ଖଇରାରେ ସୁଦୃଢ଼ ହେଉଛି କଂଗ୍ରେସ

ଖଇରା,୧।୩(ଉତ୍କଳବନ୍ଧୁ ପଣ୍ଡା):ବାଲେଶ୍ୱର ଜିଲା ଖଇରା ବ୍ଲକରେ କଂଗ୍ରେସର ୬ମାସ ମଧ୍ୟରେ ୩୦ରୁ ଊର୍ଦ୍ଧ୍ୱ ଛୋଟ ବଡ ମିଶ୍ରଣ ପର୍ବ ମାଧ୍ୟମରେ କଂଗ୍ରେସ ଧୀରେ ଧୀରେ ସୁଦୃଢ ହେବାରେ ଲାଗିଛି। ୨୦୧୯ରେ ଦଳ ଛାଡି ଭାଜପାକୁ ମୁହାଁଇଥିବା ବହୁ କଂଗ୍ରେସ କର୍ମୀ ତଥା ଦଳ ଆରମ୍ଭରୁ ସକ୍ରିୟ ଭୂମିକାରେ ରହିଥିବା ଅନ୍ୟ କିଛି କର୍ମୀ ଦଳ ଭିତରେ ଅଣନିଃଶ୍ୱାସୀ ହୋଇ ଦଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ କଂଗ୍ରେସ ଶକ୍ତିଶାଳୀ ହୋଇପଡୁଥିବା କୁହାଯାଉଛି। ଗୁରୁବାର ଖଇରା କଂଗ୍ରେସ କାର୍ଯ୍ୟାଳୟରେ ପୁଣି ଏକ ମିଶ୍ରଣ ପର୍ବ ସିମୁଳିଆରେ ଦଳର ଲୋକପ୍ରିୟତା ବୃଦ୍ଧିକୁ ପ୍ରମାଣିତ କରିଛି। କଂଗ୍ରେସ ନେତା ଶରତ ଦାସ, କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ବେହେରା, ଯୁବ କଂଗ୍ରେସ ସଭାପତି ନିରଞ୍ଜନ ପରିଡା, ପୂର୍ବତନ ସରପଞ୍ଚ ବସନ୍ତ ପାତ୍ରଙ୍କ ଉପସ୍ଥିତିରେ ଅନ୍ତରା ଜୋନ ଭାଜପାର ପୂର୍ବତନ ସଭାପତି ଭାଗିରଥି ମହାପାତ୍ର, ଲକ୍ଷ୍ମୀଧର ମହାପାତ୍ର, ଗଣେଶ ଶତପଥି, ଭଗବାନ କର, କୈଳାସ ମହାପାତ୍ର, ହରେକୃଷ୍ଣ ମହାପାତ୍ର ଓ କୁପାରୀ ଜୋନର ଟାଣୁଆ ନେତା ପରମେଶ୍ୱର ମହାପାତ୍ର ନିଜର ୭୦ରୁ ଊର୍ଦ୍ଧ୍ୱ ସମର୍ଥକଙ୍କ ସହ ଦଳ ଛାଡି କଂଗ୍ରେସ ପ୍ରାଥମିକ ସଦସ୍ୟ ପଦ ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଜୁ ଜଙ୍ଗଲରେ ଝୁଲିପଡ଼ିଲେ ସଞ୍ଜୟ: ବଢୁଛି ସନ୍ଦେହ

ମହାକାଳପଡ଼ା,୨୭ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ପିତାପାଟ ଚୌଧୁରୀ କାଜୁ ଜଙ୍ଗଲରେ ଜଣେ ଯୁବକ ଗୁରୁବାର…

ଦିନକ ପରେ ସ୍ନାନଯାତ୍ରା: ପୁରୀ ଆସିବାର ଥିଲେ ଜାଣି ନିଅନ୍ତୁ ଟ୍ରାଫିକ କଟକଣା, କେଉଁ ବାଟରେ ଯାଇ କରିବେ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୨୭।୬: ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ…

ଟୋକନ୍ ନ ମିଳିଲେ ରାଜପଥ ଅବରୋଧ କରିବୁ, DRCS ଅଫିସ ଆଗରେ ଧାରଣା ଦେଇ ଚେତାବନୀ ଦେଲେ…

ବରଗଡ଼, ୨୭।୬(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ରୂପ ଧାରଣ କରିଛି।…

ଗୋଷ୍ଠୀକେନ୍ଦ୍ର ଗୃହ ନିର୍ମାଣରେ ଅର୍ଥ ଆତ୍ମସାତ: ଜିଲାପାଳଙ୍କ ନିକଟରେ ଦାବି କଲେ ଗ୍ରାମବାସୀ

କେସିଙ୍ଗା,୨୭।୬( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କନ୍ତେଶିର ରତନପଡ଼ାସ୍ଥିତ ଦୁର୍ଗା ମନ୍ଦିର ପରିସରରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (WODC) ଆର୍ଥିକ ବର୍ଷ…

ଅଲୋଡା ହେଲା ନବଜାତ ଶିଶୁପୁତ୍ର: ବୁଦା ମୂଳରୁ ଉଦ୍ଧାର

ପାଟଣା,୨୭।୬(ବୀର କିଶୋର ଦାଶ): ଏକ ବୁଦା ମୂଳରୁ ଶନିବାର ସକାଳୁ ଏକ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି। କେନ୍ଦୁଝର ଜିଲା ସାହାରପଡା ବ୍ଲକ ଖଜିରାପାଟ ପଞ୍ଚାୟତ ରଘୁନାଥ…

କେନ୍ଦ୍ରମନ୍ତ୍ରୀଙ୍କ ଜନ୍ମଦିନରେ ମହତ୍‌ କାମ କରି ଚର୍ଚ୍ଚାରେ ବିଧାୟକ: ରେକର୍ଡ ସଂଖ୍ୟକ…

ଗଞ୍ଜାମ,୨୭।୬(ବିଦ୍ୟାଧର ସାହୁ):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମ ଦିବସ ଉପଲକ୍ଷେ ଛତ୍ରପୁରଠାରେ ଏକ ମେଗା ରକ୍ତଦାନ ଶିବିରର ଆୟୋଜନ କରିଥିଲେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ…

ବାଲେଶ୍ୱରରେ ଗୋଷ୍ଠୀ ସଂଘର୍ଷ: ଶୋଭାଯାତ୍ରାବେଳେ ଟେକାପଥର ମାଡ଼

ବାଲେଶ୍ୱର, ୨୭।୬( ବାଞ୍ଛାନିଧି ଦେ): ବାଲେଶ୍ୱର ସହରର ଦରଘା ମଇଦାନରେ ଗୋଷ୍ଠୀ ସଂଘର୍ଷ ଘଟିଛି l ଏହି ସଂଘର୍ଷରେ ୨୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି…

ଶାଗୁଆନ ଗଛ କାଟୁଥିଲେ ଦୃର୍ବୁତ୍ତ, ଛିଣ୍ଡିଲା ୩୩ କେଭି ଲାଇନ ତାର: ଆଉ ତା’ପରେ…

ଭଞ୍ଜନଗର,୨୬।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଶନିବାର ସକାଳେ ପବନ ବର୍ଷା ନାହିଁ କିନ୍ତୁ ଦୁର୍ବୁତ୍ତମାନଙ୍କ ପାଇଁ ବିଦ୍ୟୁତସେବା ବ୍ୟାହତ ହୋଇଛି। ବିଦ୍ୟୁତ ସେବା ସ୍ବାଭାବିକ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri