Posted inଜାତୀୟ

ହିନ୍ଦୁ ପର୍ବପର୍ବାଣୀ ନେଇ ଭାଜପା ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ, ଜେଡିୟୁ-ଆରଜେଡିର ଅଭିଯୋଗ ଭାଜପା ହିନ୍ଦୁ ବିରୋଧୀ…

ପାଟନା,୨୦।୧୦ : ବିହାରରେ ଶାସକ ଦଳର ନେତାମାନେ ବିବାଦୀୟ ବିବୃତ୍ତି ପାଇଁ ହେଡଲାଇନରେ ରହିଛନ୍ତି। କିନ୍ତୁ ଏବେ ଭାଜପା ବିଧାୟକ ହିନ୍ଦୁ ପର୍ବପର୍ବାଣୀ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏକ ପୋର୍ଟାଲରେ ଆୟୋଜିତ କାର୍ଯ୍ୟକ୍ରମରେ ବିବାଦୀୟ ବିବୃତ୍ତି ଦେଇଥିବାରୁ ଭାଗଲପୁରର ପିରପୈନ୍ତିର ଭାଜପା ବିଧାୟକ ଲାଲାନ ପାସୱାନ ଆରଜେଡି ଏବଂ ଜେଡିୟୁ ଟାର୍ଗେଟରେ ଅଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ବିଧାୟକ ଲଲନ ପାସୱାନ ହିନ୍ଦୁ ପର୍ବପର୍ବାଣୀକୁ ବିରୋଧ କରି ପ୍ରଶ୍ନ ଉଠାଇଛନ୍ତି।

ସେ କହିଛନ୍ତି ଯେ ଦୀପାବଳି ଅବସରରେ ଲକ୍ଷ୍ମୀଙ୍କୁ ପୂଜା କରିବା ଅବା ନକଲେ କୌଣସି ଫରକ ପଡ଼ିବ ନାହିଁ। ଲଲନ ପାସୱାନ କହିଛନ୍ତି ଯେ ି ମୁସଲମାନ ସମ୍ପ୍ରଦାୟର ଲୋକମାନେ ଲକ୍ଷ୍ମୀଙ୍କୁ ପୂଜା କରନ୍ତି ନାହିଁ। କିନ୍ତୁ ସେମାନଙ୍କ ମଧ୍ୟରେ ବହୁ କୋଟିପତି ଅଛନ୍ତି। ସେ କହିଛନ୍ତି ଯେ ଏହି ରୀତିନୀତି ଏବଂ ବିଶ୍ୱାସ ଦ୍ୱାରା କିଛି ଫରକ ପଡ଼ି ନଥାଏ।

ସେ ଯୁକ୍ତି କରିଛନ୍ତି ଏହା ନିଜ ନିଜର ଭାବନା ଏବଂ ବିଶ୍ୱାସ ଉପରେ ନିର୍ଭର କରିଥାଏ। ବିଶ୍ୱାସ କଲେ ପଥର ମଧ୍ୟ ଦେବତା, ବିଶ୍ୱାସ ନକଲେ ଏହା ପଥର। କିନ୍ତୁ ଏହା ଏକ ପଥର, ଏହା ହେଉଛି ସବୁଠାରୁ ବଡ଼ ସତ୍ୟ। ହନୁମାନ ଏବଂ ସରସ୍ବତୀ ପୂଜା ଉପରେ ପ୍ରଶ୍ନ ଉଠାଇ ଭାଜପା ବିଧାୟକ କହିଛନ୍ତି ଯେ ମୁସଲମାନମାନେ ଏହି ଦେବୀ ଦେବତାମାନଙ୍କୁ ପୂଜା କରନ୍ତି ନାହିଁ। ମାତ୍ର ସେମାନେ ବୁଦ୍ଧିମାନ ଏବଂ ଶିକ୍ଷିତ କ’ଣ ନୁହନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ବିଧାୟକଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ପରେ ବିହାରର ଶାସକ ଦଳ ଜେଡିୟୁ ଏବଂ ଆରଜେଡି ଭାଜପାକୁ ଘେରିବା ଆରମ୍ଭ କରିଛନ୍ତି। ଜେଡିୟୁ ଏବଂ ଆରଜେଡି ଅଭିଯୋଗ କରିଛନ୍ତି ଯେ ଧର୍ମ ଓ ଜାତିକୁ ନେଇ ରାଜନୀତି କରୁଥିବା ଭାଜପାର ପ୍ରକୃତ ଚରିତ୍ର ହିନ୍ଦୁ ବିରୋଧୀ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?