ମଦ ବିକ୍ରି ସମ୍ପୂର୍ଣ ବନ୍ଦ କରିବାକୁ ଅଣ୍ଟାଭିଡ଼ିଲେ ମହିଳା, ଜିଲା ପ୍ରଶାସନକୁ ଦେଲେ ଅଭିଯୋଗ ପତ୍ର

କୋରାପୁଟ,୩୦।୧୨(ଅମିତାଭ ବେହେରା ): କୋରାପୁଟ ଜିଲାର ଜୟପୁର ବ୍ଲକର ଟାଙ୍କୁଆ ପଞ୍ଚାୟତରେ ସମ୍ପୂର୍ଣ ମଦ ବନ୍ଦ କରିବା ପାଇଁ ଅଣ୍ଟା ଭିଡିଛନ୍ତି ମହିଳା। ସୋମବାର ଜିଲାସ୍ତରୀୟ ଅଭିଯୋଗ ଶୁଣାଣିକୁ ଆସିଥିବା ସ୍ବୟଂ ସହାୟକ ଦଳର ମହିଳାମାନେ ଆରକ୍ଷୀ ଅଧିକ୍ଷକଙ୍କୁ ଘେରି ନିବେଦନ କରିଛନ୍ତି। ଜିଲାସ୍ତରୀୟ ଅଭିଯୋଗ ଶୁଣାଣି ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରଠାରେ ଚାଲିଥିବା ବେଳେ କୋରାପୁଟ ଜିଲା ଜୟପୁର ବ୍ଲକର ଟାଙ୍କୁଆ ପଞ୍ଚାୟତର ମା ତାରିଣୀ , ମା ମଙ୍ଗଳା , ନଡ଼ିଆ ରାଣୀ ଆଦି ବହୁ ସ୍ବୟଂ ସହାୟକ ଦଳର ମହିଳା ଅଭିଯୋଗ ଶୁଣାଣିରେ ପହଞ୍ଚି ଥିଲେ। ଏହି ସମୟରେ ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା କୌଣସି କାର୍ଯ୍ୟରେ ଚାଲିଯାଉଥିବା ବେଳେ ମହିଳାମାନେ ତାଙ୍କୁ ଘେରାଉ କରିବା ସହ ପଞ୍ଚାୟତରେ ଅବାଧରେ ଏବଂ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦକୁ ବନ୍ଦ କରିବାକୁ କହିଥିଲେ।

ବର୍ଷ ବର୍ଷ ଧରି ମଦ ବିକ୍ରି ଚାଲିଥିବାରୁ ଯୁବକମାନେ ଅଧ୍ୟୟନ ଛାଡି ମଦ୍ୟପାନ କରି ସେମାନଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଯାଉଛି। ଏପରିକି ମଦ ପିଇ ଅନେକ ମୃତ୍ୟୁ ବରଣ ମଧ୍ୟ କରୁଛନ୍ତି। ସେହିଭଳି ଘରୋଇ ହିଂସା ବୃଦ୍ଧିପାଇବା, ଏମିତିକି ଗତ ବର୍ଷକ ମଧ୍ୟରେ ମଦ ପିଇ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଆଦି ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ତୁରନ୍ତ ଏହାକୁ ବନ୍ଦକରିବା ପାଇଁ ନିବେଦନ କରି, ତେବେ ଯଦି ବନ୍ଦ କରାନଯାଏ ତେବେ ବାଧ୍ୟହୋଇ ଆଇନକୁ ହାତକୁ ନେବା ସହ ଯାହା ଅଘଟଣ ଘଟିବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି କହିଛନ୍ତି। ଏଣୁ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଚଢ଼ାଉ କରାଯାଇ ବେଆଇନ ମଦ ବିକ୍ରିକୁ ବନ୍ଦ କରିବାକୁ ଅଧିକ୍ଷକ ବର୍ମା ପ୍ରତିଶ୍ରୁତି ଦେଇଛନ୍ତି। ଅଭିଯୋଗପତ୍ର ପ୍ରଦାନ ବେଳେ ବିମଳା ଗୌଡ଼ , ରାଜଶ୍ରୀ ପାଣିଗ୍ରାହୀ , ଗୌରୀ ପାଲମା , ସବିତା ଗୋଲରି , ଯମୁନା ମାଝୀ , ସୁନାମଣୀ ଭୂମିଆ, ହସବତୀ ଗୌଡ଼ , ଜୟନ୍ତୀ ଗୌଡ଼, ପୂର୍ଣିମା ସାହୁ ନବୀନା ଗୌଡ଼, ରାଧା ଫାଲମାଙ୍କ ସହ ବହୁ ମହିଳା ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

ରାସ୍ତା କାମ ବିଳମ୍ବକୁ ନେଇ ବଣିକ ସଂଘର ଅସନ୍ତୋଷ

ପାତ୍ରପୁର, ୬/୧୦ (ଉମା ଚରଣ ନେପାକ): ପାତ୍ରପୁର ଏନ୍‌ଏସି ଅନ୍ତର୍ଗତ ତଳ ବସଷ୍ଟାଣ୍ଡ ଛକରେ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଳମ୍ବକୁ ନେଇ ମା’ ଦୁର୍ଗାଦେବୀ ବଣିକ ସଂଘ…

ଧରିତ୍ରୀ ପ୍ରଭାବ: ମୁକୁଳା ଡ୍ରେନରେ ପଡ଼ିଲା କଭର ପ୍ଲେଟ୍

ଗଞ୍ଜାମ, ୬/୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ସମ୍ମୁଖରେ ଥିବା ମୁକୁଳା ଡ୍ରେନରେ ଗତକାଲି ବିଳମ୍ବିତ ରାତିରେ ଗୋଟିଏ ଗାଈ ଗଳି ପଡ଼ିଥିଲା। ଖବର ପାଇ ଛତ୍ରପୁର…

ସୌମ୍ୟରଞ୍ଜନ ମାମଲାରେ ହାଇକୋର୍ଟ ଗଲେ ବିଦ୍ୟାଭାରତୀ: ଆଗୁଆ ଜାମିନ ପାଇଁ ଆବେଦନ, ଅକ୍ଟୋବର ୩୦ ଯାଏ ହାଜର ସମୟ ବୃଦ୍ଧି

କଟକ, ୬।୧୦(ପ୍ରଭୁକଲ୍ୟାଣ ପାଲ୍): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ…

ଛାତ୍ର ସଂସଦ ନିର୍ବାଚନ: ଅଣଛାତ୍ରଙ୍କ ପ୍ରବେଶ ଉପରେ ନଜର

ବ୍ରହ୍ମପୁର,୬ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଘୋଷଣା କରାଯିବା ପରେ ମହାବିଦ୍ୟାଳୟ ଓ ବିଶ୍ୱ ବିଦ୍ୟାଳୟଗୁଡ଼ିକରେ ରାଜନୈତିକ ମାହୋଲ…

୩ ରାଶି ଉପରେ ରହିବ ରାହୁ-କେତୁଙ୍କ କୃପା: ଘର, ଗାଡ଼ିଠାରୁ ଚାକିରି ଯାଏ ସବୁ ସ୍ୱପ୍ନ ହେବ ପୂରଣ!

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କୁ ଛାୟା ଗ୍ରହ ସହିତ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ରହ ଭାବେ ବିବେଚନା କରାଯାଏ। ଏହି ଦୁଇ ଗ୍ରହଙ୍କ ପ୍ରଭାବ ବ୍ୟକ୍ତିଙ୍କ ଜୀବନରେ…

ଟିମ୍ ଇଣ୍ଡିଆକୁ ବଡ଼ ଝଟ୍‌କା: ନ୍ୟୁଜିଲ୍ୟାଣ୍ଡ ସିରିଜ୍ ପୂର୍ବରୁ ଆହତ ହେଲେ ଷ୍ଟାର୍ ବୋଲର, CoEରେ ଚାଲିଛି…

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପରେ ଭାରତୀୟ କ୍ରିକେଟ୍ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିବ, ଯେଉଁଠାରେ ତିନୋଟିଯାକ ଫର୍ମାଟ୍‌ରେ ସିରିଜ୍ ଖେଳାଯିବ। ତେବେ ଏହି ଗୁରୁତ୍ୱପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?