ଗ୍ରାହକ ବିଶ୍ୱାସ ବ୍ୟବସାୟର ମୂଳମନ୍ତ୍ର

ପାନାସୋନିକ କେବଳ ଏକ ବ୍ରାଣ୍ଡ ନୁହେଁ, ଦୀର୍ଘ ବର୍ଷ ଧରି ଏହା ଗ୍ରାହକଙ୍କୁ ଗୁଣଯୁକ୍ତ ସେବା ଓ ବିଶ୍ୱାସ ଦେଇଆସିଛି। କମ୍ପାନୀ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ବିଶ୍ୱ ବଜାରରେ ନିଜ ସ୍ଥିତିକୁ ସୁଦୃଢ଼ କରିଛି। ଉପଭୋକ୍ତାଙ୍କ ବିଶ୍ୱାସଭାଜନ ହେବା ସହ ଅତ୍ୟାଧୁନିକ ପ୍ରଡକ୍ଟ ଓ ସେବା ଯୋଗାଣ ଦିଗରେ କମ୍ପାନୀ ବିଶ୍ୱାସ ରଖିଛି। ଗ୍ରାହକ ବିଶ୍ୱାସ ବ୍ୟବସାୟର ମୂଳମନ୍ତ୍ର। ବ୍ୟବସାୟ ପାଇଁ ଦୀର୍ଘ ସ୍ଥାୟୀ ଯୋଜନା ଜରୁରୀ ବୋଲି କହିଛନ୍ତି ପାନାସୋନିକ (ଇଣ୍ଡିଆ) ଓଡ଼ିଶା ବାଣିଜ୍ୟ ମୁଖ୍ୟ ଦୁର୍ଗେଶ ଶୁକ୍ଳା। ଓଡ଼ିଶା ବଜାର ତଥା କମ୍ପାନୀର ଅନ୍ୟ ଯୋଜନା ସମ୍ପର୍କରେ ଶୁକ୍ଳାଙ୍କ ସହ ଧରିତ୍ରୀର ଆଳାପ…

ଓଡ଼ିଶାରେ ପାନାସୋନିକର କାରବାର କିପରି ରହିଛି?
ଓଡ଼ିଶା ବଜାର ପାନାସୋନିକ ପାଇଁ ଏକ ପ୍ରମୁଖ ବଜାର। କମ୍ପାନୀର ମୋଟ କାରବାରରେ ପ୍ରାୟ ୩୦% ଏଠାରୁ ସଂଗ୍ରହ ହୋଇଥାଏ। ବଜାର ଚାହିଦା ସହ କାରବାରକୁ ଅଧିକ କ୍ରିୟାଶୀଳ କରି ଆଶାନୁରୂପକ ସଫଳତା ହାସଲ କରିପାରିଛୁ। ବିଶେଷକରି ଓଡ଼ିଶାରେ ବର୍ଷକ ବାର ମାସ ପର୍ବପର୍ବାଣି ସହ ବାହାଘର ଓ ସ୍ବତନ୍ତ୍ର ସିଜନର କାରବାର ବେଶ୍‌ ଉତ୍ସାହଜନକ। ସବୁ ବର୍ଗର ଲୋକଙ୍କ ମନକୁ ପାଇଲା ଭଳି ପ୍ରଡକ୍ଟ ବଜାରରେ ଉପଲବ୍ଧ କରାଉଛୁ। ଆମର କ୍ୟାମେରାଠାରୁ ଆରମ୍ଭ କରି କମ୍ପ୍ୟୁଟର ଏବଂ ରେଡିଓଠାରୁ ଆରମ୍ଭ କରି ରେଫ୍ରିଜଟେର, ସବୁ ବର୍ଗରେ ଶ୍ରେଷ୍ଠ ଜ୍ଞାନକୌଶଳରେ ନିର୍ମିତ, ଯାହାକି ଚାହିଦା ବଢ଼ାଉଛି।
ଗ୍ରାହକ କାହିଁକି ପାନସୋନିକ ପ୍ରଡକ୍ଟ କ୍ରୟ କରିବେ?
ପ୍ରତିବର୍ଷ ଧାରା ପରିବର୍ତ୍ତନ ସହ ବଜାର ଚାହିଦା ଅନୁସାରେ ପ୍ରଡକ୍ଟ ଲଞ୍ଚ କରାଯାଉଛି। ବିକ୍ରି ପରବର୍ତ୍ତୀ ସେବାକୁ ସର୍ବାଧିକ ଗୁରୁତ୍ୱ ଦେଉଛୁ। ଗ୍ରାହକଙ୍କୁ ଉପଯୁକ୍ତ ସେବା ଯୋଗାଣ ଲାଗି ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର ହେଉଛି। ଏହାସହ ଆକର୍ଷଣୀୟ ଅଫର ଓ ଅନ୍ୟ ସୁବିଧା ଦେଉଛୁ, ଯାହା ଅନ୍ୟ କମ୍ପାନୀଠାରୁ ଭିନ୍ନ। ଗ୍ରାହକଙ୍କ ବିଶ୍ୱାସ ଓ ଭରସା ସହ ଆମ ପ୍ରଡକ୍ଟ ସ୍ବତନ୍ତ୍ର ହେବାରୁ ଭଲ କାରବାର ହାସଲ କରିବାକୁ ସକ୍ଷମ ହୋଇଛୁ।
ବ୍ୟବସାୟରେ ଜିଏସ୍‌ଟି କିଭଳି ପ୍ରଭାବ ପକାଇଛି?
ଦେଶରେ ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) କାର୍ଯ୍ୟକାରୀ ହେବା ଫଳରେ କାରବାରରେ ଅନେକ ପରିବର୍ତ୍ତନ ଆସିଛି। ସାମଗ୍ରୀ ରପ୍ତାନି ସହଜ ହେବା ସହ ବଜାରରେ ମଧ୍ୟ ଆବଶ୍ୟକତା ଅନୁସାରେ ଏହା ପହଞ୍ଚତ୍ପାରୁଛି। ପୂର୍ବରୁ ଏଭଳି ସ୍ଥିତି ନ ଥିଲା। ଅନେକ ସମସ୍ୟା ସୃଷ୍ଟି କରୁଥିଲା। ରାଜ୍ୟସ୍ତରରେ ନିୟମରେ ଭିନ୍ନତା ଓ ବହୁ ଟିକସ ଲାଗୁ ହେବା ଯୋଗୁ ବ୍ୟବସାୟରେ ବ୍ୟାପକ ବ୍ୟାଘତ ସୃଷ୍ଟି କରୁଥିଲା। ଜିଏସ୍‌ଟି ଆସିବାରୁ ବ୍ୟବସାୟ ସହଜ ଓ ସରଳ ହୋଇଛି। ବର୍ତ୍ତମାନ ସଚ୍ଚୋଟ ବ୍ୟବସାୟୀ ବେଶ୍‌ ଉପକୃତ ହୋଇପାରିଛନ୍ତି।
କୋଭିଡ୍‌ ଯୋଗୁ କାରବାର କିପରି ପ୍ରଭାବିତ ହୋଇଛି?
କୋଭିଡ୍‌ ସଂକ୍ରମଣ ଯୋଗୁ ବ୍ୟବସାୟୀ ମାନ୍ଦାବସ୍ଥା ଦେଇ ଗତି କରୁଛନ୍ତି। କୋଭିଡ୍‌ର ପ୍ରଥମ ଲହରରେ କାରବାର ହ୍ରାସ ସହ ସମସ୍ୟା ଅନେକ ରହିଥିଲା। ୨ୟ ଲହରରେ ସମସ୍ୟା ଅପେକ୍ଷାକୃତ କମ୍‌ ରହିଥିଲେ ମଧ୍ୟ ଉପତ୍ାଦନ ହ୍ରାସ ଯୋଗୁ କାରବାର ପ୍ରଭାବିତ ହୋଇଛି। ଏହାର ସମାଧାନ ପାଇଁ କମ୍ପାନୀ ଅତ୍ୟାଧୁନିକ ଜ୍ଞାନକୌଶଳ ଯୁକ୍ତ ପ୍ରଡକ୍ଟ ଉତ୍ପାଦନ କରୁଛି। କୋଭିଡ୍‌ ନିୟନ୍ତ୍ରଣ ଲାଗି ବିଭିନ୍ନ ପ୍ରଡକ୍ଟ ବଜାରକୁ ପ୍ରବେଶ ନେଇ ଲକ୍ଷ୍ୟ ରଖାଯାଇଛି।
ପାର୍ବଣ ପ୍ରସ୍ତୁତି କିପରି ରହିଛି?
ଓଡ଼ିଶା ହେଉଛି ଏକ ସଂସ୍କୃତିସମ୍ପର୍ଣ୍ଣ ରାଜ୍ୟ। କୋଭିଡ୍‌ ପାଇଁ ପର୍ବପର୍ବାଣି ଫିକା ପଡ଼ିଯାଇଛି। ଆଗାମୀ ପୂଜା ବେଳକୁ କୋଭିଡ୍‌ ସ୍ଥିତି ସୁଧୁରିଲେ ଗ୍ରାହକଙ୍କ ପାର୍ବଣ ଉତ୍ସାହ ଏବଂ ବଜାର ସ୍ଥିତିକୁ ଦେଖି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ। ଲୋଭନୀୟ ଅଫର ଓ ନୂଆ ପ୍ରଡକ୍ଟ ଆଣିବାକୁ ଯୋଜନା ରହିଛି।
ଅନ୍ୟ ପ୍ରତିଦ୍ୱନ୍ଦ୍ୱୀ ସଂସ୍ଥାଙ୍କୁ କିପରି ଦେଖୁଛନ୍ତି?
ବଜାର ସମସ୍ତଙ୍କ ପାଇଁ ସମାନ। କିଏ କିପରି କାରବାର କରିବ ସେ ନେଇ ସେହି କମ୍ପାନୀ ପରିଚାଳନା ବୋର୍ଡ ଯୋଜନା ପ୍ରସ୍ତୁତ କରିଥାଏ। ବଜାରରେ ଏକ ନମ୍ବର ହେବା ପାଇଁ ନୂଆ ଉପତ୍ାଦନ ଓ ଅତ୍ୟାଧୁନିକ ସାମଗ୍ରୀ ସହ ଉପଭୋକ୍ତାଙ୍କ ଚାହିଦା ପୂରଣ ହେଉଛି ପ୍ରମୁଖ ଲକ୍ଷ୍ୟ। ଗ୍ରାହକ ସମ୍ପର୍କ ହିଁ କାରବାର ବଢ଼ାଇବାରେ ସହାୟକ ହୋଇଥାଏ। ବ୍ୟବସାୟରେ କିଏ ଶତ୍ରୁ ନୁହେଁ କି କାହାକୁ ଶତ୍ରୁ ଭାବି ବ୍ୟବସାୟ କରାଯାଏ ନାହିଁ। ସାମଗ୍ରୀ, ସେବା ଓ ଗ୍ରାହକ ସନ୍ତୁଷ୍ଟିକୁ ନେଇ ବ୍ୟବସାୟ କରାଯାଏ।
ଗ୍ରାହକ ସେବା ପାଇଁ କ’ଣ ସବୁ ପଦକ୍ଷେପ ନେଉଛନ୍ତି?
ବଜାରରେ ବ୍ୟବସାୟ ପାଇଁ ଯେଉଁ କେତୋଟି ମାନଦଣ୍ଡ ରହିଛି ସେ ସବୁ ମଧ୍ୟରୁ ଗ୍ରାହକ ସେବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଉପଯୁକ୍ତ ସେବା ନ ପାଇଲେ ଗ୍ରାହକ ଅନ୍ୟ ବ୍ରାଣ୍ଡ ଆଡ଼କୁ ମୁହଁାଇଥାନ୍ତି। ଏହାକୁ ନଜରରେ ରଖି ତତ୍କାଳ ସେବା ସହ ୨୪ ଘଣ୍ଟିଆ ଗ୍ରାହକ ସେବା ଉପରେ ଫୋକସ କରିଛୁ। ଇ-ମେଲ୍‌ ଓ ହ୍ବାଟ୍ସଆପ୍‌ ଦ୍ୱାରା ଗ୍ରାହକଙ୍କୁ ତ୍ୱରିତ ଓ ସର୍ବୋତ୍ତମ ସେବା ପ୍ରଦାନ କରୁଛୁ।
– ସାକ୍ଷାତ୍‌କାର: ଅଭୟ ଦାଶ


Enter your email to get our daily news in your inbox.

All Right Reserved By Dharitri.Com

ମୁଜାଗଡ଼ରେ ବୁଲୁଛି ମଣିଷମରା ହାତୀ, ଗାଈକୁ ଦଳି ମାରିଲା

ଭଞ୍ଜନଗର,୧୮ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ରେଞ୍ଜର ଖଣ୍ଡିକୋଟି, ବେଲାଟୁନି ଓ ଗୁଣ୍ଡିରିବାଡ଼ି ଅଞ୍ଚଳରେ ଅଲଗା ହୋଇ ବୁଲୁଥିବା ୩ଟି…

F-16 ଫାଇଟର ଜେଟ୍‌ ଦୁର୍ଘଟଣା, ହୁତୁହୁତୁ ହୋଇ…

ଓ୍ବାଶିଂଟନ,୧୮।୯: ଆମେରିକାର ମିଚିଗାନରେ ନିୟମିତ ପ୍ରଶିକ୍ଷଣ ଉଡ଼ାଣ ସମୟରେ ଟେକ୍ସାସ ଏୟାର ନ୍ୟାସନାଲ ଗାର୍ଡର ଏକ F-16 ଫାଇଟର ଜେଟ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗ୍ରାଣ୍ଡ ଟ୍ରାଭର୍ସ…

ଏଇ ଭାରତରେ

ତାମିଲନାଡୁର ସତ୍ୟମଙ୍ଗଳମ୍‌ ବ୍ୟାଘ୍ର ସଂରକ୍ଷିତ ଜଙ୍ଗଲରେ ଲାଟାନା ଘାସ ଏବେ ଆଦିବାସୀଙ୍କ ପାଇଁ ଜୀବିକାର ସାହାରା ପାଲଟିଛି। କେବଳ ଏତିକି ନୁହେଁ ଜଙ୍ଗଳ ଅର୍ଥନୀତିକୁ ମଧ୍ୟ ସଶକ୍ତ…

ବିକାଶ ବେଦିରେ ବଳି

ଓଡ଼ିଶାର ଆଦିବାସୀମାନଙ୍କ ଅସ୍ତିତ୍ୱ ଦିନକୁ ଦିନ ଅଧିକ ବିପନ୍ନ ହେଉଥିବା ଦେଖିବାକୁ ମିଳୁଛି। ସେମାନଙ୍କର ମାଟି, ପାଣି, ଜଙ୍ଗଲ, ଝରଣା, ପାହାଡ଼ ଧୀରେ ଧୀରେ ସେମାନଙ୍କ କବଳରୁ…

ନିଜକୁ ଚିହ୍ନିବା

ଓଡ଼ିଆରେ ଗୋଟିଏ ଢଗ ଅଛି, ”ନିଜ ବୁଦ୍ଧିରେ ଶୃଗାଳ ହେବ ପଛେ, ପର ବୁଦ୍ଧିରେ ସିଂହ ହେବନାହିଁ।“ ଏହି ଢଗଟି ପରୋକ୍ଷରେ ପ୍ରସଙ୍ଗ ‘ନିଜକୁ ନିଜେ ଚିହ୍ନିବା’ର…

ଡାଟା ସେଣ୍ଟରକୁ ବିରୋଧ

ଦି ଗ୍ରେଟ୍‌ ରିପ୍ଲେସମେଣ୍ଟ’ ଧାରଣା ଦର୍ଶାଏ ଯେ ସ୍ଥାନୀୟ ଲୋକଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ପ୍ରବାସୀମାନଙ୍କ ଦ୍ୱାରା ହଟାଯାଉଛି। ଫ୍ରାନ୍ସର ଲେଖକ ରେନାଡ୍‌ କାମୁସ ଏହି ଶବ୍ଦ ପ୍ରଥମେ…

ପିକ୍‌ଅପ୍‌ରେ ଚାଲାଣ ହେଉଥିଲେ ୭୫ ଛେଳି, ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଗିରଫ କରି…

ଦେବଗଡ଼,୧୮ା୯(ଶଶାଙ୍କ ଶେଖର ଝାଙ୍କର): ପିକ୍‌ଅପ୍‌ ଭ୍ୟାନ୍‌ରେ ବେଆଇନ ଛେଳି ଚାଲାଣ ଘଟଣାରେ ଦେବଗଡ଼ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ…

ବୈଜ୍ଞାନିକଙ୍କୁ ବଡ଼ ସଫଳତା, ମୂଷା ମସ୍ତିଷ୍କରେ ଲାବ୍‌-ନିର୍ମିତ ମାନବ କୋଷିକା ପ୍ରତିରୋପଣ

ନୂଆଦିଲ୍ଲୀ,୧୮।୯ (ପି.ଟି.): ପ୍ରୟୋଗଶାଳାରେ ପ୍ରସ୍ତୁତ ମାନବ ମସ୍ତିଷ୍କର ନରମ କୋଷିକାକୁ ମୂଷା ମସ୍ତିଷ୍କରେ ସଫଳତାର ସହ ପ୍ରତିରୋପଣ କରାଯାଇପାରିଛି। ପ୍ରତିରୋପଣ ପରେ ଏହି ମାନବ କୋଷିକାଗୁଡ଼ିକ ମୂଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?