Posted inଫୁରସତ

୩ ବର୍ଷ ପରେ ସ୍ବାମୀଙ୍କୁ ଭେଟିଲେ ସ୍ତ୍ରୀ, ପରେ ଯାହା ହେଲା ଜାଣିଲେ, ଆଖିରେ ଆସିଯିବ ଲୁହ

ଚାଇନାରୁ ଏମିତି ଏକ ଖବର ଆସିଛି, ଯାହା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ।  ଦୀର୍ଘ ତିନି ବର୍ଷର ଅପେକ୍ଷା ପରେ ଜଣେ ରୁଷିଆ ମହିଳା ତାଙ୍କ ସ୍ବାମୀଙ୍କୁ ଭେଟିବା ପାଇଁ ଚାଇନାରେ ପହଞ୍ଚିଥିଲେ। କିନ୍ତୁ କିଛି ଘଣ୍ଟା ମଧ୍ୟରେ ଏହି ସୁଖର ଖବର ଦୁଃଖରେ ପରିଣତ ହୋଇଥିଲା। ବାସ୍ତବରେ ଏହି ମହିଳାଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। କରୋନା ପ୍ରତିବନ୍ଧକ ଯୋଗୁ ଉଭୟେ ସାକ୍ଷାତ ହୋଇପାରି ନ ଥିଲେ। ଏବେ ତାଙ୍କ ସ୍ବାମୀ ସ୍ତ୍ରୀଙ୍କ ମୃତ୍ୟୁ ପରେ ଅଙ୍ଗଦାନ କରିଛନ୍ତି। ତାଙ୍କର ଏହି ପଦକ୍ଷେପ ପରେ ଚାଇନାର ସୋସିଆଲ ମିଡିଆରେ ଅନେକ ପ୍ରଶଂସା ସାଉଁଟିଛି।

ଏକ ରିପୋର୍ଟ ଅନୁଯାୟୀ, ୩୦ ବର୍ଷ ବୟସ୍କା ନିକା ଏବଂ ୩୮ ବର୍ଷୀୟା ଓୟାଙ୍ଗ ପ୍ରଥମେ ୨୦୧୮ରେ ସାକ୍ଷାତ ହୋଇଥିଲେ। ଦୁହେଁ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ। ସେମାନେ ଏପ୍ରିଲ ୨୦୧୯ରେ ବିବାହ କରିଥିଲେ ଏବଂ ପରେ ସେହି ବର୍ଷ ସେପ୍ଟେମ୍ବରରେ ରୁଷିଆକୁ ଯାଇ ନିକାଙ୍କ ମା’ଙ୍କୁ ଭେଟିଥିଲେ। ଓୟାଙ୍ଗ ଶୀଘ୍ର ଚାଇନାକୁ ଫେରିଗଲେ। କିଛି ମାସ ପରେ ନିକାଙ୍କୁ ମଧ୍ୟ ଚାଇନାକୁ ଫେରିବାକୁ ପଡ଼ିଥିଲା। କିନ୍ତୁ କରୋନା ଯୋଗୁ ସେ ଚାଇନାକୁ ଫେରିପାରି ନ ଥିଲେ।

ଶେଷରେ, ଚଳିତ ବର୍ଷ ଅକ୍ଟୋବର ଶେଷରେ, ନିକା ଚାଇନାରେ ପହଞ୍ଚିଥିଲେ। ଓୟାଙ୍ଗ କହିଛନ୍ତି, ‘ଆମେ ଦୁହେଁ କାନ୍ଦୁଥିଲୁ ଏବଂ ପାଞ୍ଚ ମିନିଟ ପାଇଁ ଆଲିଙ୍ଗନ କରିଥିଲୁ। ମୁଁ ବହୁତ ଖୁସି ଥିଲି। କିନ୍ତୁ ଘରକୁ ଫେରିବା ବାଟରେ ଏହି ସୁଖ ଦୁଃଖରେ ପରିଣତ ହୋଇଥିଲା। ସେ ତାଙ୍କ ସ୍ତ୍ରୀଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ, ଯେଉଁଠାରେ ଡାକ୍ତରମାନେ କହିଥିଲେ ନିକାଙ୍କର ହୃଦ୍‌ଘାତ ହୋଇଛି। ତାଙ୍କର ସୁସ୍ଥ ହେବାର କୌଣସି ଆଶା ନଥିଲା।

ଓୟାଙ୍ଗ ହାର ମାନିଲେ ନାହିଁ ଏବଂ ତାଙ୍କୁ ୧୫୦ କିଲୋମିଟର ଦୂରରେ ଥିବା ଏକ ବଡ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେତେବେଳକୁ ନିକା କୋମାକୁ ଯାଇଥିଲେ। ଓୟାଙ୍ଗ କହିଛନ୍ତି, ସେ ଏହା ପୂର୍ବରୁ ତାଙ୍କ ସ୍ତ୍ରୀଙ୍କ ସହ ଅଙ୍ଗଦାନ ବିଷୟରେ ଆଲୋଚନା କରିଥିଲେ। ଏହା ପୂର୍ବରୁ ସେ ମରିଯିବେ ବୋଲି ଭୟ କରିଥିଲେ। ସେ କହିଛନ୍ତି, ନିକା ତାଙ୍କ ମୃତ୍ୟୁ ପରେ ତାଙ୍କ ଅଙ୍ଗଦାନ କରିବାକୁ ରାଜି ହୋଇଥିଲେ।

ଏହି ମାସ ଆରମ୍ଭରେ ଦକ୍ଷିଣ ଚାଇନାର ଗୁଆଙ୍ଗସି ଜୁଆଙ୍ଗ ସ୍ବୟଂଶାସିତ ଅଞ୍ଚଳର ନାନ୍ନିଙ୍ଗରେ ଏହି ଅଙ୍ଗ ପ୍ରତିରୋପଣ କରାଯାଇଥିଲା ଯେଉଁଥିରେ ଡାକ୍ତରମାନେ ୩୦ବର୍ଷୀୟା ନିକାଙ୍କ ଯକୃତ ଏବଂ କିଡନୀକୁ ୪ ଜଣଙ୍କ ମଧ୍ୟରେ ସଫଳତାର ସହ ସ୍ଥାନାନ୍ତର କରିଥିଲେ ବୋଲି ଏକ ରିପୋର୍ଟରୁ ପ୍ରକାଶ। ମହିଳାଙ୍କ ଯକୃତକୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା ଏବଂ ଯକୃତ କର୍କଟ ରୋଗରେ ପୀଡିତ ଜଣେ କିଶୋର ଏବଂ ବୟସ୍କ ବ୍ୟକ୍ତିଙ୍କୁ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜ୍ୟରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ: ୧୩ ବିଶ୍ୱବିଦ୍ୟାଳୟରେ ଭୋଟ୍‌, ୩ରେ ସିଧାସଳଖ ନେତା ଚୟନ!

ଭୁବନେଶ୍ୱର,୭।୧୦: ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ନିଷ୍ପତ୍ତି ଅନୁଯାୟୀ, ରାଜ୍ୟର ୧୩ଟି ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

କଟକରେ ଚାଞ୍ଚଲ୍ୟ: କାଠଯୋଡ଼ି ପଠାରେ ପଡ଼ିଛି ଯୁବତୀଙ୍କ ରକ୍ତରଞ୍ଜିତ ମୃତଦେହ, ବାଦାମବାଡ଼ି ପୋଲିସର…

କଟକ,୭।୧୦: କଟକ କାଠଯୋଡ଼ି ନଦୀପଠାରୁ ଜଣେ ଅଜଣା ଯୁବତୀଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ପୁରୀଘାଟ ଥାନା ନିକଟସ୍ଥ କାଠଯୋଡ଼ି ପଠାରେ ମୃତଦେହଟି ପଡ଼ିଥିବା ଦେଖିବାକୁ ମିଳିଛି।…

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….

କୋଲକାତା,୭।୧୦: ପଶ୍ଚିମବଙ୍ଗ ସରକାରରେ ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ମିଥୁନଙ୍କୁ ସୂଚନା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?