Advertisement

ପଦ୍ମପୁର ପାଇଁ ବିଧାନସଭା ଖାଁ ଖାଁ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ):ବିଧାନସଭାର ଶୀତକାଳୀନ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି । ହେଲେ ପ୍ରଥମ ଦିନରେ ବିଧାନସଭା ପରିସର ଖାଁ ଖାଁ ଲାଗୁଥିଲା। ଶାସକ ଦଳର ପ୍ରାୟ ୫୦ ପ୍ରତିଶତ ବିଧାୟକ ଏବଂ ଅଧିକାଂଶ ମନ୍ତ୍ରୀଙ୍କର ଦେଖା ନ ଥିଲା। ପଦ୍ମପୁର ଉପନିର୍ବାଚନ ପାଇଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଅଧିକାଂଶ ବିଧାୟକ ଓ ମନ୍ତ୍ରୀ ପଦ୍ମପୁର ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା କୁହାଯାଉଛି । ସଂସଦୀୟ ବ୍ୟାପାର ତଥା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅନୁପସ୍ଥିତ ଥିବାରୁ ତାଙ୍କ ସ୍ଥାନରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ। ଗୃହରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ମନ୍ତ୍ରୀ ଓ ବିଧାୟକ ଅନୁପସ୍ଥିତ ଥିଲେ। ଏହାକୁ ନେଇ ଶାସକ ଦଳକୁ ବିରୋଧୀ ଘେରିଛନ୍ତି। ନିର୍ବାଚନ ହାରିଯିବା ଭୟରେ ପୂରା ଶାସକ ଦଳ ପଦ୍ମପୁରରେ ଡେରା ପକାଇଛନ୍ତି। ସେମାନେ ବିଧାନସଭାକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ଆସିଲାନି: ବିଡିଓଙ୍କ ସରକାରୀ ଗାଡିରେ ଡାକ୍ତରଖାନା ଗଲେ ମହିଳା

ସୋର, ୨୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ଅଧୀନ ସରଶଂଖ ଗ୍ରାମରେ ଥିବା ସଂଗରୋଧ କେନ୍ଦ୍ରରେ ଶନିବାର ମଧ୍ୟରାତ୍ରିରେ ଜଣେ ମହିଳା ଅନ୍ତେବାସିନୀଙ୍କ ପେଟରେ ଯନ୍ତ୍ରଣା ହେବାରୁ...

ଡାଏଲିସିସ୍‌ ନ ପାଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

କଟକ ଅଫିସ,୯। ୮: ଏସ୍‌ସିବି ଆଇସୋଲେଶନ ୱାର୍ଡରେ ଚିକିତ୍ସା ଅବହେଳାରୁ ଜଣେ କରୋନା ଆକ୍ରାନ୍ତଙ୍କ ମତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତାଙ୍କର ଡାଏଲିସିସ୍‌ କରାଗଲା ନାହିଁ...

ଓଡ଼ିଶାରୁ ଚାଲିଲା ୧୨ ଯୋଡ଼ା ଟ୍ରେନ୍

ଭୁବନେଶ୍ୱର, ୨।୬ (ବ୍ୟୁରୋ): ଅନ୍‌ଲକ୍‌-୧.୦ର ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ୨ଶହ ଯାତ୍ରିବାହୀ ଟ୍ରେନ୍‌ ଚଳାଚଳ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରୁ ୧୨ ଯୋଡ଼ା...

ହାତୀ ଦାନ୍ତ ଚୋରା କାରବାର: ୨ ଗିରଫ

କେନ୍ଦୁଝର,୨୭ା୨(ସ୍ବ.ପ୍ର.): ରାଜ୍ୟ ଏସ୍‌ଟିଏଫ୍‌ ଟିମ୍‌ ଦାନ୍ତ ଚୋରା କାରବାର ବେଳେ ଚଢ଼ାଉ କରି ଦୁଇ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ଦୁଇଟି ହାତୀଦାନ୍ତ...

ଶ୍ୱେତାଙ୍କୁ ବ୍ଲାକମେଲ୍‌ କରୁଥିଲେ ପୁରୁଷବନ୍ଧୁ

ଭୁବନେଶ୍ୱର,(ବ୍ୟୁରୋ)୨୩ା୮:ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାରସ୍ଥିତ ଇନ୍‌ଫୋସିଟି ଗ୍ରୀନ୍‌ ଆପାର୍ଟମେଣ୍ଟରୁ ସଫ୍ଟୱେର୍‌ ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀ(୨୬)ଙ୍କ ମୃତଦେହ ମିଳିବା ଘଟଣା ରହସ୍ୟ ସୃଷ୍ଟି କରିଛି।...

ଲକ୍ଷେ ୮୦ ହଜାରରେ ସ୍ତ୍ରୀଙ୍କୁ ବିକିଦେଲେ

ବେଲପଡା,୨୪ା୧୦(ଡି.ଏନ.ଏ.): ପ୍ରଥମେ ପ୍ରେମ ତା ପରେ ଘର ଲୋକଙ୍କ ସହମତିରେ ବିବାହ ହୋଇଥିଲା। ସାଇପଡିଶା ଓ ବନ୍ଧୁ ବାନ୍ଧବଙ୍କୁ ଭୋଜିଭାତ ବି ଦିଆଯାଇଥିଲା। କିଛିଦିନ ଠିକ୍‌ଠାକ...

ପାଉଚ ମଦରେ ନିଆଁ ଲଗାଇଲେ ମହିଳା

ବୌଦ୍ଧ, ୨୩।୭.(ସ୍ବ.ପ୍ର.)-ବୌଦ୍ଧ ଜିଲାରେ ମହିଳାମାନେ ମଦ ବିରୋଧୀ ଆନ୍ଦୋଳନ କରିଛନ୍ତି। ଜିଲାରେ ବହୁ ସଂଖ୍ୟାରେ କୁଚିଆ ମଦ ଦୋକାନ ଖୋଲାଯାଇ ଦେଶୀ, ବିଦେଶୀ ମଦ ବିକ୍ରି...

ଶ୍ରୀମନ୍ଦିର ହୁଣ୍ଡିରେ ନୂଆବର୍ଷ ଭିଡ଼ର ପ୍ରଭାବ: ବାହାରିଲା ୧୧ଲକ୍ଷ ୪୬ ହଜାର ଟଙ୍କା

ପୁରୀ ଅଫିସ, ୨ା୧: ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଛି। ପ୍ରାୟ ୫ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ...

Advertisement
Archives

Model This Week