ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ

ନୂଆଦିଲ୍ଲୀ,୫।୫: ବଜାରରେ ଏବେ ପ୍ରାୟ ସବୁ କିଛି ଭେଜାଲ। ମସଲା ହେଉ କିମ୍ବା ଅନ୍ୟ କୌଣସି ଖାଦ୍ୟପଦାର୍ଥ ସବୁ ଥିରେ ମାତ୍ରାଧିକ କେମିକାଲ। ଏସବୁ ଖାଇବା ଦ୍ବାରା ଲୋକଙ୍କୁ ଯାବତୀୟ ରୋଗ ହେବା ସହ ସେମାନଙ୍କ ଜୀବନକାଳ କମୁଛି। ନିକଟରେ ଉତ୍ତର ପ୍ରଦେଶରେ ଏକ ମସଲା କଳରେ ଚଢ଼ଉ କରାଯାଇ ପ୍ରଚୁର ପରିମାଣର ବିଷାକ୍ତ ରଙ୍ଗମିଶ୍ରିତ ହଳଦୀ ଏବଂ ଲଙ୍କାଗୁଣ୍ଡ ଜବତ ହୋଇଥିବା ଜଣାପଡ଼ିଛି।

ହଳଦୀ ଏବଂ ଲଙ୍କାଗୁଣ୍ଡ ଯେପରି ଅଧିକ ଗାଢ ଦେଖାଯିବ, ସେଥିପାଇଁ ଏଥିରେ ମିଶାଯାଉଛି ପୋଷାକ ରଙ୍ଗ। ଖାଦ୍ୟ ନିରାପତ୍ତା ବିଭାଗ ଅଧିକାରୀମାନଙ୍କ କହିବାନୁସାରେ, ସେମାନେ ଅଶୋକ ଗର୍ଗ ଅନୁପୂଣ୍ଡା ମିଲରେ ଚଢ଼ଉ କରି ପ୍ରଚୁର ମାତ୍ରାରେ ସିନ୍ଥେଟିକ୍ କଲର ପାଇଛନ୍ତି। ଏହି ପ୍ୟାକେଟ୍‌ଗୁଡ଼ିକରେ ସ୍ପଷ୍ଟ ଭାବେ ଲେଖାହୋଇଛି ଯେ, ଏସବୁ କେବଳ ଶିଳ୍ପ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଏବଂ ବିଷାକ୍ତ। ତେବେ ଏହି ରଙ୍ଗ ମିଶ୍ରିତ ପ୍ରାୟ ୨୦୦ କିଲୋ ହଳଦୀ ଏବଂ ୧୫୦ କିଲୋ ନାଲି ଲଙ୍କା ପାଉଡର ଉକ୍ତ ଅଟାକଳରୁ ଜବତ କରାଯାଇଥିବା ଜଣାପଡ଼ିଛି।

ଖାଦ୍ୟ ନିରାପତ୍ତା ଅଧିକାରୀ ମୀରା ସିଂହ କହିଛନ୍ତି ଯେ, ଯେତେବେଳେ ନମୂନାଗୁଡ଼ିକୁ ହାତରେ ଧରିଲୁ ଏଥିରେ ରଙ୍ଗ ମିଶାଯାଇଥିବା ସ୍ପଷ୍ଟ ଅନୁଭବ କରିପାରିଲୁ। ମସଲାରେ ଖାଦ୍ୟ ରଙ୍ଗ ବ୍ୟବହାରକୁ ବି ଅନୁମତି ଦିଆଯାଇ ନ ଥାଏ । କାରଣ ମସଲାର ନିଜ ରଙ୍ଗ ରହିଛି । ଏଭଳି କ୍ଷେତ୍ରରେ ଶିଳ୍ପରେ ବ୍ୟବହାର ପାଇଁ ଉଦ୍ଧିଷ୍ଟ ସିନ୍ଥେଟିକ ରଙ୍ଗକୁ ମସଲାରେ ମିଶାଯିବା ଏକ ଗୁରୁତର ଅପରାଧ। ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରକାଶଯୋଗ୍ୟ, ନିମ୍ନମାନର ଖାଦ୍ୟ ପଦାର୍ଥ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଜରିମାନା ବ୍ୟବସ୍ଥା ରହିଛି।

ଅନ୍ନପୂଣ୍ଡାରେ ଉତ୍ପାଦନ ହେଉଥିବା ମସଲା କୌଣସି ବ୍ରାଣ୍ଡ୍‌ନେମ୍‌ରେ ବିକ୍ରି ହେଉ ନ ଥିଲା। କିନ୍ତୁ ବଲ୍‌କରେ ପାଇକାରୀ ବଜାର ଏବଂ ମଣ୍ଡିରେ ବିକ୍ରି ହେଉଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଏଭଳି ମସଲାକୁ ଛୋଟ ଛୋଟ ଢ଼ାବା ଏବଂ ସଡ଼କ ପାର୍ଶ୍ଵ ହୋଟେଲଗୁଡ଼ିକ କିଣିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri