କଣ୍ଟେଇମୁଣ୍ଡି ବାଇଗଣ ପାଇପାରେ ଜିଆଇ ଟ୍ୟାଗ୍‌ ମାନ୍ୟତା

ନୟାଗଡ଼ ଅଫିସ,୮।୧୨: ନୟାଗଡ଼ର ସ୍ବତନ୍ତ୍ର କିସମର କଣ୍ଟାଯୁକ୍ତ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିପାରେ ଭୌଗୋଳିକ ସଙ୍କେତ ବା ଜିଓ ଗ୍ରାଫିକାଲ୍‌ ଇଣ୍ଡିକେସନ(ଜିଆଇ) ଟ୍ୟାଗ ମାନ୍ୟତା। ଭୁବନେଶ୍ୱରର ଏସ୍‌ଏସ୍‌ଟି ରିସର୍ଚ୍ଚ ସେଣ୍ଟରରେ ମଙ୍ଗଳବାର ଜିଆଇ ଟ୍ୟାଗ ମାନ୍ୟତା ଦେବା ନେଇ ବୈଠକ ହୋଇଥିଲା। ଅନ୍‌ଲାଇନରେ ଜିଆଇ ଟ୍ୟାଗ୍‌ ମାନ୍ୟତା ବିଭାଗର ୪ଜଣ ଅଧିକାରୀ ଉପସ୍ଥିତ ଥିବାବେଳେ ଓ ଭୁବନେଶ୍ୱରକୁ ୫ଜଣ ଅଧିକାରୀ ଆସିଥିଲେ। ଏଠାକୁ ନୟାଗଡ଼ ଜିଲା ପରି ବିଭିନ୍ନ ଜିଲାର କୃଷି ସମ୍ବଦ୍ଧୀୟ ଉପକରଣକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ନେଇ ଦାବି ଉଠିଥିଲା। ନୟାଗଡ଼ ଜିଲାରୁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଅନିଲ କୁମାର ସ୍ବାଇଁଙ୍କ ସମେତ କେତେଜଣ ଅଧିକାରୀ ଓ କଣ୍ଟେଇମୁଣ୍ଡି ବାଇଗଣ କରୁଥିବା ୨ ଚାଷୀ ଯାଇଥିଲେ। ଆମ ଜିଲା ତରଫରୁ କଣ୍ଟେଇମୁଣ୍ଡି ବାଇଗଣ ଉପରେ ସମ୍ପର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଜିଆଇ ଟ୍ୟାଗ କର୍ତ୍ତୃପକ୍ଷ କଣ୍ଟେଇମୁଣ୍ଟି ବାଇଗଣ ଉପରେ ଆଉ କିଛି ତଥ୍ୟ ମାଗିଥିବା ଜଣାପଡିଛି।

ପ୍ରକାଶଯେ, ଖଣ୍ଡପଡା ବ୍ଳକର କଣ୍ଟିଲୋ ମହାନଦୀ କୂଳେ କୂଳେ କଣ୍ଟେଇମୁଣ୍ଡି ବାଇଗଣ କାହିଁ କେଉଁ କାଳରୁ ଚାଷ ହୋଇ ଆସୁଛି। ଏହା ସ୍ବାଦିଷ୍ଟ ଥିବାରୁ ବିକ୍ରି ବଢ଼ି ଚାଲିଛି। ପରେ ବଡବାଣପୁର, ପଦ୍ମାବତୀ ଓ ଏହାର ଆଖପାଖ ଅଞ୍ଚଳ ସମେତ ନୟାଗଡ ଜିଲାର ବିଭିନ୍ନ ଗଁାରେ ଏହି ଚାଷ ବଢ଼ିଛି। ଏନେଇ ନୟାଗଡ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଅନିଲ କୁମାର ସ୍ବାଇଁ କୁହନ୍ତି କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ୩ ବର୍ଷ ତଳେ ପ୍ରୟାସ ଆରମ୍ଭ ହୋଇଥିଲା। ଏନେଇ ତତ୍‌ କାଳୀନ ଜିଲାପାଳ ପୋମା ଟୁଡୁଙ୍କ ସହ ଆଲୋଚନା କରାଯାଇଥିଲା। ଜିଲାପାଳଙ୍କ ସବୁଜ ସଙ୍କେତ ମିଳିବା ପରେ ଏକ ବୈଠକ କରାଯାଇ ଏଥିରେ ସହମତି ପ୍ରକାଶ ପାଇଥିଲା। ଏପରିକି ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍‌ ପ୍ରସ୍ତୁତ କରାଯାଇ ଓଡିଶା ୟୁନିଭରସିଟି ଅଫ୍‌ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି)କୁ ଦିଆଯାଇଥିଲା। ଓୟୁଏଟି ପକ୍ଷରୁ ଆବଶ୍ୟକ କାଗଜାତ ଜିଆଇ ଟ୍ୟାଗ କାର୍ଯ୍ୟାଳୟ ଚେନ୍ନାଇକୁ ପଠାଇଥିଲେ। ଏନେଇ ଭୁବନେଶ୍ୱରରରେ ମଙ୍ଗଳବାର ସମୀକ୍ଷା ହୋଇଛି ବୋଲି କହିଛନ୍ତି। ଏବେ ପୁଣି କଣ୍ଟେଇମୁଣ୍ଡି ବାଇଗଣ ଉପରେ ଡୁକ୍ୟମେଣ୍ଟାରୀ ଓ ଆନାଲେଶିସ କରାଯାଉଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

ବାସନ ମାଜୁଥିବା ବେଳେ ଟଳିପଡ଼ିଲେ ବୃଦ୍ଧା, ଅଂଶୁଘାତ ଆଶଙ୍କା

ରାୟଗଡ଼ା/ଟିକିରି,୨୭ା୪(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ପଞ୍ଚାୟତର ଜଣେ ବୃଦ୍ଧା ବାସନ ମାଜୁଥିବା ସମୟରେ ଟଳି ପଡ଼ିଥିଲେ। ମୃତ...

ସମୀର ଦାସଙ୍କୁ ନେଇ ଆସିଲା ବଡ଼ ଖବର, ସମର୍ଥକ କହିଲେ ଟିକେଟ ଦିଅ ନ ହେଲେ ଦଳ ଛାଡ଼ିବୁ

ଭୁବନେଶ୍ୱର,୨୭।୪: ବିଧାୟକ ସମୀର ଦାଶଙ୍କ ଟିକେଟ କଟିବା ପରେ ସରଗରମ ନିମାପଡା ରାଜନୀତି । ସମର୍ଥକଙ୍କୁ ନେଇ ମେଳି ବାନ୍ଧୁଛନ୍ତି ସମୀର । ୩୦ ତାରିଖ...

ରେକର୍ଡ ଭାଙ୍ଗିଲା ରାଜଧାନୀ ତାତି, ୪୪ ଟପିଲା

ଭୁବନେଶ୍ୱର,୨୭।୪: ସାରା ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ତତଲା କଡେଇରେ  ଭାଜି ହେବା ସହ ରାଜଧାନୀବାସୀ ଶନିବାର ପ୍ରବଳ ତାତିରେ ଆକ୍ତାମାକ୍ତା ହୋଇଛନ୍ତି।...

ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକଙ୍କ ପଦଯାତ୍ରା

କେସିଙ୍ଗା,୨୭।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକର ବାଲସି ଗ୍ରାମ ପଞ୍ଚାୟତରେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀର ବିଜେଡି ଦଳର ବିଧାୟିକା ପ୍ରାର୍ଥୀନୀ ଲଳିତା ନାଏକ ଶନିବାର...

କଟକ-ଭୁବନେଶ୍ୱରକୁ ରେଡ୍‌ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର,୨୭।୪: ତାତିରୁ ନିସ୍ତାର ନାହିଁ। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଶନିବାର ଲାଗି କଟକ-ଭୁବନେଶ୍ୱର(ଟୁଇନ୍‌ ସିଟି)କୁ ରେଡ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଏଠାରେ...

ବିଜେଡି ଛାଡ଼ିବା ସଙ୍କେତ ଦେଲେ ସମୀର !

ନିମାପଡ଼ା,୨୭।୪: ନିମାପଡ଼ା ବିଧାନସଭା ଆସନ ଲାଗି ବିଜେଡି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ହେଲେ ଏଯାଏ ସଦ୍ୟ ସାମିଲ ହୋଇଥିବା ପ୍ରାର୍ଥୀ ଦିଲୀପ ନାୟକ ପ୍ରଚାର...

‘ଓଡ଼ିଶାରେ କେବଳ ନବୀନ ଇଞ୍ଜିନ ଚାଲିବ’

ନୂଆପଡା,୨୭।୪: ଓଡିଶାରେ ଚାଲିବ କେବଳ ନବୀନ ଇଞ୍ଜିନ । ୨୪ ବର୍ଷ ଧରି ରାଜ୍ୟରେ ନବୀନ ଇଞ୍ଜିନ ଚାଲିଛି, ଆହୁରି ଚାଲିବ। ପଡୋଶୀ ଛତିଶଗଡରେ ଡବଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri