କରୋନା ୩ୟ ଲହର ଓ ଶିଶୁ

ବିଶ୍ୱ ସ୍ବାସ୍ଥ୍ୟସଂସ୍ଥା ଆକଳନ ଅନୁଯାୟୀ କରୋନା
ତୃତୀୟ ଲହରରେ ଶିଶୁଙ୍କ ସଂକ୍ରମଣ ହାର ଅଧିକ ରହିବ। ଏଣେ ଏଯାଏ ସେମାନଙ୍କ ପାଇଁ ଭ୍ୟାକ୍ସିନ୍‌ ଉପଲବ୍ଧ ନ ଥିବାରୁ ଅଭିଭାବକମାନେ ଚିନ୍ତାରେ। ଏଭଳି ପରିସ୍ଥିତିରେ ସରକାରଙ୍କ ସମସ୍ତ କରୋନା ଗାଇଡଲାଇନ୍‌ ମାନିବା ସହ ବିଭିନ୍ନ ଦିଗପ୍ରତି ସଚେତନ ରହିବା ଏବଂ ଆବଶ୍ୟକ
ସତର୍କତା ଅବଲମ୍ବନ କରିବା ହିଁ ଏହାକୁ ରୋକିବାର
ଏକମାତ୍ର ଉପାୟ…

 

ଗତ ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ମହାମାରୀ କରୋନା ସାରା ପୃଥିବୀରେ ଆତଙ୍କର ଛାଇ ଖେଳାଇ ଦେଇଛି। ୨୦୨୦ର ମଧ୍ୟଭାଗରେ କରୋନା ଭୂତାଣୁ ପ୍ରାୟ ମଧ୍ୟ ବୟସ୍କ ଓ ବୟସ୍କ ଲୋକମାନଙ୍କୁ ଆକ୍ରାନ୍ତ କଲାବେଳେ ୨୦୨୧ର ପ୍ରଥମାର୍ଦ୍ଧରେ ଅପେକ୍ଷାକୃତ କମ୍‌ ବୟସ୍କ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରିଥିଲା ଏବଂ ତା’ ମଧ୍ୟରୁ ଅନେକ ମୃତ୍ୟୁମୁଖରେ ପଡିଥିଲେ। ତେବେ କରୋନାର ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବା ପରେ ପ୍ରାୟ କୋଟି କୋଟି ଲୋକ କରୋନା ଟିକାର ଦୁଇଟି ଡୋଜ୍‌ ନେଇଛନ୍ତି। ବିଶେଷ ଭାବରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ଏବଂ ୧୮ରୁ ୪୫ ବର୍ଷ ବୟସ୍କ ବ୍ୟକ୍ତିମାନେ ଟିକା ନେଇ ସାରିଛନ୍ତି।
କରୋନା ହେବାଦ୍ୱାରା ଏବଂ କରୋନା ଟିକା ନେବା ଦ୍ୱାରା ଲୋକମାନଙ୍କର ରୋଗ ପ୍ରତିରୋଧକ ଶକ୍ତ ବଢ଼ିଯାଇଛି।
ବର୍ତ୍ତମାନ ଆମେରିକା ଆଦି ଦେଶରେ ୧୨ରୁ ୧୫ ବର୍ଷର ବାଳିକାବାଳକମାନଙ୍କ ପାଇଁ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇ ସାରିଲାଣି। ଫାଇଜର କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକା ଏହି ବୟସର ପିଲାଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରି କରୋନା ସଂକ୍ରମଣରୁ ରକ୍ଷା କରିବ ବୋଲି ଆଶା କରାଯାଉଛି। କିନ୍ତୁ ଦୁଃଖର କଥା, ଏଯାଏ ଆଷ୍ଟ୍ରାଜେନେସିଆ ଓ ଭାରତ ବାୟୋଟେକର ଗଭୀର ଅନୁଧ୍ୟାନ ସତ୍ତ୍ୱେ ଭାରତରେ ଶିଶୁମାନଙ୍କର ଟିକାକରଣ ହୋଇପାରିନାହିଁ। ବିଶ୍ୱ ସ୍ବାସ୍ଥ୍ୟସଂସ୍ଥା ତୃତୀୟ ଲହରରେ ଆକଳନ କରିଛନ୍ତି ଯେ, ଏଥର ଶିଶୁମାନଙ୍କୁ ବେଶି ପରିମାଣରେ କରୋନା ହେବ।
ପ୍ରଥମ ଲହରରେ ପ୍ରାୟ ୪ଭାଗ ଶିଶୁ ଆକ୍ରାନ୍ତ ହୋଇଥିବା ବେଳେ ଦ୍ୱିତୀୟ ଲହରରେ ୧୫ ପ୍ରତିଶତ ଶିଶୁ କରୋନାରେ ଆକ୍ରାନ୍ତ ହୋଇଥିଲେ ଏବଂ ତୃତୀୟ ଲହରରେ ପ୍ରାୟ ୬୦ ପ୍ରତିଶତ ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ଦେଖାଦେଇଛି।
ତେଣୁ ଶିଶୁମାନଙ୍କର ତୁରନ୍ତ ଟିକାକରଣ କରିବା ଖୁବ୍‌ ଜରୁରୀ। ଏହାଛଡା କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଶିଶୁମାନଙ୍କ ପାଇଁ କରୋନା ୱାର୍ଡ, ବେଡ ଓ ସ୍ବତନ୍ତ୍ର ହସ୍‌ପିଟାଲର ସୁବିଧା କରୁଛନ୍ତି। ତେବେ ଶିଶୁମାନେ ଘରେ ରହୁଥିବାରୁ ଓ ବାପା, ମା’ ବା ଗୁରୁଜନଙ୍କ ଉପରେ ନିଜର ଦୈନନ୍ଦିନ କାମ ପାଇଁ ନିର୍ଭର କରୁଥିବାରୁ ଶିଶୁମାନଙ୍କର ବାପା ମା’ ଓ ଅଭିଭାବକ ଏହି ସମୟରେ ବେଶି ସତର୍କ ରହିବା ଦରକାର। ବିଶେଷ କରି କର୍ମଜୀବୀ ଅଭିଭାବକମାନେ ବାହାରକୁ ଯାଉଥିବାରୁ ଅଧିକ ଯତ୍ନଶୀଳ ହେବା ଆବଶ୍ୟକ।
ଆପଣାନ୍ତୁ ସତର୍କତାମୂଳକ ପଦକ୍ଷେପ:
ମାସ୍କ ପିନ୍ଧିବା : ମା’ ବାପା ଓ ପରିବାରର ଅନ୍ୟ ସଦସ୍ୟମାନେ ନିଜେ ମାସ୍କ ପିନ୍ଧିବା ସହ ଏକ ବର୍ଷରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ମାସ୍କ ପିନ୍ଧାଇବା ଶିଖାଇବା ଦରାକର। ନିହାତି ଆବଶ୍ୟକ ନ ଥିଲେ ଶିଶୁଙ୍କୁ ବାହାରକୁ ବିଶେଷ କରି କୌଣସି ଜନଗହଳି ସ୍ଥାନକୁ ଆଦୌ ନ ନେବା ଭଲ।
ସାମାଜିକ ଦୂରତା ବଜାୟ ରଖିବା: ମା’ ବାପା ଓ ପରିବାରର ସବୁ ସଦସ୍ୟମାନେ ଅଫିସ୍‌, ମାର୍କେଟ କିମ୍ବା ବାହାରକୁ ଗଲେ ସାମାଜିକ ଦୂରତା ବଜାୟ ରଖିବା ଜରୁରୀ।
ହାତ ଧୋଇବା ଓ ସାନିଟାଇଜର୍‌ ବ୍ୟବହାର: ମା’ ବାପା ଓ ପରିବାରର ସବୁ ସଦସ୍ୟମାନେ ବାରମ୍ବାର ହାତ ଧୋଇବା ଆବଶ୍ୟକ। ୨୦ ସେକେଣ୍ଡ ଯାଏ ସାବୁନ ଓ ପାଣିରେ ହାତ ଧୋଇ ସାନିଟାଇଜର୍‌ ବ୍ୟବହାର କରିବା ଦରକାର। ନିଜେ ଶିଶୁକୁ ଖୁଆଇ ଦେବାବେଳେ ହାତ ଭଲ ଭାବେ ସଫା କରି ଖୁଆଇବା ଭଲ। ଏହାଛଡା ନିଜେ ସବୁ କାମ ପୂର୍ବରୁ ହାତ ଧୋଇବା ଓ ସାନିଟାଇଜର୍‌ ବ୍ୟବହାର କରାଇବା ଉଚିତ। ଏମିତି କି କାହାକୁ ଛୁଇଁଲେ ବା କାହା ସଂସ୍ପର୍ଶରେ ଆସିଲେ ସାନିଟାଇଜର୍‌ ବ୍ୟବହାର କରିବା ଦରକାର। ଘରେ ବାପା, ମା ଓ ଅନ୍ୟ ସଦସ୍ୟମାନେ କାଶିବା ବା ଛିଙ୍କିବା ବେଳେ ଟିସୁ ପେପର ବ୍ୟବହାର କରିବା ସହ ଟିସୁ ପେପରକୁ ସଙ୍ଗେ ସଙ୍ଗେ ଫିଙ୍ଗି ଦେବା ଆବଶ୍ୟକ। ମୋଟ ଉପରେ ନିଜେ ଓ ଘରେ ସମସ୍ତେ ‘ରେସ୍‌ପିରେଟୋରୀ ଏଟିକେଟ୍‌’ ମାନି ଚଳିବା ଗୁରୁତ୍ୱପୂର୍ଣ୍ଣ।
ଶିଶୁର ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ସଦସ୍ୟ ଟିକା ନେବା ଆବଶ୍ୟକ।
ଟିକା ନେଲେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଯାଏ ଏବଂ କୋଭିଡ୍‌ ହେଲେ ମଧ୍ୟ ଏତେ ମାରାମତ୍କ ହୁଏ ନାହିଁ। ଶିଶୁର ଅଭିଭାବକମାନେ କୋଭିଡ୍‌ ଗାଇଡ୍‌ ଲାଇନ୍‌ ତଥା ଲକ୍‌ଡାଉନ ଓ ଶଟ୍‌ଡାଉନ ନିୟମ ମାନି ଭିଡ ଜାଗାକୁ ନିଜେ ଯିବା ବା ଶିଶୁକୁ ନେବା ଠିକ୍‌ ନୁହେଁ।
ଅଭିଭାବକମାନେ କୋଭିଡ୍‌ର ଲକ୍ଷଣ ଜାଣିରଖିବା ଆବଶ୍ୟକ। ନିଜର କିମ୍ବା ପରିବାରରେ କାହାର ଜ୍ୱର, ଥଣ୍ଡା, କାଶ, ଝାଡ଼ା, ପେଟ ବ୍ୟଥା ଆଦି ହେଲେ ସଙ୍ଗେ ସଙ୍ଗେ ଶିଶୁଠାରୁ ଅଲଗା ହୋଇ ସଙ୍ଗରୋଧରେ ରହି ତୁରନ୍ତ ଚିକିତ୍ସା କରାଇବା ଦରକାର। ସେହିପରି ଶିଶୁଙ୍କ ଠାରେ କୌଣସି ଲକ୍ଷଣ ଦେଖାଦେଲେ ଯଥାଶୀଘ୍ର ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସା ଆରମ୍ଭ କରିନେବା ଭଲ।
ପ୍ରଫେସର ଡା. ସରୋଜିନୀ ଷଡ଼ଙ୍ଗୀ

– ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ
ମୋ-୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ଯାଏ ୪ ରାଶିଙ୍କୁ ବିଶେଷ କୃପା କରିବେ ଶନି; କ୍ୟାରିୟର-ବିବାହ ଠାରୁ ଧନଲାଭରେ ମିଳିବ ଫାଇଦା…

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କ ଗୋଚରକୁ ସବୁଠାରୁ ପ୍ରଭାବଶାଳୀ ବୋଲି ମାନାଯାଏ, କାରଣ ସେ ପ୍ରାୟ ଅଢ଼େଇ ବର୍ଷ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଧୀର ଗତିରେ ଚାଲୁଥିବା…

ସେପ୍ଟେମ୍ୱରରେ ଚମକିବ ୫ ରାଶିର ଭାଗ୍ୟ: ୪ ଗ୍ରହଙ୍କ ଚଳନରେ ପ୍ରଚୁର ଧନଲାଭ, ଚାକିରିରେ ମିଳିବ ବଡ଼ ଅଫର୍‌…

ସେପ୍ଟେମ୍ୱର ୨୦୨୬ରେ ସୂର୍ଯ୍ୟ, ମଙ୍ଗଳ, ବୁଧ ଏବଂ ଶୁକ୍ର ଗ୍ରହ ରାଶି ପରିବର୍ତ୍ତନ (ଗୋଚର) କରିବାକୁ ଯାଉଛନ୍ତି। ଏହି ଗ୍ରହମାନଙ୍କ ଗୋଚର ଯୋଗୁଁ ଅନେକ ଶୁଭ ରାଜଯୋଗ…

ସମ୍ପର୍କରେ ସନ୍ଦେହ ହେଲା କାଳ, ବିଷ ମିଶା କୋଲ୍ଡ ଡ୍ରିଙ୍କ ପିଆଇ ପ୍ରେମିକାଙ୍କୁ ହତ୍ୟା

ମୁମ୍ବାଇ,୩୦ା୮: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇର ଚେମ୍ବୁର ଅଞ୍ଚଳରୁ ୨୪ ବର୍ଷୀୟ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ଏହି ମାମଲାରେ ପୋଲିସ ମହିଳାଙ୍କ…

ପୁଣିଥରେ ସେଲଫି ଭିଡ଼ିଓ ଶେୟାର କରି ଚର୍ଚ୍ଚାରେ ମୋଦି, ଏଥର କିନ୍ତୁ ଦେଶରୁ ନୁହେଁ…

ତାସକେଣ୍ଟ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଉଜବେକିସ୍ତାନ ଗସ୍ତରେ ଅଛନ୍ତି। ତାସକେଣ୍ଟରେ ପହଞ୍ଚିବା ପରେ, ସେ ଉଜବେକିସ୍ତାନ ଯୋଗ ଫେଡେରେଶନ ଦ୍ୱାରା ଆୟୋଜିତ ଏକ ସ୍ବତନ୍ତ୍ର…

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

ପେନଶନ ବନ୍ଦ ଚର୍ଚ୍ଚା ଭିତରେ ଆସିଲା ଅପଡେଟ୍‌; ରିଟାୟର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖବର

ନୂଆଦିଲ୍‌ୀ,୩୦।୮: ୮ମ ବେତନ ଆୟୋଗ (8th Pay Commission) କୁ ନେଇ ସୋସିଆଲ ମିଡିଆରେ ଚାଲିଥିବା ଏକ ଖବର କେନ୍ଦ୍ରୀୟ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ଚିନ୍ତା ବଢ଼ାଇ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri