ମାନିଲେନି କଟକଣା, ଗଣିଲେ ଜରିମାନା

ବଇଣ୍ଡା, ୨୯।୩(ଡି.ଏନ.ଏ.)- ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ରାଜ୍ୟ ସରକାର ସର୍ବସାଧାରଣରେ ହୋଲିଖେଳ ଉପରେ ଲଗାଇଥିଲେ କଟକଣା। ତେବେ ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ଅମାନିଆମାନେ କଟକଣାକୁ ଫୁ’ କରିଦେଇଛନ୍ତି। ସର୍ବସାଧାରଣରେ ଦଳବଦ୍ଧ ହୋଇ ହୋଲି ଖେଳି କଟକଣା ଭଙ୍ଗ କରିଥିବା ଅଭିଯୋଗରେ କିଶୋରନଗର ତହସିଲ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରାୟ ୨୦ ଜଣ ଯୁବକଙ୍କଠାରୁ ୨୦୦ ଟଙ୍କା ଲେଖାଏ ଜରିମାନା ଆଦାୟ କରାଯାଇଥିବା ଜଣାପଡ଼ିଛି।

ସୋମବାର ଥିଲା ରଙ୍ଗର ପର୍ବ ହୋଲି। ତେବେ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ପ୍ରତିହତ କରିବା ଲାଗି ରାଜ୍ୟ ସରକାର ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦେଇଥିଲେ। ହେଲେ କିଶୋରନଗର ବ୍ଲକର ବିଭିନ୍ନ ସ୍ଥାନରେ କୋଭିଡ୍‌ ଗାଇଡ୍‌ଲାଇନ୍‌ ଭଙ୍ଗ କରି ହୋଲି ଖେଳ ଚାଲିଥିଲା। ସୂଚନା ପାଇ ତହସିଲଦାର ଡ. ଲକ୍ଷ୍ମୀପ୍ରସାଦ ସାହୁଙ୍କ ନେତୃତ୍ୱରେ ଏକ ଟିମ୍‌ ଚଢ଼ାଉ କରିଥିଲା। ଅମାନିଆଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଏଥିସହ ମାସ୍କ ପରିଧାନ କରିବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଲାଗି ପରାମର୍ଶ ଦିଆଯାଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ଆଇଆଇସି ପ୍ରତିଭା ମାଝିଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ମୁତୟନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜମିରେ ଚାଷ କରୁଥିବା ବେଳେ କାମୁଡ଼ିଲା ସାପ, ପରେ….

ପାରଳାଖେମୁଣ୍ଡି, ୧୮।୮ (ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଥାନା ଅଧୀନ ଅଗରଖଣ୍ଡି ପଞ୍ଚାୟତର ଭିନ୍ନଳା ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ…

ଲାଇଭ୍‌ ମ୍ୟାଚ୍‌ରେ ପଡିକ୍କଲଙ୍କୁ କୋଳାଗ୍ରତ କରି ଚୁମ୍ବନ ଦେଲେ ରାହୁଲ: ପଡ଼ିଆରେ ଏମିତି କ’ଣ ଘଟିଲା, ଦେଖନ୍ତୁ VIDEO

ଗାଲେ,୧୮।୮: ଗାଲେରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ଚତୁର୍ଥ ଦିନରେ ଦେବଦତ୍ତ ପଡିକ୍କଲ ତାଙ୍କ ସାଥୀ କେଏଲ ରାହୁଲଙ୍କୁ ଆଉଟ ହେବାରୁ ରକ୍ଷା…

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri