ଟିକେଟ ଚିନ୍ତାରେ କଂଗ୍ରେସ ଆଶାୟୀ

ନିମାପଡ଼ା,୧୨ା୪(ରଞ୍ଜନ ପଟ୍ଟନାୟକ): ୨୦୦୦ ପରଠାରୁ ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ କଂଗ୍ରେସର ପ୍ରାର୍ଥୀମାନେ ନିର୍ବାଚନ ଲଢ଼ି ବିଜୟର ସ୍ବାଦ ଚାଖିନାହାନ୍ତି। ଏଥର ନିର୍ବାଚନ ତାରିଖ ଘୋଷଣା ପରେ ବି ଦଳ ଏହି ନିର୍ବାଚନମଣ୍ଡଳୀ ପାଇଁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିପାରିନାହିଁ। ଫଳରେ ନେତା ଓ କର୍ମୀମାନେ ଦ୍ୱନ୍ଦ୍ୱରେ ରହିଛନ୍ତି। କାହାକୁ ଟିକେଟ ମିଳିବ ଓ କିଏ ରେସ୍‌ରୁ ବାଦ୍‌ ପଡ଼ିବେ ସେ ନେଇ ଆଶାୟୀ ପ୍ରାର୍ଥୀଙ୍କ ଚିନ୍ତା ବଢିଯାଇଛି। ଏଥର ଦଳୀୟ ଚିହ୍ନ ପାଇବା ପାଇଁ ଆଶାୟୀମାନେ ଉଦ୍ୟମ କରୁଛନ୍ତି। ସେମାନେ ହେଲେ ଅଧ୍ୟାପକରୁ ସମାଜସେବୀ ପାଲଟିଥିବା ନିରୋଦ ବରଣ ଖୁଣ୍ଟିଆ, ଆଇନଜୀବୀ ସୁଧୀର ମହାନ୍ତି, ଜ୍ୟୋତିରଞ୍ଜନ ମହାନ୍ତି ଏବଂ ସିଦ୍ଧାର୍ଥ ରାଉତରାୟ। ନିରୋଦ ଅଧ୍ୟାପନାରୁ ଅବସର ନେବାପରେ ୨୦୦୭ରେ ପ୍ରଥମ ଥର ପାଇଁ ଭାଜପା ସମର୍ଥନରେ ସମିତିସଭ୍ୟ ଭାବେ ନିର୍ବାଚନରେ ପ୍ରତିଦ୍ବନ୍ଦ୍ୱିତା କରି ବିଜୟୀ ହୋଇଥିଲେ। ସେ ୨୦୧୯ରେ ଭାଜପା ଛାଡ଼ି ଆମ୍‌ ଆଦ୍‌ମୀ ପାର୍ଟିରେ ଯୋଗଦେଇ ପୁରୀ ସଂସଦୀୟ କ୍ଷେତ୍ରରୁ ଲଢି ପରାଜିତ ହୋଇଥିଲେ। ଏଥର ନିରୋଦ କଂଗ୍ରେସ ପକ୍ଷରୁ ବିଧାୟକ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଆଶାୟୀ ରହିଛନ୍ତି। ସେହିଭଳି ଆଇନଜୀବୀ ସୁଧୀର ମହାନ୍ତି ପୂର୍ବରୁ ୨୦୦୯ ଓ ୨୦୧୪ ନିର୍ବାଚନରେ ବହୁଜନ ସମାଜ ପାର୍ଟି ଏବଂ ସ୍ବାଧୀନ ଭାବେ ଲଢ଼ି ପରାଜିତ ହୋଇଥିଲେ। ସେ ମଧ୍ୟ ଦଳୀୟ ଟିକେଟ ଲବିରେ ରହିଛନ୍ତି। ଜ୍ୟୋତିରଞ୍ଜନ ମହାନ୍ତି କଂଗ୍ରେସର ଜଣେ ପୁରୁଣା କର୍ମୀ। ୨୦୦୯ରେ ଉକ୍ତ ଆସନଟି ଅଣସରଂକ୍ଷିତ ହେବା ପରେ ସେହି ବର୍ଷ ଦଳୀୟ ଟିକେଟ ନିମନ୍ତେ ଉଦ୍ୟମକରି ବିଫଳ ହୋଇଥିଲେ। ସେ ୨୦୧୪ରେ ଦଳ ଛାଡି ବିଜେଡିରେ ଯୋଗ ଦେଇଥିଲେ। ୨୦୧୯ରେ ବିଜେଡି ଟିକେଟ ପାଇଁ ଉଦ୍ୟମ କରି ମଧ୍ୟ ବିଫଳ ହୋଇଥିଲେ। ଏଥର ବିଜେଡି ଛାଡ଼ି କଂଗ୍ରେସ ଟିକେଟ ହାତେଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ ବିଷୟ ହେଉଛି, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ ରାଉତରାୟ ପ୍ରାୟ ୬ମାସ କାଳ କଂଗ୍ରେସ ଟିକେଟ ଆଶାରେ ନିମାପଡ଼ା ନିର୍ବାଚନମଣ୍ଡଳୀ ବୁଲିବା ସହିତ କାର୍ଯ୍ୟାଳୟ ମଧ୍ୟ ଖୋଲିଥିଲେ। ହଠାତ ଏଥର ନିମାପଡ଼ା ନୁହେଁଁ ଜଟଣୀରୁ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଥିଲେ। କିଛିଦିନ ପରେ ଏବେ ପୁନର୍ବାର ସେ ନିମାପଡ଼ାରେ ସକ୍ରିୟ ଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ନିମାପଡ଼ାରୁ କିଏ କଂଗ୍ରେସର ପ୍ରାର୍ଥୀ ହେବେ ସ୍ପଷ୍ଟ ହୋଇନାହିଁ। ଯାହା ଜଣାପଡୁଛି, ବିଜେଡିର ପ୍ରାର୍ଥୀ ଘୋଷଣା ପରେ ହିଁ କଂଗ୍ରେସ ତା’ର ପ୍ରାର୍ଥୀ ଘୋଷଣା କରିପାରେ ବୋଲି ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି। କଂଗ୍ରେସ ଟିକେଟ ଘୋଷଣା ଯେତିକି ବିଳମ୍ବ ହେଉଛି ଆଶାୟୀଙ୍କ ଛାତି ଧଡ୍‌ଧଡ୍‌ ହେବା ସହିତ କର୍ମୀଙ୍କ ମଧ୍ୟରେ ଉତ୍କଣ୍ଠା ସେତିକି ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ମନ୍ତ୍ରୀ ଇସ୍ତଫା ଦେଇଦେଲେ ସରକାର ଭୁଶୁଡ଼ି ପଡ଼େ ନାହିଁ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଏମିତି ଅପିଲ୍‌ କଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀରେ NEET ପ୍ରଶ୍ନପତ୍ର ଲିକ୍‌ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିକୁ ନେଇ ଜାରି ରହିଥିବା ଆନ୍ଦୋଳନ ମଧ୍ୟରେ ପ୍ରସିଦ୍ଧ ସମାଜସେବୀ ଅନ୍ନା…

ହସ୍ପିଟାଲରୁ ପ୍ରଥମ Video ଜାରିକଲେ ସୋନମ ୱାଙ୍ଗଚୁକ୍, ସରକାରଙ୍କୁ କହିଲେ…

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ ହେବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ତାଙ୍କର ପ୍ରଥମ ଭିଡିଓ ବାର୍ତ୍ତା ଜାରି କରିଛନ୍ତି…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

ରାଜ୍ୟସ୍ତରୀୟ ଓପନ୍ ଟ୍ରାପ୍ ସୁଟିଂ ଚାମ୍ପିୟନସିପ୍-୨୦୨୬: ସ୍ୱର୍ଣ୍ଣ ପଦକ ଜିତିଲେ ଥୁଆମୂଳ ରାମପୁରର ଶୁଭମ

ଥୁଆମୂଳ ରାମପୁର,୨୨ା୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ବ୍ଲକ୍ ପାଇଁ ଗୌରବ । ଅନୁଗୁଳ ଜିଲା ତାଳଚେରସ୍ଥିତ ‘ରାଜା ହୃଦୟ ଚନ୍ଦ୍ର ଦେବ ସୁଟିଂ କମ୍ପ୍ଲେକ୍ସ’ଠାରେ…

ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ଘୋଷଣା, ଜେନେରିକ୍ ଔଷଧ ଉପରେ ଲାଗିବ ଏତିକି % ଶୁଳ୍କ

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରିକ୍ ଔଷଧ ଆମଦାନୀ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଆଗାମୀ ଦୁଇ ବର୍ଷ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri