସରକାର ବହୁ ଦେଶୀ ବିଦେଶୀ କମ୍ପାନୀ ହାତରେ ଜଙ୍ଗଲ ପାହାଡ଼ ଟେକି ଦେଉଛନ୍ତି। ଅଥଚ ଗରିବ କାରିଗର ମୂର୍ତ୍ତି ତିଆରି କରିବାକୁ ପଥର ଖଣ୍ଡିଏ ପାଇଁ ବାରଦୁଆର ହେଉଛନ୍ତି। ପେଟ ପାଇଁ ଲୁଚାଛପାରେ ପଥର ଆଣିବାବେଳେ ଜଙ୍ଗଲ ବିଭାଗ, ପୋଲିସ, ରାଜସ୍ବ ଓ ଖଣି ବିଭାଗୀୟ ଅଧିକାରୀଙ୍କ ଜୁଲମର ଶିକାର ହେଉଛନ୍ତି। ପୂର୍ବରୁ ଖୋର୍ଦ୍ଧା ଜିଲା ତାପଙ୍ଗ ଅଞ୍ଚଳରୁ ପଥର ଆଣି କାରିଗରମାନେ ସେମାନଙ୍କ ଆବଶ୍ୟକତା ତୁଲାଇ ପାରୁଥିଲେ। ସରକାରୀ କଟକଣା ହେତୁ ଗତ କିଛି ବର୍ଷ ହେବ ସେଠାରୁ ମଧ୍ୟ ପଥର ମିଳି ପାରୁନାହିଁ। ଜିଲାର ଚଣ୍ଡିଆ, ଅଚ୍ୟୁତବସନ୍ତ ଓ ଜହ୍ନିମୁଣ୍ଡି ପାହାଡ଼ରେ ଉପଯୁକ୍ତ ସାହାଣ ପଥର ରହିଛି। ହେଲେ ଲିଜ୍‌ ନ ଥିବାରୁ ତାହା ମିଳି ପାରୁନାହିଁ।
ଓଡ଼ିଶା ଶିଳ୍ପୀ ମହାସଂଘର ସମ୍ପାଦକ ପ୍ରିୟରଞ୍ଜନ କରଙ୍କ ନେତୃତ୍ୱରେ ପ୍ରତିନିଧି ଦଳରେ ପଥର ଶିଳ୍ପୀ ନିର୍ମଳ ମହାରଣା, କଳ୍ପତରୁ ମହାରଣା, ସୁଶାନ୍ତ ଦାସ, ବିପିନ ମହାରଣା, ବିନୋଦ ସେନାପତି, ଶଙ୍କର ମହାରଣା ଓ ରମଣୀରଞ୍ଜନ ମହାରଣା ପ୍ରମୁଖ ସାମିଲ ହୋଇଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ଏହା ପରେ ସେ ସୋନପୁରରେ ବିଶାଳ...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri