Posted inଖେଳ

IPL 2027: ‘ଆମେ ପ୍ରଶଂସକଙ୍କ ଭରସା ହରାଇଛୁ…’ ୩ ବର୍ଷ ପରେ MI ଅଧିନାୟକ ଭାବେ ଫେରିବା ପରେ ଭାବବିହ୍ୱଳ ହେଲେ ରୋହିତ

ନୂଆଦିଲ୍ଲୀ,୨୮।୧୧: ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ (MI) ଆଗାମୀ IPL ସିଜନ୍ ପାଇଁ ୩୯ ବର୍ଷୀୟ ରୋହିତ ଶର୍ମାଙ୍କୁ ପୁନର୍ବାର ଦଳର ଅଧିନାୟକ ନିଯୁକ୍ତ କରିଛି। ଡିସେମ୍ବର ୨୦୨୩ରେ ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଥିଲେ ମଧ୍ୟ ଏହି ପଦକ୍ଷେପ ସଫଳ ହୋଇ ନ ଥିଲା, ଏବଂ ତିନି ବର୍ଷ ପରେ ‘ହିଟମ୍ୟାନ’ ପୁଣି ନେତୃତ୍ୱ ଭାର ସମ୍ଭାଳିଛନ୍ତି। ଦାୟିତ୍ୱ ନେବା ପରେ ରୋହିତ ଫ୍ରାଞ୍ଚାଇଜ୍‌ର ସୋସିଆଲ୍ ମିଡିଆ ଚ୍ୟାନେଲ୍‌ରେ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଗତ କିଛି ବର୍ଷର ସଂଘର୍ଷ, ଡ୍ରେସିଂ ରୁମ୍‌ର ନିରାଶା ଏବଂ ଆଗାମୀ ସିଜନ୍‌ର ପ୍ରାଥମିକତା ବିଷୟରେ ଖୋଲାଖୋଲି କହିଛନ୍ତି।

ଏକଦା ଅପରାଜେୟ ବୋଲି ବିବେଚିତ ମୁମ୍ବାଇ ଇଣ୍ଡିଆନ୍ସର କ୍ରମାଗତ ପତନକୁ ନେଇ ରୋହିତ ଶର୍ମା ନିଜର ନିରାଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଏହା ସମଗ୍ର ଦଳ ପାଇଁ ଅତ୍ୟନ୍ତ କଠିନ ସମୟ ଥିଲା ଏବଂ କେବଳ ସେ ନୁହଁନ୍ତି, ଅନ୍ୟ ଖେଳାଳିମାନେ ମଧ୍ୟ ଦଳର ଖେଳ ଶୈଳୀକୁ ନେଇ ନିରାଶ ଥିଲେ। ଯେତେବେଳେ ବ୍ୟକ୍ତିଗତ ଭାବେ ଓ ଦଳ ଭାବେ ଭଲ ପ୍ରଦର୍ଶନ ହୁଏ ନାହିଁ, ସେତେବେଳେ ଯେକୌଣସି ଖେଳାଳି ନିରାଶ ହେବା ସ୍ୱାଭାବିକ ବୋଲି ସେ ମତ ଦେଇଛନ୍ତି।

ଘରକୁ ଯିବା ପରେ ସେ ସବୁବେଳେ ଭାବୁଥିଲେ ଯେ ଏହା ସେହି ପୁରୁଣା ମୁମ୍ବାଇ ଇଣ୍ଡିଆନ୍ସ ଦଳ ନୁହେଁ ଏବଂ ଦଳକୁ ନିଜର ପୂର୍ବ ସ୍ଥିତିକୁ ଫେରିବାକୁ ପଡ଼ିବ। ରୋହିତ କହିଛନ୍ତି ଯେ ୨୦୨୨, ୨୦୨୪ ଏବଂ ୨୦୨୬—ଏହି ତିନିଟି ସିଜନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପଏଣ୍ଟ୍ ଟେବୁଲ୍‌ର ତଳ ଭାଗରେ ଦେଖିବା ଅଦ୍ଭୁତ ଲାଗୁଥିଲା, କାରଣ ଦଳର ପରିଚୟ ଏପରି ନୁହେଁ। ପରାଜୟ ସମୟରେ ପରିସ୍ଥିତି ବିପକ୍ଷରେ ଥାଏ ଏବଂ ପ୍ରତିପକ୍ଷ ଦଳ ଦୁର୍ବଳତାର ଫାଇଦା ନେଇ ଚାପ ସୃଷ୍ଟି କରନ୍ତି। ଦଳ ସେହି ଚାପର ମୁକାବିଲା କରିପାରୁ ନ ଥିଲା ଏବଂ ଏଥିପାଇଁ କୌଣସି ଜଣେ ବା ଦୁଇଜଣ ଖେଳାଳି ନୁହଁନ୍ତି, ବରଂ ସମ୍ପୂର୍ଣ୍ଣ ଦଳ ଦାୟୀ ଓ ବିଫଳ ହୋଇଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।

ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ (MI) ଆଗାମୀ IPL 2027 ସିଜନ୍ ପାଇଁ ୩୯ ବର୍ଷୀୟ ରୋହିତ ଶର୍ମାଙ୍କୁ ପୁନର୍ବାର ଦଳର ଅଧିନାୟକ ନିଯୁକ୍ତ କରିଛି। ଡିସେମ୍ବର ୨୦୨୩ରେ ରୋହିତଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଥିଲେ ମଧ୍ୟ ଏହି ପଦକ୍ଷେପ ସଫଳ ହୋଇନଥିଲା, ଏବଂ ତିନି ବର୍ଷ ପରେ ‘ହିଟମ୍ୟାନ’ ପୁଣି ନେତୃତ୍ୱ ଭାର ସମ୍ଭାଳିଛନ୍ତି। ଦାୟିତ୍ୱ ନେବା ପରେ ରୋହିତ ଫ୍ରାଞ୍ଚାଇଜ୍‌ର ସୋସିଆଲ୍ ମିଡିଆ ଚ୍ୟାନେଲ୍‌ରେ ଏକ ସ୍ୱତନ୍ତ୍ର ସାକ୍ଷାତକାର ଦେଇ ଗତ କିଛି ବର୍ଷର ସଂଘର୍ଷ, ଡ୍ରେସିଂ ରୁମ୍‌ର ନିରାଶା ଏବଂ ଆଗାମୀ ସିଜନ୍‌ର ପ୍ରାଥମିକତା ବିଷୟରେ ଖୋଲାଖୋଲି କହିଛନ୍ତି।

ଏକଦା ଅପରାଜେୟ ବୋଲି ବିବେଚିତ ମୁମ୍ବାଇ ଇଣ୍ଡିଆନ୍ସର କ୍ରମାଗତ ପତନକୁ ନେଇ ରୋହିତ ଶର୍ମା ନିଜର ନିରାଶା ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଏହା ସମଗ୍ର ଦଳ ପାଇଁ ଅତ୍ୟନ୍ତ କଠିନ ସମୟ ଥିଲା ଏବଂ କେବଳ ସେ ନୁହଁନ୍ତି, ଅନ୍ୟ ଖେଳାଳିମାନେ ମଧ୍ୟ ଦଳର ଖେଳ ଶୈଳୀକୁ ନେଇ ନିରାଶ ଥିଲେ। ଯେତେବେଳେ ବ୍ୟକ୍ତିଗତ ଭାବେ ଓ ଦଳ ଭାବେ ଭଲ ପ୍ରଦର୍ଶନ ହୁଏ ନାହିଁ, ସେତେବେଳେ ଯେକୌଣସି ଖେଳାଳି ନିରାଶ ହେବା ସ୍ୱାଭାବିକ ବୋଲି ସେ ମତ ଦେଇଛନ୍ତି।

ଘରକୁ ଯିବା ପରେ ସେ ସବୁବେଳେ ଭାବୁଥିଲେ ଯେ ଏହା ସେହି ପୁରୁଣା ମୁମ୍ବାଇ ଇଣ୍ଡିଆନ୍ସ ଦଳ ନୁହେଁ ଏବଂ ଦଳକୁ ନିଜର ପୂର୍ବ ସ୍ଥିତିକୁ ଫେରିବାକୁ ପଡ଼ିବ। ରୋହିତ କହିଛନ୍ତି ଯେ ୨୦୨୨, ୨୦୨୪ ଏବଂ ୨୦୨୬—ଏହି ତିନିଟି ସିଜନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ପଏଣ୍ଟ୍ ଟେବୁଲ୍‌ର ତଳ ଭାଗରେ ଦେଖିବା ଅଦ୍ଭୁତ ଲାଗୁଥିଲା, କାରଣ ଦଳର ପରିଚୟ ଏପରି ନୁହେଁ। ପରାଜୟ ସମୟରେ ପରିସ୍ଥିତି ବିପକ୍ଷରେ ଥାଏ ଏବଂ ପ୍ରତିପକ୍ଷ ଦଳ ଦୁର୍ବଳତାର ଫାଇଦା ନେଇ ଚାପ ସୃଷ୍ଟି କରନ୍ତି। ଦଳ ସେହି ଚାପର ମୁକାବିଲା କରିପାରୁନଥିଲା ଏବଂ ଏଥିପାଇଁ କୌଣସି ଜଣେ ବା ଦୁଇଜଣ ଖେଳାଳି ନୁହଁନ୍ତି, ବରଂ ସମ୍ପୂର୍ଣ୍ଣ ଦଳ ଦାୟୀ ଓ ବିଫଳ ହୋଇଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି।

IPL 2027 ପୂର୍ବରୁ ନିଜର ସବୁଠାରୁ ବଡ଼ ପ୍ରାଥମିକତା ସମ୍ପର୍କରେ ରୋହିତ ଶର୍ମା ପ୍ରଶଂସକଙ୍କ ଭାଙ୍ଗିଯାଇଥିବା ବିଶ୍ୱାସକୁ ପୁଣି ଯୋଡ଼ିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଗତ କିଛି ବର୍ଷର ଖରାପ ପ୍ରଦର୍ଶନ ଯୋଗୁଁ ପ୍ରଶଂସକମାନେ ଦଳ ଉପରୁ କିଛିଟା ଭରସା ହରାଇଥିବା ସେ ସ୍ୱୀକାର କରିଛନ୍ତି। ନୂଆ ସିଜନ୍‌ରେ ତାଙ୍କର ସିଧାସଳଖ ଓ ସବୁଠାରୁ ବଡ଼ ଲକ୍ଷ୍ୟ ହେଉଛି ପ୍ରଶଂସକଙ୍କ ସେହି ବିଶ୍ୱାସ, ଆସ୍ଥା ଏବଂ ସମର୍ଥନକୁ ପୁଣି ହାସଲ କରିବା।

IPL 2027 ପୂର୍ବରୁ ନିଜର ସବୁଠାରୁ ବଡ଼ ପ୍ରାଥମିକତା ସମ୍ପର୍କରେ ରୋହିତ ଶର୍ମା ପ୍ରଶଂସକଙ୍କ ଭାଙ୍ଗିଯାଇଥିବା ବିଶ୍ୱାସକୁ ପୁଣି ଯୋଡ଼ିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଗତ କିଛି ବର୍ଷର ଖରାପ ପ୍ରଦର୍ଶନ ଯୋଗୁଁ ପ୍ରଶଂସକମାନେ ଦଳ ଉପରୁ କିଛିଟା ଭରସା ହରାଇଥିବା ସେ ସ୍ୱୀକାର କରିଛନ୍ତି। ନୂଆ ସିଜନ୍‌ରେ ତାଙ୍କର ସିଧାସଳଖ ଓ ସବୁଠାରୁ ବଡ଼ ଲକ୍ଷ୍ୟ ହେଉଛି ପ୍ରଶଂସକଙ୍କ ସେହି ବିଶ୍ୱାସ, ଆସ୍ଥା ଏବଂ ସମର୍ଥନକୁ ପୁଣି ହାସଲ କରିବା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ଦଳ ବିପକ୍ଷରେ କରିଥିଲେ ଡେବ୍ୟୁ, ସେହି ଦଳ ବିପକ୍ଷରେ ଖେଳିବେ ଶେଷ ମ୍ୟାଚ୍; ଟେଷ୍ଟ କ୍ରିକେଟରୁ ଅବସର ନେବେ…

ନୂଆଦିଲ୍ଲୀ,୨୮।୧୧: ବାଂଲାଦେଶ କ୍ରିକେଟ ଦଳର ସବୁଠାରୁ ଅଭିଜ୍ଞ ଏବଂ ସଫଳ ବ୍ୟାଟର୍ ମୁଶଫିକୁର ରହିମ ଟେଷ୍ଟ କ୍ରିକେଟରୁ ଅବସର ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବାଂଲାଦେଶ କ୍ରିକେଟ…

ପ୍ରଶାସନକୁ ଅପେକ୍ଷା ନ କରି ଆଗେଇ ଆସିଲେ ଗ୍ରାମବାସୀ

ବାଲିଶଙ୍କରା,୨୮ା୧୧(ହୃଦାନନ୍ଦ ବାରିକ): ଯେଉଁ ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ସରକାରୀ ବିଭାଗ ରହିଛି, ସେହି ରାସ୍ତାର ଗର୍ତ୍ତ ପୋତିବାକୁ ଶେଷରେ ଗ୍ରାମବାସୀଙ୍କୁ ହାତରେ କୋଦାଳ ଧରିବାକୁ…

ମୃତ ଏନ୍‌ପିଏସ୍‌ ଶିକ୍ଷୟିତ୍ରୀଙ୍କ ପରିବାରକୁ ମିଳିଲା ପୁରୁଣା ପେନ୍‌ସନ୍‌ ସୁବିଧା

ଭଞ୍ଜନଗର, ୨୮/୧୧ (ବାବୁଲା ପ୍ରଧାନ): କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଭଞ୍ଜନଗର ବ୍ଲକ୍‌ର ଏନ୍‌ପିଏସ୍‌ ଶିକ୍ଷୟିତ୍ରୀ ସ୍ୱର୍ଗତ ଅଞ୍ଜଳି ମଲ୍ଲିକଙ୍କ ପରିବାରକୁ ମିଳିଛି ପୁରୁଣା ପେନ୍‌ସନ୍‌ ଯୋଜନାର…

ରାସ୍ତାରୁ ଯୁବତୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ: ମାଉସୀ ଘରକୁ ଯାଉଥିବା ବେଳେ ବୋଲେରୋରେ …

ମୋହନା,୨୮।୧୧( ମନ୍ମଥ ମିଶ୍ର ): ରାସ୍ତାରୁ ଜଣେ ଯୁବତୀଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ମାଉସୀ ଘରକୁ ଯାଉଥିବା ବେଳେ କାନକଟା ରାସ୍ତାରୁ କିଛି ଦୁର୍ବୃତ୍ତ ତାଙ୍କୁ…

ଅଣ୍ଡର-୧୯ ଏସିଆ କପ ପାଇଁ ଦଳ ଘୋଷଣା କଲା BCCI ; ଏହି ୧୫ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୮।୧୧: BCCI ଅଣ୍ଡର-19 ମହିଳା ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ମହିଳା ଚୟନ କମିଟି ଭାବିକା ଆହିରେଙ୍କୁ ଅଧିନାୟିକା ଏବଂ ଅନାଦି ତାଗଡେଙ୍କୁ…

ଦିବ୍ୟାଙ୍ଗ ହାତରେ ଧରିବେ ଉଦ୍ୟୋଗର ମଶାଲ, ମହମବତୀ ତିଆରିରେ ନେଲେ ତାଲିମ

କର୍ଲାମୁଣ୍ଡା, ୨୮/୧୧ (ପ୍ରଦୀପ କୁମାର ସାହୁ): ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ର ରେଗଡ଼ା ପଞ୍ଚାୟତ ଅନ୍ତର୍ଗତ…

ମହାନଦୀ କୂଳରେ ବିରାଜିତ ମା’ ମନସା,୩୦ ବର୍ଷ ଧରି ଅକାଳ ବୋଧନ ପୂଜା; ଧର୍ମ ନିକିତିରେ ତଉଲ ହୁଅନ୍ତି ମାନସିକଧାରୀ

ମହାକାଳପଡ଼ା, ୨୮/୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ର ଉପକୂଳବର୍ତ୍ତୀ ରାମନଗର ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଥିବା କ୍ଷୁଦ୍ର ପଲ୍ଲୀ ପିତାପାଟ ଗ୍ରାମରେ…

ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା: ଅଧିକାରୀଙ୍କ ଅନୁପସ୍ଥିତି ଓ ‘କୁକୁଡ଼ା ବିହୀନ ଘର’ ନେଇ ବର୍ଷିଲେ ବିଧାୟକ ପ୍ରତିନିଧି; ଅଫଲାଇନ୍ ଆବେଦନ ଦାବି

ଥୁଆମୂଳ ରାମପୁର, ୨୮/୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁରସ୍ଥିତ ବାବା ଖଣ୍ଡୁଆଳ ମିନି ଷ୍ଟାଡିୟମ୍‌ଠାରେ ଶୁକ୍ରବାର ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା-୨୦୨୬ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?