କରୋନା ଯୋଗୁ କେତେ କ୍ଷତି ସହିଲେ ଟପ୍‌ ବିଲିୟନେୟାର

କରୋନା ଯୋଗୁ ସାରା ବିଶ୍ୱ ବୃହତ୍ତ ପରିମାଣରେ କ୍ଷତି ସହୁଛି। ଲକଡାଉନ ଯୋଗୁ ବାଣିଜ୍ୟ କାରବାର ଠପ୍‌ ହୋଇ ପଡିଥିଲା। ବର୍ତ୍ତମାନ କଟକଣା କୋହଳ ହେବା ପରେ ମଧ୍ୟ ସବୁ କିଛି ଟ୍ରାକକୁ ଫେରି ପାରୁନାହିଁ। ବ୍ଲୁମବର୍ଗ ପକ୍ଷରୁ ପ୍ରକାଶିତ ବିଲିୟନେୟାର ସୂଚୀ ମୁତାବକ ବିଶ୍ୱର ଟପ୍‌ ବିଲିୟନେୟାରଙ୍କ ସମ୍ପତ୍ତି ହ୍ରାସ ଘଟିଛି। କେଉଁ ବିଲିୟନେୟାର କେତେ ପରିମାଣର କ୍ଷତି ସହିଛନ୍ତି ତାହା ଏଠାରେ ଦିଆଗଲା…..
୧- ଜେଫ ବେଜୋସ, ଆମାଜନ ପ୍ରତିଷ୍ଠାତା
ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି କୁହାଯାଉଥିବା ଆମାଜନ ପ୍ରତିଷ୍ଠାତା ଜେଫ ବେଜୋସଙ୍କ ସମ୍ପତ୍ତି ବର୍ତ୍ତମାନ ୧୦୫ ବିଲିୟନ ଡଲାରକୁ ହ୍ରାସ ଘଟିଛି। କରୋନା ପାଇଁ ବେଜୋସଙ୍କ ସମ୍ପତ୍ତିରେ ୮.୧୪ ବିଲିୟନ ଡଲାର ହ୍ରାସ ଘଟିଛି।
୨- ବିଲ ଗେଟ୍‌ସ, ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା
ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ବର୍ତ୍ତମାନ ୯୮ ବିଲିୟନ ଡଲାର ରହିଛି। ତାଙ୍କୁ ୬.୯୮ ବିଲିୟନ ଡଲାର କ୍ଷତି ସହିବାକୁ ପଡିଛି।
୩- ମାର୍କ ଜୁକରବର୍ଗ, ଫେସ୍‌ବୁକ
ଫେସବୁକର ସହ ପ୍ରତିଷ୍ଟାତା ମାର୍କ ଜୁକରବର୍ଗ ୫୯.୫ ବିଲିୟନ ଡଲାର ରହିଛି। କରୋନା ପାଇଁ ତାଙ୍କ ସମ୍ପତ୍ତିରେ ୫.୮୯ ବିଲିୟନ ଡଲାର ହ୍ରାସ ଘଟିଛି।
୪- ଲେରୀ ପେଜ୍‌, ଗୁଗଲ
ଗୁଗଲର ସହ ପ୍ରତିଷ୍ଠାତା ଲେରୀ ପେଜ୍‌ ୪.୩୪ ବିଲିୟନ ଡଲାର କ୍ଷତି ସହିବା ସହ ସମ୍ପତ୍ତି ୫୪.୬ ବିଲିୟନ ଡଲାରକୁ ଖସି ଆସିଛି।
୫- ସର୍ଗି ବ୍ରେନ, ଗୁଗଲ
ଗୁଗଲର ଅନ୍ୟ ଜଣେ ସହ ପ୍ରତିଷ୍ଠାତା ସର୍ଗୀ ବ୍ରେନଙ୍କ ସମ୍ପତ୍ତି ୪.୨୨ ବିଲିୟନ ଡଲାର ହ୍ରାସ ଘଟି ୫୩ ବିଲିୟନ ଡଲାର ରହିଛି।
୬- ଜ୍ୟାକ ମା, ଆଲିବାବା
ଆଲିବାବାର ପ୍ରତିଷ୍ଠାତା ତଥା ଏସିଆର ସବୁଠୁ ଧନୀ ବ୍ୟକ୍ତି ରହି ଆସିଥିବା ଜ୍ୟାକ ମା ୧.୯୪ ବିଲିୟନ ଡଲାର କ୍ଷତି ସହିଛନ୍ତି। ବର୍ତ୍ତମାନ ତାଙ୍କର ସମ୍ପତ୍ତି ୪୨.୭ ବିଲିୟନ ଡଲାର ରହିଛି।
୭- ମୁକେଶ ଅମ୍ବାନୀ, ରିଲାଏନ୍ସ
ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୩.୩୫ ବିଲିୟନ ଡଲାର କ୍ଷତି ହୋଇଥିଲା। ବର୍ତ୍ତମାନ ରିଲାଏନ୍ସରେ ନିବେଶ ବଢିବାରୁ ସେ ବିଶ୍ୱର ଶୀର୍ଷ ୧୦ ଧନୀଙ୍କ ମଧ୍ୟରେ ସାମିଲ ହୋଇଛନ୍ତି। ତାଙ୍କ ସ୍ଥାନ ୯ ନମ୍ବର ରହିଛି।
୮- ଏଲନ ମସ୍କ, ଟେସଲା
ଟେସଲା ଇ-କାରର ମାଲିକ ଏଲନ ମସ୍କ କରୋନା ଯୋଗୁ ୨.୮୫ ବିଲିୟନ ଡଲାର କ୍ଷତି ସହିଛନ୍ତି। ତାଙ୍କ ସମ୍ପତ୍ତି ୩୨.୨ ବିଲିୟନ ଡଲାରକୁ ଖସିଛି।
୯- ଅଜୀମ ପ୍ରେମଜୀ, ଓ୍ବିପ୍ରୋ
ଓ୍ପିପ୍ରୋର ଅଜୀମ ପ୍ରେମଜୀ ୮୭୦ ନିୟୁତ ଡଲାର କ୍ଷତି ସହିଛନ୍ତି। ବର୍ତ୍ତମାନ ତାଙ୍କ ସମ୍ପତ୍ତି ୧୫.୧ ବିଲିୟନ ଡଲାରକୁ ଖସିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri