Posted inଜାତୀୟ

କରୋନାକୁ ହରାଇଲେ ୧୦୪ ବର୍ଷୀୟା ମହିଳା

ନୂଆଦିଲ୍ଲୀ,୧୨।୧୦: ନୋଏଡାର ୧୦୪ ବର୍ଷୀୟା ଜଣେ ମହିଳା କରୋନାକୁ ହରାଇ ଘରକୁ ଫେରିଛନ୍ତି। ସେକ୍ଟର-୧୩୭ ଜେପି ହସ୍ପିଟାଲରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା। ମୂଳତଃ ଆଗ୍ରା ନିବାସୀ ଶ୍ୟାମବତୀଙ୍କ ଠାରେ କରୋନା ଲକ୍ଷଣ ପ୍ରକାଶ ପାଇବା ପରେ ୧୦ ଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ଭୁପ ସିଂ ଶର୍ମାଙ୍କ ସ୍ତ୍ରୀ ବୋଲି ଜଣାପଡିଛି। ସେ ହୃଦଘାତ, ଅନିଦ୍ରା ଏବଂ ଅଲଜାଇମର ରୋଗରେ ଭଳି ସାଂଘାତିକ ରୋଗରେ ପୀଡିତ ଥିଲେ ମଧ୍ୟ କରୋନାରୁ ସୁସ୍ଥ ହୋଇଛନ୍ତି। ଜେପି ହସ୍ପିଟାଲ ପରିଚାଳନା ବୋର୍ଡ କହିଛି ଯେ ଶ୍ୟାମାବତୀ ହସ୍ପିଟାଲକୁ ଆସିବା ସମୟରେ ଗୁରୁତର ଥିଲେ। ସେ ଅକ୍ସିଜେନ୍‌ ଆବଶ୍ୟକ କରୁଥିବା ବେଳେ ଡାକ୍ତରଖାନାକୁ ଅଣାଯାଇଥିଲା। ତାଙ୍କର ଫୁସଫୁସ ସଂକ୍ରମଣ ହୋଇଥିଲା। ଧୀରେ ଧୀରେ ଚିକିତ୍ସା ସମୟରେ ତାଙ୍କ ଅବସ୍ଥା ସୁଧାରିବାକୁ ଲାଗିଲା। ସେ କଥାବାର୍ତ୍ତା କରିବା ଏବଂ ଖାଦ୍ୟ ଖାଇବା ଆରମ୍ଭ କଲେ। ଏହା ପରେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଶ୍ୟାମବତୀଙ୍କ ସହ ୬୦ ବର୍ଷୀୟା ଝିଅ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ସେ ମଧ୍ୟ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଏହାପୂର୍ବରୁ ଗ୍ରେଟର ନୋଏଡାର ସାରଦା କୋଭିଡ ହସ୍ପିଟାଲର ୧୦୪ ବର୍ଷିୟା ରାବିଆ ଅହମ୍ମଦ ମଧ୍ୟ କରୋନା ସଂକ୍ରମଣରୁ ମୁକ୍ତି ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହା ହୋଇପାରୁନଥିଲା ପୁଅ, ରାଗିଯାଇ ମା’ଙ୍କୁ ଜିଅନ୍ତା ଜାଳିଦେଲେ

ମୁମ୍ବାଇ,୨୪ା୫: ପୁଅକୁ ବିବାହ କରାଇପାରିଲାନି ମା’ । ରିକ୍ସା ଚାଳକ ପୁଅ ନିଜ ବୃଦ୍ଧା ମା’ଙ୍କ ଉପରେ ଏକ ଜ୍ୱଳନଶୀଳ ପଦାର୍ଥ ଢାଳି ନିଆଁ ଲଗାଇ ଦେଇଥିବା…

ପୁଣି ଲଜ୍ଜିତ ହେଲା ୟୁପି! ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଚିୟରଲିଡର୍ସଙ୍କୁ ଦୁର୍ବବ୍ୟହାର, ଦେଖନ୍ତୁ Video

ଲକ୍ଷ୍ନୌ,୨୪।୫: ବର୍ତ୍ତମାନ, ଇଣ୍ଡିଆନ ପ୍ରିମିୟର ଲିଗ (IPL) 2026 ପାଇଁ ସାରା ଭାରତରେ ଉତ୍ସାହ ଲାଗି ରହିଛି। ଦେଶର ବିଭିନ୍ନ ରାଜ୍ୟରେ 2026 ସିଜିନ ପାଇଁ ମ୍ୟାଚ…

‘ମୋତେ ମୂର୍ଖ କୁହ ନାହିଁ – ମୋତେ ଏକଛତ୍ରବାଦୀ କୁହ’: ଜାଣନ୍ତୁ କାହିଁକି ଏମିତି କହିଲେ ଡୋନାଲ୍ଡ ଟ୍ରମ୍ପ

ଓ୍ବାଶିଂଟନ,୨୪।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ଦେଇଛନ୍ତି। ଟ୍ରମ୍ପ ମନ୍ତବ୍ୟ ଦେଇଛନ୍ତି ଯେ ତାଙ୍କୁ ‘ମୂର୍ଖ’ ବୋଲି କୁହାଯିବା ପସନ୍ଦ ନୁହେଁ; ସେ…

ଆମେରିକା-ପାକିସ୍ତାନ ସମ୍ପର୍କକୁ ନେଇ ବଡ଼ ବୟାନ ଦେଲେ ରୁବିଓ, ଜାଣନ୍ତୁ ଭାରତକୁ ନେଇ କ’ଣ କହିଲେ

ନୂଆଦିଲ୍ଲୀ,୨୪।୫: ଆମେରିକା ଏବଂ ପାକିସ୍ତାନର ସମ୍ପର୍କ ଏବଂ ଭାରତ ସହିତ ଏହାର ରଣନୈତିକ ସହଭାଗୀତା ମଧ୍ୟରେ ପାର୍ଥକ୍ୟ କରି, ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ କହିଛନ୍ତି…

CBSE Copy Scanning Fees: ଆକାଉଣ୍ଟରୁ ଦୁଇଥର କଟିଛି କି ଟଙ୍କା? ଫେରସ୍ତ ନେଇ ବଡ଼ ଘୋଷଣା କଲା ବୋର୍ଡ

ନୂଆଦିଲ୍ଲୀ,୨୪।୫: ସିବିଏସ୍‌ଇ (CBSE) ଦ୍ୱାଦଶ ଶ୍ରେଣୀ ଖାତା ପୁନଃମୂଲ୍ୟାୟନ (Re-evaluation) ପ୍ରକ୍ରିୟାକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆବେଦନ ସମୟରେ ବାରମ୍ବାର ଦେଖାଦେଉଥିବା ବୈଷୟିକ…

ଦୂର ହେଲା ଏଲପିଜ-ତୈଳ ସଙ୍କଟ! କିଛି ଘଣ୍ଟା ମଧ୍ୟରେ ହର୍ମୁଜରୁ ଆସିବ ଖୁସି ଖବର…

ନୂଆଦିଲ୍ଲୀ,୨୪।୫: ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ନୂଆଦିଲ୍ଲୀରୁ ଭାଷଣ ଦେଇ ସେ ଘୋଷଣା କରିଛନ୍ତି ଯେ…

ମୃତ୍ୟୁକୁ ବିତିଲାଣି ୧୩ ଦିନ, ଆଜି ଭଦଭଦା ଘାଟରେ ହେବ ଟ୍ବିଶାଙ୍କ ଅନ୍ତିମ ସଂସ୍କାର

ଭୋପାଳ,୨୪।୫: ବିବାହର ମାତ୍ର ୫ ମାସ ପରେ ହୋଇଥିବା ଟ୍ବିଶା ଶର୍ମାଙ୍କ ସନ୍ଦେହଜନକ ମୃତ୍ୟୁ ମାମଲା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ମୃତ୍ୟୁର ୧୩…

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ନୂଆ ଆଇନ ବିଷୟରେ ସଚେତନ

ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦଦରାଲୁଣ୍ଡାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri