କେନ୍ଦ୍ରକୁ ଅଧିକ ଭ୍ୟାକ୍ସିନ ମାଗିଲେ ଗେହଲଟ

ଜୟପୁର,୫ ।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟରେ କରୋନା ଭ୍ୟାକ୍ସିନ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହୋଇ ନ ଥିବା ଦର୍ଶାଇଛନ୍ତି । ସେ କହିଛନ୍ତି ରାଜ୍ୟରେ ଭ୍ୟାକ୍ସିନ କମ୍ ଥିବାରୁ ବାଧ୍ୟହୋଇ ଟିକାକରଣ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ ପଡୁଛି । ସେ ଟୁଇଟ୍ କରି କହିଛନ୍ତି ରାଜ୍ୟରେ ମାତ୍ର ୭୦ ହଜାର ଭ୍ୟାକ୍ସିନ ଉପଲବ୍ଧ ଥିବା ବେଳେ ଏହା ସୋମବାର ସରିଯିବ । ଫଳରେ ଟିକାକରଣକୁ ବନ୍ଦ କରିବାକୁ ପଡିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ରାଜ୍ୟକୁ ଆବଶ୍ୟକ ମାତ୍ରାରେ ଭ୍ୟାକ୍ସିନ କେନ୍ଦ୍ର ସରକାର ଯୋଗାଇ ନ ଦେବା ଫଳରେ ବାରମ୍ବାର ଟିକାକରଣକୁ ବନ୍ଦ କରିବାକୁ ପଡୁଛି । ତେଣୁ ତୃତୀୟ ଲହର ଆସିବା ପୂର୍ବରୁ ଏହାର ମୁକାବିଲା କରିବାକୁ କେନ୍ଦ୍ର ସରକାର ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଭ୍ୟାକ୍ସିନ ଯୋଗାଇ ଦେବାକୁ ଗେହଲଟ ଅନୁରୋଧ କରିଛନ୍ତି । ଅନ୍ୟପଟେ କିନ୍ତୁ କେନ୍ଦ୍ର ସରକାର ଏହି ଅଭିଯୋଗକୁ ଖାରଜ କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ସମସ୍ତ ରାଜ୍ୟକୁ ପର୍ଯ୍ୟାପ୍ତ ପରିମାଣର ଭ୍ୟାକ୍ସିନ ଯୋଗାଇ ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଆୟୋଗଙ୍କ ବଡ଼ ଘୋଷଣା: ମମତାଙ୍କୁ ମିଳିଲା ନୂଆ ପାର୍ଟି ନାଁ-ଚିହ୍ନ, ଜାଣନ୍ତୁ ଋତବ୍ରତଙ୍କୁ କ’ଣ ଦିଆଗଲା…

କୋଲକାତା,୧୮।୯: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ଦୁଇ ଭିନ୍ନ ଗୋଷ୍ଠୀ ପାଇଁ ନିର୍ବାଚନ ଆୟୋଗ ନୂଆ ଦଳୀୟ ନାମ…

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

ଦ୍ରୁତ ଶତକ ହାସଲ କରିଥିବା ଅଭିଷେକ ଶର୍ମାଙ୍କ ଭାଇରାଲ ସେଲିବ୍ରଶନର ଅସଲ କାରଣ ଆସିଲା ସାମ୍ନାକୁ, ବ୍ୟାଟର ନିଜେ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତୀୟ T20 ଦଳର ଓପନିଂ ବ୍ୟାଟର ଅଭିଷେକ ଶର୍ମା ଗୁରୁବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ T20 ମ୍ୟାଚରେ ଦମଦାର…

୩ ସନ୍ତାନର ମା’ଙ୍କୁ ୨୫ ବର୍ଷୀୟା ଯୁବତୀଙ୍କ ସହ ହେଲା ପ୍ରେମ! ସ୍ବାମୀ-ବାପଘର ଛାଡ଼ି କହିଲେ- ଏବେ ତାଙ୍କ ସହ…

କାନପୁର,୧୮।୯: କାନପୁରର ମହାରାଜପୁର ଅଞ୍ଚଳରୁ ଏକ ଘଟଣା ଏବେ ଚର୍ଚ୍ଚାରେ। ତିନି ସନ୍ତାନର ଜଣେ ମା’ ସୱାମୀ ଓ ବାପଘରକୁ ଫେରିବା ପରିବର୍ତ୍ତେ ପ୍ରାୟ ଏକ ବର୍ଷ…

Gen Zକୁ ମୋହନ ଭାଗବତଙ୍କ ବଡ଼ ବାର୍ତ୍ତା, ଧର୍ମ ବୃଦ୍ଧାବସ୍ଥା….

ନୂଆଦିଲ୍ଲୀ,୧୮।୯: Gen Z ଓ ଯୁବପିଢ଼ିକୁ ଧର୍ମ ନେଇ ବଡ଼ ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ପ୍ରମୁଖ ମୋହନ ଭାଗବତ । ଶୁକ୍ରବାର ଉଜ୍ଜୟିନୀରେ…

ଏସୀୟ କ୍ରୀଡ଼ା: ଜାପାନକୁ ହରାଇ ସେମିରେ ପହଞ୍ଚିଲା ଭାରତ

କୋରୋଗି,୧୮।୯: ଜାପାନର ନିଶିନ ସ୍ଥିତ କୋରୋଗି ସ୍ପୋର୍ଟସ ପାର୍କରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ଶେଫାଲି ଏବଂ ରିଚାଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ଜାପାନକୁ…

ବହୁ ଚର୍ଚ୍ଚିତ ନିଠାରି ମାମଲାର ମୁଖ୍ୟ ଅଭିଯୁକ୍ତ ସୁରେନ୍ଦ୍ର କୋଲିଙ୍କ ଆତ୍ମହତ୍ୟା, ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

ହରିଦ୍ୱାର,୧୮।୯: ନିଠାରି ମାମଲାର ଅଭିଯୁକ୍ତ ସୁରେନ୍ଦ୍ର କୋଲି (ମୂଳତଃ ଉତ୍ତର ପ୍ରଦେଶର ଗୌତମ ବୁଦ୍ଧ ନଗର/ନୋଏଡା ନିବାସୀ) ହରିଦ୍ୱାରରେ ଝୁଲନ୍ତା ଅବସ୍ଥାରେ ମିଳିଛନ୍ତି। ଖବର ଅନୁଯାୟୀ, ଏହି…

ଭାରତକୁ ନାଲି ଆଖି ଦେଖାଇଲାଣି ବାଂଲାଦେଶ, ବର୍ତ୍ତମାନ ରଖିଲାଣି ବଡ଼ ସର୍ତ୍ତ

ଢାକା,୧୮।୯: ବାଂଲାଦେଶରେ ତାରିକ ରହମାନଙ୍କ ନେତୃତ୍ୱାଧୀନ ପ୍ରଶାସନ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ଦାବିକୁ ନେଇ ଧମକପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିଛି। ଭାରତ ପ୍ରତି ଏକ ଆକ୍ରମଣାତ୍ମକ ମନୋଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?