Posted inଫୁରସତ

ଶୀତଦିନେ ସକାଳୁ କିପରି ଉଠିବେ ? ପ୍ରେମାନନ୍ଦ ମହାରାଜ କହିଲେ ବଢିଆ ଉପାୟ

ଠାକୁର ଜି ଏବଂ ରାଧାରାଣୀଙ୍କର ଭକ୍ତ ତଥା ବୃନ୍ଦାବନର ପ୍ରସିଦ୍ଧ ଉପଦେଶକ ପ୍ରେମାନନ୍ଦ ମହାରାଜ ଲୋକମାନଙ୍କ ଜୀବନ ସହ ଜଡିତ ଅନେକ ସମସ୍ୟା ବିଷୟରେ ଆଲୋଚନା କରିଥାନ୍ତି।

ନିକଟରେ ପ୍ରେମାନନ୍ଦ ମହାରାଜଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ମହିଳା ମହାରାଜଙ୍କ ନିକଟରେ ତାଙ୍କର ସମସ୍ୟା କହିଥିଲେ।

ମହିଳା ଜଣକ କହିଥିଲେ, ” ଶୀତଦିନେ ଦୈନିକ ଚିନ୍ତା କରୁଛି ଶୀଘ୍ର ଉଠିବି, କିନ୍ତୁ ଉଠିପାରୁ ନାହିଁ, ବହୁତ ଅଳସୁଆମୀ ରହୁଥିବାରୁ ନାନା ପ୍ରକାର ନକାରାତ୍ମକ ସ୍ବପ୍ନ ମନକୁ ଆସୁଛି।”

ଏହା ଶୁଣି ପ୍ରେମାନନ୍ଦ ମହାରାଜ କହିଥିଲେ, ”ଅଧିକ ସ୍ବପ୍ନ ସେମାନଙ୍କୁ ଆସିଥାଏ, ଯେଉଁମାନେ ବିଳମ୍ବ ପର୍ଯ୍ୟନ୍ତ ଶୋଇରହିଥାନ୍ତି। ଯଦି ଆପଣ 24 ଘଣ୍ଟାରୁ 5 ଘଣ୍ଟା ଶୋଇବେ ତେବେ କୌଣସି ସ୍ବପ୍ନ ଆସିବ ନାହିଁ। ସେହିପରି ନିଦରୁ ଥିବା ପରେ ନିଜର ଈଶ୍ୱରଙ୍କୁ ସ୍ମରଣ କଲେ ସବୁ ଠିକ ରହିବ। କୌଣସି ଖରାପ ସ୍ବପ୍ନ ଆସିବ ନାହିଁ।

ଆଗକୁ ପ୍ରେମାନନ୍ଦ ମହାରାଜ କହିଥିଲେ, ‘ଯେଉଁ ଲୋକ ଦୈନିକ ରାତିରେ ବିଳମ୍ବରେ ସୋଇ ସକାଳୁ ଶୀଘ୍ର ଉଠିଥାନ୍ତି, ତାଙ୍କଠାଏ ମନୁଷ୍ୟତ୍ୱ ନୁହେଁ, ପଶୁତା ରହିଥାଏ। ଏଥିପାଇଁ ସକାଳୁ ବ୍ରହ୍ମ ମୁହୂର୍ତ୍ତରୁ ଉଠିବା ଆବଶ୍ୟକ।

ଯେଉଁ ଲୋକ ସକାଳୁ ବିଳମ୍ବ ପର୍ଯ୍ୟନ୍ତ ହୋଇଥାନ୍ତି, ସେ ଲୋକମାନେ ନା ଆଧ୍ୟାତ୍ମକୁ ବୁଝିଥାନ୍ତି ନା ଧର୍ମକୁ ବୁଝିଥାନ୍ତି।

ପ୍ରେମାନନ୍ଦ ମହାରାଜ ଆହୁରି କହିଥିଲେ, ‘ଏଥିପାଇଁ ସକାଳୁ ସମୟରେ ଉଠିବା ଏବଂ ଭଗବାନଙ୍କ ନାମ ଜପ କରନ୍ତୁ ଏବଂ ଏହାର ଅଭ୍ୟାସ ଏକ ମାସ ପର୍ଯ୍ୟନ୍ତ କରନ୍ତୁ। ଧୀରେ ଧୀରେ ଏହା ଅଭ୍ୟାସରେ ପରିଣତ ହେବା ଉଚିତ।

କାରଣ ଭଗବାନଙ୍କ ନାମଜପରେ ବହୁତ ଶକ୍ତି ରହିଥାଏ। ଏଥିପାଇଁ ଚରିତ୍ର ପବିତ୍ର ରଖନ୍ତୁ ଏବଂ ଦୈନିକ ନାମଜପ କଲେ, ପ୍ରତ୍ୟେକ୍ଷ କ୍ଷେତ୍ରର ଉନ୍ନତି ହେବ। ଯଦି ଚରିତ୍ର ପବିତ୍ର ନ ରୁହେ ଏବଂ ନାମଜପ ନ କରିପାରନ୍ତି, ତେବେ କିଛି କଲେ ମଧ୍ୟ ଉନ୍ନତି ହୋଇନଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍‌ଅପ୍‌ ପରେ ପ୍ରେମିକଙ୍କ ଉପରେ ଅଜବ ପ୍ରତିଶୋଧ ନେଲେ ପ୍ରେମିକା: ଘରର ତାପମାତ୍ରା ବଢ଼ାଇ ଭାଙ୍ଗିଦେଲେ…

ଯେତେବେଳେ ହୃଦୟ ଭାଙ୍ଗିଯାଏ ବା କେହି ବିଶ୍ୱାସଘାତକତା କରି ଆଗକୁ ବଢ଼ିଯାଏ, ସେତେବେଳେ ବ୍ୟକ୍ତି ପ୍ରତିଶୋଧ ନେବା ପାଇଁ ଅଜବ ଅଜବ ଉପାୟ ସବୁ ଆପଣାଇଥାଏ। ବ୍ରିଟେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?