Posted inଜାତୀୟ

ରାଫାଲ କିଣାରେ ଦୁର୍ନୀତି: ମଧ୍ୟସ୍ଥିଙ୍କୁ ମିଳିଛି ୧୦ ଲକ୍ଷ ୟୁରୋ

ନୂଆଦିଲ୍ଲୀ,୫।୪: ରାଫାଲ ଯୁଦ୍ଧ ବିମାନ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିବା ଘଟଣାର ପର୍ଦ୍ଦାଫାଶ୍‌ ହୋଇଛି। ଫ୍ରାନ୍ସ୍‌ର ଓ୍ବେବସାଇଟ୍‌ ମିଡ଼ିଆ ପାର୍ଟରେ ଏନେଇ ତଥ୍ୟ ପ୍ରକାଶ ପାଇଛି। ଓ୍ବେବସାଇଟ୍‌ରେ ଉଲ୍ଲେଖ କରାଯାଇଛି ଯେ, ବିମାନ କିଣା ପାଇଁ ମଧ୍ୟସ୍ଥିଙ୍କୁ ୧୦ ଲକ୍ଷ ୟୁରୋ( ସାଢ଼େ ୮ କୋଟି ଟଙ୍କା) ମିଳିଛି। ୨୦୧୬ରେ ରାଫାଲ ଚୁକ୍ତି ହେବା ପରେ ଏଥିରେ ଅର୍ଥ ହେରଫେର୍‌ ହୋଇଥିବା ନେଇ ପ୍ରଥମେ ଫ୍ରାନ୍ସ୍‌ର ଦୁର୍ନୀତି ନିବାରଣ ଏଜେନ୍ସି ଏଏଫ୍‌ଏ ପକ୍ଷରୁ ସନ୍ଦେହ ପ୍ରକାଶ କରାଯାଇଥିଲା। ୨୦୧୭ରେ ବିମାନ ବିକ୍ରି କରିଥିବା ଦାସୌଲ୍ଟ୍‌ ଆଭିଏଶନ୍‌ ଗ୍ରୁପ୍‌ର ଆକାଉଣ୍ଟ୍‌ରୁ ୫୦୮୯୨୫ ୟୁରୋ ‘ଗିଫ୍ଟ ଟୁ କ୍ଲାଏଣ୍ଟ୍‌’ ଭାବେ ଟ୍ରାନ୍ସଫର ହୋଇଥିଲା। ଦାସାଲ୍ଟ୍‌ କମ୍ପାନୀର ଅଡିଟ୍‌ କରାଯିବା ସମୟରେ ଏ ସମ୍ପର୍କରେ ଜଣାପଡ଼ିଥିଲା। ୨୦୧୭ ମାର୍ଚ୍ଚ ୩୦ରେ ଦାସୌଲ୍ଟ୍‌ କମ୍ପାନୀ ଦ୍ୱାରା ବିଲ୍‌ ଉପସ୍ଥାପନ କରାଯାଇଥିଲା ଯାହାକି ମଧ୍ୟସ୍ଥିଙ୍କ ପାଇଁ ଆବଶ୍ୟକ ଅର୍ଥ ଯୋଗାଇ ଦେବା ଲାଗି ଭାରତୀୟ କମ୍ପାନୀ ଡେଫସସ୍‌ ସଲ୍ୟୁଶନ ପକ୍ଷରୁ ପ୍ରଦାନ କରାଯାଇଥିଲା। ଏହି ବିଲ୍‌ ଫ୍ରାନ୍ସ୍‌ର ଦୁର୍ନୀତି ନିବାରଣ ଏଜେନ୍ସି ଏଏଫ୍‌ଏ ହାତରେ ଧରାପଡ଼ିଛି। ୨୦୧୮ରେ ଫ୍ରାନ୍ସ୍‌ର ପାରକ୍ୱିଟ୍‌ ନ୍ୟାଶନାଲ ଫାଇନାନ୍ସିଅର ନାମକ ଏକ ଏଜେନ୍ସି ପକ୍ଷରୁ ମଧ୍ୟ ବିମାନ କିଣା ଚୁକ୍ତିରେ ଦୁର୍ନୀତି ହୋଇଥିବା ସମ୍ପର୍କରେ ସୂଚନା ଦିଆଯାଇଥିଲା। ରାଫାଲ ଯୁଦ୍ଧ ବିମାନ କିଣାର ଚୁକ୍ତି ସମୟଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ବିରୋଧୀଙ୍କ ଟାର୍ଗେଟ୍‌ରେ ରହିଛନ୍ତି। ଭାରତକୁ ୩୬ ରାଫାଲ ବିମାନ ୨୦୨୨ ସୁଦ୍ଧା ନିର୍ମାଣକାରୀ କମ୍ପାନୀ ଯୋଗାଇ ଦେବ। ଇତିମଧ୍ୟରେ ୧୨ ବିମାନ ଭାରତକୁ ମିଳିସାରିଛି। ଖୁବ୍‌ ଶୀଘ୍ର ଅବଶିଷ୍ଟ ବିମାନ ଧାର୍ଯ୍ୟ ସମୟ ମଧ୍ୟରେ ଯୋଗାଇ ଦିଆଯିବ ବୋଲି କମ୍ପାନୀ ଚୁକ୍ତିବଦ୍ଧ ହୋଇଛି। ଏବେ ଏହାକୁ ନେଇ ମୋଦି ସରକାର ହରଡ଼ଘଣାରେ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

ଅଲ-ଟାଇମ ବେଷ୍ଟ ଫିଲ୍ଡର୍ସ୍‌-୧୧ ଘୋଷଣା: ୪ ଭାରତୀୟଙ୍କୁ ମିଳିଲା ସ୍ଥାନ, ଯୁବରାଜ ବାଦ୍‌

ନୂଆଦିଲ୍ଲୀ,୩।୧୦: କ୍ରିକେଟ୍‌ର ରନ ଓ ଉଇକେଟ ସହ ଫିଲ୍ଡିଂ ମଧ୍ୟ ମ୍ୟାଚ୍‌ର ଗତିପଥ ବଦଳାଇବାରେ ବଡ଼ ଭୂମିକା ନିଏ। ଏକ ଚମତ୍କାର କ୍ୟାଚ, ଦ୍ରୁତ ଥ୍ରୋ କିମ୍ବା…

ମୋଦି, ଶାହା, ଜ୍ଞାନେଶ ‘ଗଣତନ୍ତ୍ର ଧ୍ୱଂସ’ କରିଛନ୍ତି: ରାହୁଲ

ନୂଆଦିଲ୍ଲୀ, ୩।୧୦: ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ…

ଅସୁରକ୍ଷିତ ଶ୍ରେଣୀଗୃହରେ ପାଠପଢ଼ା: ବିଦ୍ୟାର୍ଥୀଙ୍କ ସୁରକ୍ଷା ଚିନ୍ତାରେ ଅଭିଭାବକ

ଜି.ଉଦୟଗିରି,୩ା୧୦(ଚିନ୍ମୟ କୁମାର ସେଠୀ):କନ୍ଧମାଳ ଜିଲା ଜି.ଉଦୟଗିରିରେ ୧୯୩୬ରେ ହବାକ୍‌ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା। ବହୁ ପୁରାତନ ଏହି ବିଦ୍ୟାଳୟର ଶ୍ରେଣୀଗୃହଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି।…

ବିମାନ ଯାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଜୀବନ ଦେଇଥିଲେ ନୀରଜା

ନୂଆଦିଲ୍ଲୀ,୩।୧୦: ବର୍ତ୍ତମାନ ସମଗ୍ର ବିଶ୍ୱରେ ଫ୍ଲାଏଦୁବାଇ ବିମାନ ଅପହରଣ ଘଟଣାର ହିରୋ ସ୍ମିତ୍‌ ମଚ୍ଛାରଙ୍କୁ ତାଙ୍କ ଅପୂର୍ବ ସାହସିକତା ପାଇଁ ପ୍ରଶଂସା କରାଯାଉଛି। ତେବେ ଏହି ଘଟଣା,…

ନିଜ ପୁଅଙ୍କୁ ନିୟନ୍ତ୍ରଣ କରିପାରି ନ ଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ

ନୂଆଦିଲ୍ଲୀ,୩ା୧୦: ଘରୋଇ ହିଂସା ଆଇନ ଅନୁଯାୟୀ ନିଜ ପ୍ରାପ୍ତବୟସ୍କ ପୁଅଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଶ୍ୱଶୁରଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ଦିଲ୍ଲୀ ହାଇକୋର୍ଟ ରାୟ…

ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟି ସଭାପତି ପଦରୁ ଓ୍ବାରିଙ୍ଗ୍‌ଙ୍କ ଇସ୍ତଫା

ନୂଆଦିଲ୍ଲୀ,୩ା୧୦: କଂଗ୍ରେସ ନେତା ଅମରିନ୍ଦର ସିଂ ରାଜା ଓ୍ବାରିଙ୍ଗ୍‌ ଶୁକ୍ରବାର ଦଳର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଭେଟି ପଞ୍ଜାବ ରାଜ୍ୟ କଂଗ୍ରେସ ସଭାପତି ପଦରୁ ଆନୁଷ୍ଠାନିକ…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ଅହମଦାବାଦ,୩ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?