ଆହୁରି ମହଙ୍ଗା ହୋଇପାରେ ଇଏମ୍‌ଆଇ

ନୂଆଦିଲ୍ଲୀ,୨୮।୯: ଚଳିତ ବର୍ଷ ସେପ୍ଟେମ୍ବର ୨୮ରୁ ୩୦ ପର୍ଯ୍ୟନ୍ତ ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ)ର ମୁଦ୍ରାନୀତି କମିଟି (ଏମ୍‌ପିସି) ବୈଠକ ବସିବ ବୋଲି ସୂଚନା ମିଳିଛି। ଏପରିକି ବୁଧବାର ଆର୍‌ବିଆଇର ୩ ଦିନିଆ ଏମ୍‌ପିସି ବୈଠକ ଆରମ୍ଭ ହେଉଛି। ବିଶେଷକରି ସେପ୍ଟେମ୍ବର ୩୦ରେ ଆର୍‌ବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଉକ୍ତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରିବେ ବୋଲି ଜଣାପଡ଼ିଛି। ସେହିଭଳି ଆର୍‌ବିଆଇ ମୁଦ୍ରାନୀତି କମିଟି ରେପୋ ରେଟ୍‌ରେ ୫୦ ବେସିସ୍‌ ପଏଣ୍ଟ ବଢାଇବା ଅଧିକ ସମ୍ଭାବନା ରହିଛି। ରେପୋ ରେଟ୍‌ରୁ ୫.୪୦% ରୁ ବଢାଇ ୫.୯୦% କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି। ଯଦି ଏଭଳି କିଛି ନିଷ୍ପତ୍ତି ବା ଘୋଷଣା କରାଯାଏ ତା’ ହେଲେ ସାଧାରଣ ଲୋକଙ୍କ ଉପରେ ପୁଣି ଥରେ ମହଙ୍ଗା ମାଡ଼ର ବୋଝ ପଡିବ। ଏପରିକି ସବୁବର୍ଗର ଲୋକମାନେ ଇଏମ୍‌ଆଇ(ଇକ୍ୱେଟେଡ୍‌ ମନ୍ଥଲି ଇନ୍‌ଷ୍ଟାଲମେଣ୍ଟ) ମାଡ଼ର ଶିକାର ହେବେ ବା ଇଏମ୍‌ଆଇ ମହଙ୍ଗା ହେବ ବୋଲି ଆଶଙ୍କା କରାଯାଉଛି। ଗତ ଅଗଷ୍ଟରେ ମୁଦ୍ରାସ୍ଫୀତି ୭% ରହିଥିଲା। ସେହିପରି ଆର୍‌ବିଆଇର ଧାର୍ଯ୍ୟ ସ୍ତର ୬% ଠାରୁ ଏହା ଅଧିକ ଥିଲା। ଆର୍‌ବିଆଇ ଲଗାତର ୪ର୍ଥ ଥର ପାଇଁ ମୁଦ୍ରାନୀତି ବୈଠକରେ ରେପୋ ରେଟ୍‌ରେ ବୃଦ୍ଧି କରିପାରେ ବୋଲି ଚର୍ଚ୍ଚା ହେଉଛି। ଆର୍‌ବିଆଇ ରେପୋ ରେଟ୍‌ ବଢାଇବା ପରେ ବ୍ୟାଙ୍କ ଋଣ ଅଧିକ ହେବ, ଯାହାର ପ୍ରଭାବ ସବୁ ବର୍ଗର ଗ୍ରାହକଙ୍କ ଉପରେ ପଡ଼ିବ ବୋଲି କୁହାଯାଉଛି। ରେପୋ ରେଟ୍‌ ବଢିବା ପରେ ହୋମ୍‌ ଲୋନ୍‌, କାର୍‌ ଲୋନ୍‌ ଏବଂ ବିଜ୍‌ନେସ୍‌ ଲୋନ୍‌ ମଧ୍ୟ ମହଙ୍ଗା ହେବ। ପୂର୍ବରୁ ଯେଉଁମାନେ ରେପୋ ରେଟ୍‌ ଆଧାରିତ ହୋମ୍‌ ଲୋନ୍‌ ନେଇଛନ୍ତି ସେମାନଙ୍କ ଇଏମ୍‌ଆଇ ମଧ୍ୟ ବଢିବାର ସମ୍ଭାବନା ରହିଛି। ୨୦୨୨ରେ ଆର୍‌ବିଆଇ ରେପୋ ରେଟ୍‌ରେ ୧.୪୦% ବଢାଇଛି। ଫଳରେ ପ୍ରଥମ ଥର ଆର୍‌ବିଆଇ ମେ ମାସରେ ୪୦ ବେସିସ୍‌ ପଏଣ୍ଟ, ଦ୍ୱିତୀୟ ଥର (ଜୁନ୍‌)ରେ ୫୦ ବେସିସ୍‌ ପଏଣ୍ଟ ଏବଂ ୩ୟ ଥର ଅଗଷ୍ଟ ମାସରେ ୦.୫୦%ର ହାର ବୃଦ୍ଧି କରାଯାଇଥିଲା। ଉଲ୍ଲେଖଯୋଗ୍ୟ, କ୍ରମାଗତ ଭାବେ ଆମେରିକାର ଫେଡେରାଲ ରିଜର୍ଭ ବ୍ୟାଙ୍କ ସୁଧ ହାର ବୃଦ୍ଧି କରିଚାଲିଥିବାରୁ ସାରା ବିଶ୍ୱରେ ମାନ୍ଦାବସ୍ଥା ଜାରି ସାଙ୍ଗକୁ ବଜାର କାରବାରରେ ମଧ୍ୟ ବଡ଼ ଧରଣର ପରିବର୍ତ୍ତନ ହେଉଛି। ଏପରିକି ଭାରତୀୟ ଶେୟାର ବଜାରରେ ମଧ୍ୟ ଅନିଶ୍ଚିତତା ଦେଖାଦେଇଛି। ଗତ ୫ ଦିନ ( ୫ଟି କାର୍ଯ ଦିବସ) ରେ ପ୍ରାୟ ୧୪ ଲକ୍ଷ କୋଟି ଟଙ୍କାର ନିବେଶ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଯଦି ରେପୋ ରେଟ୍‌ ବୃଦ୍ଧି ପାଏ ତା’ ହେଲେ ବଜାର କାରବାର ସାଙ୍ଗକୁ ଅର୍ଥନୈତିକ କାରବାର ମଧ୍ୟ ବେଶ୍‌ ପ୍ରଭାବିତ ହେବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଗଲା ବିବାହ ସ୍ବପ୍ନ: ପ୍ରେମିକଙ୍କ ଆଗରେ ଏମିତି କାମ କଲେ ପ୍ରେମିକା

ରାଉରକେଲା,୨୦।୮(ସଙ୍ଗୀତା ଜେନା):ବିବାହ କରିବାକୁ ମନା କରିବାରୁ ଝିରପାଣି ଥାନା ଅନ୍ତର୍ଗତ ଝିରପାଣି ଭଟା ବସ୍ତିରେ ଗତ ୧୪ ତାରିଖ ସକାଳେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ…

ଭାଜପା ବିଧାୟକଙ୍କୁ ମନ୍ଦିରରେ ପୂରାଇ ଦେଲେନି…ଆସିଲା ସାଂଘାତିକ ଅଭିଯୋଗ

ଲକ୍ଷ୍ନୌ,୨୦।୮: ଲକ୍ଷ୍ନୌରେ ଜଣେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଜାତିଭିତ୍ତିକ ଭେଦଭାବ ସହିତ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି। ମାଲିହାବାଦର ଭାଜପା ବିଧାୟକ ଜୟ…

ଲୋକ ସଭା ଆସନକୁ ନେଇ ବଡ଼ ଗେମ୍‌ ଖେଳିବ କଂଗ୍ରେସ! ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରି ଏକ ପ୍ରସ୍ତାବ ପାସ କରୁଛି

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ବୁଧବାର ଦାବି କରିଥିଲା ଯେ ଆଗାମୀ ୨୫ ବର୍ଷ ପାଇଁ ୫୪୩ ଲୋକ ସଭା ଆସନର ବର୍ତ୍ତମାନର ସଂଖ୍ୟା ବଜାୟ ରଖାଯାଉ। ଦଳ ଏହା…

କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍‌ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର…

ହେଲିକପ୍ଟର ଦୁର୍ଘଟଣା: ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ସମେତ ୭ ମୃତ, ମୃତକଙ୍କ ମଧ୍ୟରେ ୫ ଆମେରିକୀୟ ନାଗରିକ

ନାଇରୋବି,୨୦।୮: କେନ୍ଦ୍ରୀୟ କେନିଆରେ ବୁଧବାର ଏକ ସଫାରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ ଏଥିରେ ଥିବା ସମସ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ…

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri