ସାଦା ପୋଷାକରେ ଯାଞ୍ଚବେଳେ ମାଡ଼ ଖାଇଲେ ଅବକାରୀ କନ୍‌ଷ୍ଟେବଲ୍‌

କୋଡିଙ୍ଗା,୨୮।୯(ଡି.ଏନ୍‌.ଏ.): ସାଦା ପୋଷାକରେ ଯାଞ୍ଚ କରିବା ୨ ଅବାକରୀ କନଷ୍ଟେବଲଙ୍କୁ ପଡ଼ିଲା ମହଙ୍ଗା। ମଦ ଚୋରାଚାଲାଣ ସନ୍ଦେହରେ ଦମ୍ପତିଙ୍କ ଗାଡିକୁ ପିଛା କରି ଓ ଯାଞ୍ଚ କରିବାବେଳେ ସେମାନେ ମାଡ଼ ମାରିଥିବା ନେଇ କନଷ୍ଟେବଲ ୨ଜଣ କୋଡିଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। କନଷ୍ଟେବଳ ୨ଜଣ ଅଯଥାରେ ଗାଡିର ପିଛା ସହ ଯାଞ୍ଚ କରିବା ଏବଂ ଏହି ସମୟରେ ସ୍ବାମୀଙ୍କୁ ମାରିଛନ୍ତି ବୋଲି ମହିଳା ଜଣଙ୍କ କନଷ୍ଟେବଲ ୨ଜଣଙ୍କ ନାମରେ କୋଡିଙ୍ଗା ଥାନାରେ ଏତଲା ଦେଇଛନ୍ତି। କନଷ୍ଟେବଲ ୨ଜଣଙ୍କ ଅଭିଯୋଗ କ୍ରମେ କେସ୍‌ ନଂ. ୧୪୭/୨୨ ଓ ମହିଳାଙ୍କ ଅଭିଯୋଗ କ୍ରମେ ୧୪୮/୨୨ରେ ମାମଲା ରୁଜୁକରି ପୋଲିସ ଘଟଣାର ତଦନ୍ତ କରୁଛି।
ଚିର୍ମା ଗ୍ରାମରୁ ଭୀଷ୍ମ ବିଷୋଇ ସ୍ତ୍ରୀ କଳ୍ପନାଙ୍କ ସହ ଶ୍ୱଶୁର ଘର ବଡ ମସିଗାଁକୁ ଯାଉଥିଲେ। ନବରଙ୍ଗପୁର ଅବକାରୀ ଥାନାରେ କାର୍ଯ୍ୟରତ କନଷ୍ଟେବଲ ଛତର ଗଣ୍ଡ ଓ ଉମେଶ ହରିଜନ ଭଟିଗାଁ ନିକଟରେ ମଦ ଚୋରାଚାଲାଣ ଖବରପାଇ ସାଧା ପୋଷାକରେ ଯାଞ୍ଚ କରୁଥିଲେ। ସେମାନେ ଭୀଷ୍ମଙ୍କୁ ଅଟକାଇ ଥିଲେ ମଧ୍ୟ ସେ ନ ଶୁଣି ଗାଡ଼ି ନେଇ ପଳାଇଥିଲେ। କନଷ୍ଟେବଲ ୨ଜଣ ତାଙ୍କର ପିଛା କରିଥିଲେ। ବଡମସିଗାଁ ପହଞ୍ଚତ୍ବା ପରେ ଭୀଷ୍ମଙ୍କ ଗାଡି ଅଟକାଇ ଛତର ଓ ଉମେଶ ଯାଞ୍ଚ କରିବାକୁ ଉଦ୍ୟମ କରିଥିଲେ। ଏହାକୁ ନେଇ ଉଭୟ ପକ୍ଷରୁ ବଚସା ପରେ ଗଣ୍ଡଗୋଳ ସହ ମାରପିଟ ହୋଇଥିଲା। ଅବକାରୀ କନଷ୍ଟେବଲ ବୋଲି ପରିଚୟ ଦେବା ପରେ ମଧ୍ୟ ମାଡ଼ ମାରିଥିବା ନେଇ ଛତର ଓ ଉମେଶ ଥାନାରେ ଦେଇଥିବା ଏତଲାରେ ଉଲ୍ଲେଖ କରିଛନ୍ତି। ଆମ ପାଖରେ ମଦ ନ ଥିଲା। ବିନା କାରଣରେ କିଛି ନ କହି ଗାଡ଼ିର ପିଛା, ଯାଞ୍ଚ କରିଥିଲେ। ଯାଞ୍ଚବେଳେ କନଷ୍ଟେବଳ ୨ ଜଣ ଭୀଷ୍ମଙ୍କୁ ମାରିଥିବା ନେଇ କଳ୍ପନା ନିଜ ଏତଲାରେ ଉଲ୍ଲେଖ କରିଛନ୍ତି। ପୋଲିସ ୨ଟି ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ବୋଲି କୋଡିଙ୍ଗା ଥାନାଧିକାରୀ ଅଭିମନ୍ୟୁ ଦୁର୍ଗା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri