Posted inଜାତୀୟ

ବିହାରରେ ରାଜନେତାଙ୍କ ‘ବୟସ-ଦୁର୍ନୀତି’: ସତ୍ୟପାଠରେ ଭୁଲ ତଥ୍ୟ

ପାଟନା, ୧୨।୧୦: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏପରିସ୍ଥଳେ ରାଜନେତାଙ୍କ ‘ବୟସ-ଦୁର୍ନୀତି’ର ପର୍ଦ୍ଦାଫାଶ୍‌ ହୋଇଛି। ସତ୍ୟପାଠରେ ରାଜନେତାମାନେ ଭୁଲ ତଥ୍ୟ ପ୍ରଦାନ କରିଥିବା ଅଭିଯୋଗ ହୋଇଛି। ଶାସକ ଦଳ ମନ୍ତ୍ରୀ ଜୟ କୁମାର ସିଂଙ୍କ ବୟସ ୫ ବର୍ଷରେ ଦୁଇଗୁଣା ହୋଇଥିବାବେଳେ ଭାଜପା ପ୍ରାର୍ଥୀ ନିକ୍କି ହେମ୍ବ୍ରମ୍‌ଙ୍କ ବୟସ ୫ ବର୍ଷରେ ନ ବଢ଼ି ପୂର୍ବ ଭଳି ରହିଛି। ଦିନାରା ବିଧାନସଭା ପାଇଁ ଜେଡ଼ିୟୁ ପ୍ରାର୍ଥୀ ହୋଇଥିବା ଜୟ କୁମାର ୨୦୧୫ରେ ହୋଇଥିବା ନିର୍ବାଚନରେ ନିଜର ବୟସ ୪୬ ଦର୍ଶାଇଥିଲେ। ତେବେ ଏବେ ୨୦୨୦ ନିର୍ବାଚନୀ ସତ୍ୟପାଠରେ ସେ ନିଜ ବୟସ ୫୬ ବୋଲି ଦର୍ଶାଇଛନ୍ତି। ଗତ ୫ ବର୍ଷର ତାଙ୍କ ବୟସ ୧୦ ବର୍ଷ ବଢ଼ିଥିବା ସତ୍ୟପାଠରୁ ଜଣାପଡ଼ିଛି। ସେହିପରି ଭାଜପା ପକ୍ଷରୁ କଟୋରିଆ ସଂରକ୍ଷିତ ଆସନରୁ ନିର୍ବାଚନ ଲଢୁଥିବା ନିକ୍କି ହେମ୍ବ୍ରମ୍‌ଙ୍କ ବୟସ ୨୦୧୫ ବିଧାନସଭା ନିର୍ବାଚନ ସମୟରେ ୪୨ ବର୍ଷ ଥିବା। ଏବେ ୫ ବର୍ଷ ପରେ ୨୦୨୦ରେ ବି ତାଙ୍କ ବୟସ ନ ବଢ଼ି ପୂର୍ବପରି ରହିଛି। ସୂର୍ଯ୍ୟଗଢ଼ା ବିଧାନସଭା ଆସନରୁ ଜେଡ଼ିୟୁ ପ୍ରାର୍ଥୀ ହୋଇଥିବା ରାମାନନ୍ଦ ମଣ୍ଡଳଙ୍କ ବୟସ ୫ ବର୍ଷରେ ୮ ବର୍ଷ ବଢ଼ିଥିବା ସତ୍ୟପାଠରେ ଦର୍ଶାଯାଇଛି। ୨୦୧୫ରେ ତାଙ୍କ ବୟସ ୪୭ ହୋଇଥିଲା। ମାତ୍ର ଏବେ ୨୦୨୦ରେ ରାମାନନ୍ଦଙ୍କ ବୟସ ୫୫ ବର୍ଷ ହୋଇଥିବା ସତ୍ୟପାଠରୁ ଜଣାପଡ଼ିଛି। ରାଜନେତାଙ୍କ ଏଭଳି ବୟସ ଦୁର୍ନୀତି ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

‘We Will Kill Trump…’,ପ୍ରତିଶୋଧର ନିଆଁ! ଖାମେନେଇଙ୍କ ଅନ୍ତିମ ସଂସ୍କାର ଭୂମିରୁ ଟ୍ରମ୍ପଙ୍କୁ ମୃତ୍ୟୁ ଧମକ

ତେହରାନ,୯ା୭: ଆମେରିକା ଇରାନର ଆଠଟି ସହର ଉପରେ ଆକ୍ରମଣ କରିଛି । ପ୍ରତିଶୋଧ ସ୍ୱରୂପ, ତେହରାନ ବାହାରିନ ଏବଂ କୁୱେତରେ ଥିବା ଅନେକ ସାମରିକ ଘାଟିକୁ ଟାର୍ଗେଟ…

ଝିଆରୀଙ୍କୁ ବଳାତ୍କାର କଲେ ଦାଦା: ଘରେ କେହି ନ ଥିବାବେଳେ…

ଭଦ୍ରକ,୯ା୭(ସନାତନ ରାଉତ): ନାବାଳିକା ଝିଆରୀଙ୍କୁ ବଳାତ୍କାର ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ପୋଲିସ ଗିରଫ କରିଛି। ଏପରି ଘଟଣା ଘଟିଛି ଭଦ୍ରକ ଟାଉନ ଥାନା ଅଞ୍ଚଳରେ। ରଜ ସମୟରେ…

ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ନିଷ୍କାସନ: ଖୋଲିଲା ୪ ସ୍ଲୁଇସ ଗେଟ

ସମ୍ବଲପୁର,୯।୭(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ ପ୍ରକ୍ରିୟା ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ ଡିଲ୍‌: ଚାଇନା-ପାକିସ୍ତାନ ଛାନିଆ

ମେଲବୋର୍ନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ଉପସ୍ଥିତିରେ ମେଲବୋର୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି।…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

ପାଠ ପଢ଼ିବାକୁ ଭୁବନେଶ୍ବର ଆସିଥିଲେ ଝିଆରୀ; ବଳାତ୍କାର କରୁଥିଲେ ମଉସା, ସହଯୋଗ କରୁଥିଲେ ମାଉସୀ

ଭୁବନେଶ୍ୱର,୯।୭(ପ୍ରସନଜିତ୍‌ ସାହୁ): ରାଜଧାନୀ ଭୁବନେଶ୍ୱରରେ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକା ଝିଆରୀଙ୍କୁ ତାଙ୍କ ମଉସା…

ପିଏମ ମୋଦିଙ୍କ ସ୍ବାଗତ ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ସାରା ବିଶ୍ୱରେ ପଡିଗଲା ଚହଳ

ୱେଲିଂଟନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୩ଟି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଏବେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ସେ ସେଠାରୁ ସିଧାସଳଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri