ହଳଦୀ ଏବଂ ଲଙ୍କାଗୁଣ୍ଡରେ ମିଶୁଛି ପୋଷାକ ରଙ୍ଗ

ନୂଆଦିଲ୍ଲୀ,୫।୫: ବଜାରରେ ଏବେ ପ୍ରାୟ ସବୁ କିଛି ଭେଜାଲ। ମସଲା ହେଉ କିମ୍ବା ଅନ୍ୟ କୌଣସି ଖାଦ୍ୟପଦାର୍ଥ ସବୁ ଥିରେ ମାତ୍ରାଧିକ କେମିକାଲ। ଏସବୁ ଖାଇବା ଦ୍ବାରା ଲୋକଙ୍କୁ ଯାବତୀୟ ରୋଗ ହେବା ସହ ସେମାନଙ୍କ ଜୀବନକାଳ କମୁଛି। ନିକଟରେ ଉତ୍ତର ପ୍ରଦେଶରେ ଏକ ମସଲା କଳରେ ଚଢ଼ଉ କରାଯାଇ ପ୍ରଚୁର ପରିମାଣର ବିଷାକ୍ତ ରଙ୍ଗମିଶ୍ରିତ ହଳଦୀ ଏବଂ ଲଙ୍କାଗୁଣ୍ଡ ଜବତ ହୋଇଥିବା ଜଣାପଡ଼ିଛି।

ହଳଦୀ ଏବଂ ଲଙ୍କାଗୁଣ୍ଡ ଯେପରି ଅଧିକ ଗାଢ ଦେଖାଯିବ, ସେଥିପାଇଁ ଏଥିରେ ମିଶାଯାଉଛି ପୋଷାକ ରଙ୍ଗ। ଖାଦ୍ୟ ନିରାପତ୍ତା ବିଭାଗ ଅଧିକାରୀମାନଙ୍କ କହିବାନୁସାରେ, ସେମାନେ ଅଶୋକ ଗର୍ଗ ଅନୁପୂଣ୍ଡା ମିଲରେ ଚଢ଼ଉ କରି ପ୍ରଚୁର ମାତ୍ରାରେ ସିନ୍ଥେଟିକ୍ କଲର ପାଇଛନ୍ତି। ଏହି ପ୍ୟାକେଟ୍‌ଗୁଡ଼ିକରେ ସ୍ପଷ୍ଟ ଭାବେ ଲେଖାହୋଇଛି ଯେ, ଏସବୁ କେବଳ ଶିଳ୍ପ ବ୍ୟବହାର ପାଇଁ ଉଦ୍ଦିଷ୍ଟ ଏବଂ ବିଷାକ୍ତ। ତେବେ ଏହି ରଙ୍ଗ ମିଶ୍ରିତ ପ୍ରାୟ ୨୦୦ କିଲୋ ହଳଦୀ ଏବଂ ୧୫୦ କିଲୋ ନାଲି ଲଙ୍କା ପାଉଡର ଉକ୍ତ ଅଟାକଳରୁ ଜବତ କରାଯାଇଥିବା ଜଣାପଡ଼ିଛି।

ଖାଦ୍ୟ ନିରାପତ୍ତା ଅଧିକାରୀ ମୀରା ସିଂହ କହିଛନ୍ତି ଯେ, ଯେତେବେଳେ ନମୂନାଗୁଡ଼ିକୁ ହାତରେ ଧରିଲୁ ଏଥିରେ ରଙ୍ଗ ମିଶାଯାଇଥିବା ସ୍ପଷ୍ଟ ଅନୁଭବ କରିପାରିଲୁ। ମସଲାରେ ଖାଦ୍ୟ ରଙ୍ଗ ବ୍ୟବହାରକୁ ବି ଅନୁମତି ଦିଆଯାଇ ନ ଥାଏ । କାରଣ ମସଲାର ନିଜ ରଙ୍ଗ ରହିଛି । ଏଭଳି କ୍ଷେତ୍ରରେ ଶିଳ୍ପରେ ବ୍ୟବହାର ପାଇଁ ଉଦ୍ଧିଷ୍ଟ ସିନ୍ଥେଟିକ ରଙ୍ଗକୁ ମସଲାରେ ମିଶାଯିବା ଏକ ଗୁରୁତର ଅପରାଧ। ଏହା ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପ୍ରକାଶଯୋଗ୍ୟ, ନିମ୍ନମାନର ଖାଦ୍ୟ ପଦାର୍ଥ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ଜରିମାନା ବ୍ୟବସ୍ଥା ରହିଛି।

ଅନ୍ନପୂଣ୍ଡାରେ ଉତ୍ପାଦନ ହେଉଥିବା ମସଲା କୌଣସି ବ୍ରାଣ୍ଡ୍‌ନେମ୍‌ରେ ବିକ୍ରି ହେଉ ନ ଥିଲା। କିନ୍ତୁ ବଲ୍‌କରେ ପାଇକାରୀ ବଜାର ଏବଂ ମଣ୍ଡିରେ ବିକ୍ରି ହେଉଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଏଭଳି ମସଲାକୁ ଛୋଟ ଛୋଟ ଢ଼ାବା ଏବଂ ସଡ଼କ ପାର୍ଶ୍ଵ ହୋଟେଲଗୁଡ଼ିକ କିଣିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ଦୁର୍ଘଟଣା: ମିଳିଛି ୨୬୫ ମୃତଦେହ

ଅହମଦାବାଦ,୧୨ା୬: ବିମାନ ଦୁର୍ଘଟଣା ପରେ ଅହମଦାବାଦ ସିଟି ସିଭିଲ ହସ୍ପିଟାଲକୁ ୨୬୫ଟି ମୃତଦେହ ଅଣାଯାଇଥିବା ଡିସିପି କାନନ ଦେଶାଇ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି। ବିମାନରେ ଯାତ୍ରୀ...

ବିମାନ କ୍ରାସ: ମୃତକଙ୍କ ହେବ ଡିଏନ୍‌ଏ ପରୀକ୍ଷା

ଅହମଦାବାଦ,୧୨ା୬: ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିଚୟ ନିଶ୍ଚିତ କରାଇବା ପାଇଁ ସେମାନଙ୍କ ଡିଏନ୍‌ଏ ପରୀକ୍ଷା କରାଯିବ ବୋଲି ଗୁଜରାଟର ଜଣେ...

ମେହିଦି ହାସନ ବାଂଲାଦେଶ ଦିନିକିଆ ଅଧିନାୟକ

ଢାକା,୧୨ା୬: ବାଂଲାଦେଶ କ୍ରିକେଟ ବୋର୍ଡ(ବିସିବି) ଗୁରୁବାର ମେହିଦି ହାସନ ମିରାଜଙ୍କୁ ଦିନିକିଆ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି। ତାଙ୍କ ଆଗାମୀ ୧୨ ମାସ ପାଇଁ...

ସାଧୁ ବେଶରେ ଆସି ଝାମ୍ପିନେଲେ ଟଙ୍କା

ସାକ୍ଷୀଗୋପାଳ,୧୨।୬(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ପାଖେଇ ଆସୁଛି ରଥଯାତ୍ରା। ପ୍ରତିବର୍ଷ ଭଳି ରଥଯାତ୍ରାରେ ସାଧୁସନ୍ଥଙ୍କ ସମାଗମ ଲାଗିବ। ମାତ୍ର ଏହି ଧର୍ମୀୟ ଭାବନାରେ କଳାଦାଗ ଲଗାଇ...

ଖୁଣ୍ଟ ଅଛି ଲାଇଟ ନାହିଁ

ବ୍ରାହ୍ମଣୀଗାଁ, ୧୨/୬ (ମନୋରଞ୍ଜନ ରଣା): ଅନ୍ଧାରରେ ବ୍ରାହ୍ମଣୀଗାଁ ମୁଖ୍ୟ ବଜାର । ଲଗାଯାଉ ନାହିଁ ଷ୍ଟିଟ ଲାଇଟ। ଆଜିକୁ ପ୍ରାୟ ବର୍ଷେ ହେଲେ ରାସ୍ତା ମଝିରେ...

ଦୁର୍ଘଟଣା ପୂର୍ବରୁ ଯାନ୍ତ୍ରୀକ ତ୍ରୁଟି ବିଷୟରେ ସୂଚନା ଦେଇଥିଲେ ଏହି ଯୁବକ, ଭିଡ଼ିଓ ଶେୟାର କରି କହିଥିଲେ, ହେଲେ…

ଅହମଦାବାଦ,୧୨।୬: ଅହମଦାବାଦ ବିମାନବନ୍ଦରରୁ ଉଡ଼ାଣ ଭରିବାର କିଛି ମିନିଟ ପରେ ମେଘନଗରରେ ଏୟାର ଇଣ୍ଡିଆର ବିମାନ AI 171 ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ଅନେକ...

ଦୁର୍ଘଟଣାରେ ମାମୁ, ୨ ଭାଣିଜୀଙ୍କ ମୃତ୍ୟୁ ଘଟଣା: ବନ୍ଧା ହେଲେ ଟ୍ୟାଙ୍କର ଚାଳକ

ଦିଗପହଣ୍ଡି,୧୨ା୬(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ପୋଲିସ ଗୁରୁବାର କଟକ ଜିଲା କାନପୁର ଥାନା ବାଲିଝରି ଗ୍ରାମର ଗାଡ଼ି ଚାଳକ ସୁଶାନ୍ତ ରାଉତଙ୍କୁ କେଶ୍‌ ନଂ.୧୯୭/୨୫ ଅନୁଯାୟୀ...

ବିମାନ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ଏତେ କୋଟି ଟଙ୍କା ସହାୟତା ରାଶି ଘୋଷଣା କଲା ଟାଟା ଗ୍ରୁପ

ନୂଆଦିଲ୍ଲୀ,୧୨।୬: ଗୁରୁବାର ଗୁଜୁରାଟରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ବିମାନରେ ୨୪୨ ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାସ୍ଥଳକୁ ବିଏସଏଫ ଏବଂ ଏନଡିଆରଏଫ ଦଳ ପଠାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri