Posted inଖେଳ

କୋପା ଆମେରିକା ଫୁଟ୍‌ବଲ: ନକ୍‌ଆଉଟ୍‌ରେ ଉରୁଗୁଏ, ପାରାଗୁଏ

ସାଓ ପାଉଲୋ,୨୬।୬: କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟରେ ଉରୁଗୁଏ ଓ ପାରାଗୁଏ ନକ୍‌ଆଉଟ ପର୍ଯ୍ୟାୟରେ ପ୍ରବେଶ କରିଛନ୍ତି। ଗ୍ରୁପ୍‌ ଏ’ରେ ଗୁରୁବାର ଅନୁଷ୍ଠିତ ମ୍ୟାଚ୍‌ଗୁଡିକରେ ଏହି ଦୁଇ ଦେଶ ବିଜୟ ହାସଲ କରିବା ସହ ଏହି ସଫଳତା ପାଇଛନ୍ତି। ବ୍ରାଜିଲର କୁଇଆବାସ୍ଥିତ ଏରିନା ପଣ୍ଟାନାଲଠାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଉରୁଗୁଏ ୨-୦ ଗୋଲରେ ବଲିଭିଆକୁ ପରାସ୍ତ କରିଛି। ମ୍ୟାଚ୍‌ରେ ଉରୁଗୁଏ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲେ ମଧ୍ୟ କଡ଼ା ସଂଘର୍ଷର ସମ୍ମୁଖୀନ ହୋଇଥିଲା।
ମ୍ୟାଚ୍‌ର ୪୦ତମ ମିନିଟ୍‌ରେ ବଲିଭିଆର ଜାଇରୋ କ୍ୱିଣ୍ଟେରୋସ୍‌ ଆତ୍ମଘାତୀ ଗୋଲ ଦେଇଥିଲେ। ଫଳରେ ଉରୁଗୁଏ ଅଗ୍ରଣୀ ହାସଲ କରିଥିଲା। ଏହାପରେ ୭୯ତମ ମିନିଟ୍‌ରେ ଏଡିନ୍‌ସନ କାଭାନି ଏକ ସୁନ୍ଦର ଫିଲ୍ଡ ଗୋଲ ଦେଇ ଉରୁଗୁଏକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଅଭିଜ୍ଞ ଡିଫେଣ୍ଡର କାଭାନି ଗତ ନଭେମ୍ବର ପରେ ଉରୁଗୁଏ ପାଇଁ ପ୍ରଥମ ଗୋଲ ସ୍କୋର କରି ଫର୍ମକୁ ଫେରିଛନ୍ତି। ଉରୁଗୁଏ ଟୁର୍ନାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଛି। ତେବେ ବଲିଭିଆ ଟୁର୍ନାମେଣ୍ଟରୁ ଏକପ୍ରକାର ବିଦାୟ ନେଇଛି। ଅନ୍ୟ ଏକ ମ୍ୟାଚ୍‌ରେ ପାରାଗୁଏ ଚିଲିକୁ ହରାଇବାରୁ ବଲିଭିଆର ନକ୍‌ଆଉଟ ଆଶା ମଉଳିଯାଇଛି।
ଗ୍ରୁପ୍‌ ଏ’ରେ ଆର୍ଜେଣ୍ଟିନା ୩ ମ୍ୟାଚ୍‌ ଖେଳି ୨ ବିଜୟ, ୧ ଡ୍ର ସହ ୭ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି। ସେହିପରି ପାରାଗୁଏ ୩ଟି ମ୍ୟାଚ୍‌ ଖେଳି ୨ ବିଜୟ ଓ ଗୋଟିଏ ପରାଜୟ ସହ ୬ ପଏଣ୍ଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଛି। ଅନ୍ୟପଟେ ଚିଲି ୩ଟି ମ୍ୟାଚ୍‌ ଖେଳି ୧ ବିଜୟ ଓ ୨ ଡ୍ର ସହ ୫ ପଏଣ୍ଟ ହାସଲ କରି ତୃତୀୟ ସ୍ଥାନରେ ରହିଛି। ସେହିପରି ଉରୁଗୁଏ ୩ଟି ମ୍ୟାଚ୍‌ ଖେଳି ଗୋଟିଏ ଲେଖାଏ ବିଜୟ, ଡ୍ର ଓ ପରାଜୟ ସହ ୪ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନରେ ରହିଛି। ତେବେ ବଲିଭିଆ ୩ଟି ମ୍ୟାଚ୍‌ ଖେଳି ୩ ପରାଜୟ ସହ ଖାତା ଖୋଲି ନ ପାରି ଟୁର୍ନାମେଣ୍ଟରୁ ବାଦ୍‌ ପଡିଛି। ସୋମବାର ଉରୁଗୁଏ ଓ ପାରାଗୁଏ ପରସ୍ପରକୁ ଭେଟିବେ। କ୍ୱାର୍ଟର ଫାଇନାଲରେ ଗତଥରର ଚାମ୍ପିୟନ ବ୍ରାଜିଲକୁ କେଉଁ ଦଳ ଭେଟିବ ଏହି ମ୍ୟାଚର ଫଳାଫଳ ଉପରେ ନିର୍ଭର କରିବ। ଯଦି ଉରୁଗୁଏ- ପାରାଗୁଏ ମ୍ୟାଚ୍‌ ଡ୍ର ରୁହେ ତେବେ ଚିଲି ଆୟୋଜକ ବ୍ରାଜିଲକୁ କ୍ୱାର୍ଟର ଫାଇନାଲରେ ଭେଟିବ। କିନ୍ତୁ ଯଦି ପାରାଗୁଏ ଜିତିବ ତାହାହେଲେ କ୍ୱାର୍ଟରରେ ବ୍ରାଜିଲ ଓ ଉରୁଗୁଏ ମୁହଁାମୁହିଁ ହେବେ। ଏଭଳି ସ୍ଥିତିରେ କ୍ୱାର୍ଟରରେ ବ୍ରାଜିଲ ବଦଳରେ ଦୁର୍ବଳ ଦଳକୁ ଭେଟିବା ପାଇଁ ଆମେ ଜାଣିଶୁଣି ଖରାପ ଖେଳିବୁ ନାହିଁ। ଆମେ ବିଜୟୀ ହେବାକୁ ପଡିଆକୁ ଓହ୍ଲାଇବୁ ବୋଲି ଉରୁଗୁଏ ମିଡ୍‌ଫିଲ୍ଡର ଜିଓରଜିଆନ ଡି ଆରାସ୍କାଟି କହିଛନ୍ତି। ଅନ୍ୟପଟେ ସୋମବାର ବଲିଭିଆ ଓ ଲିଓନେଲ ମେସିଙ୍କ ଆର୍ଜେଣ୍ଟିନା ପରସ୍ପରକୁ ଭେଟିବେ। ଯଦି ଆର୍ଜେଣ୍ଟିନାକୁ ବଲିଭିଆ ପରାସ୍ତ କରେ ଓ ଉରୁଗୁଏଠାରୁ ପାରାଗୁଏ ହାରେ ତାହାହେଲେ ବଲିଭିଆ ନକ୍‌ଆଉଟକୁ ଉଠିବାର କ୍ଷୀଣ ଆଶା ରହିଛି।
ପାରାଗୁଏଠାରୁ ହାରିଲା ଚିଲି
ବ୍ରାସିଲିଆ: ସ୍ଥାନୀୟ ମାନେ ଗାରିଞ୍ଚା ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ଗ୍ରୁପ୍‌ ଏ’ର ଅନ୍ୟ ଏକ ମ୍ୟାଚ୍‌ରେ ଚିଲି ୦-୨ ଗୋଲରେ ପାରାଗୁଏଠାରୁ ପରାସ୍ତ ହୋଇଛି। ଏହି ମ୍ୟାଚ୍‌ରେ ଚିଲି ଅଧିକ ପ୍ରଭାବୀ ପ୍ରଦର୍ଶନ କରିଥିଲେ ମଧ୍ୟ କେତୋଟି ସୁଯୋଗ ହାତଛଡ଼ା କରି ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲା। ବଲ ପଜେଶନ, ପାସ୍‌ ଓ ପାସ୍‌ ଆକ୍ୟୁରେସିରେ ଚିଲି ଯଥେଷ୍ଟ ଆଗରେ ରହିଥିଲା। କିନ୍ତୁ ପାରାଗୁଏ ଦୁଇଟି ଗୋଲ ସ୍କୋର କରିଥିଲା। ମ୍ୟାଚ୍‌ର ୩୩ତମ ମିନିଟ୍‌ରେ ବ୍ରାଇଆନ ସାମୁଡିଓ ଗୋଲ ଦେଇ ପାରାଗୁଏକୁ ଅଗ୍ରଣୀ କରାଇଥିଲେ। ଏହାପରେ ଦ୍ୱିତୀୟାର୍ଦ୍ଧରେ ପେନାଲ୍ଟି ଜରିଆରେ ମିଗୁଏଲ ଅଲମିରୋନ ୫୮ତମ ମିନିଟ୍‌ରେ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇବା ସହ ବିଜୟୀ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?