ପ୍ରଶାସନକୁ ଅପେକ୍ଷା ନ କରି ଆଗେଇ ଆସିଲେ ଗ୍ରାମବାସୀ

ବାଲିଶଙ୍କରା,୨୮ା୧୧(ହୃଦାନନ୍ଦ ବାରିକ): ଯେଉଁ ରାସ୍ତାର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ସରକାରୀ ବିଭାଗ ରହିଛି, ସେହି ରାସ୍ତାର ଗର୍ତ୍ତ ପୋତିବାକୁ ଶେଷରେ ଗ୍ରାମବାସୀଙ୍କୁ ହାତରେ କୋଦାଳ ଧରିବାକୁ ପଡ଼ିଛି। ଏଭଳି ଦୃଶ୍ୟ ବାଲିଶଙ୍କରା ବ୍ଲକ ସରବାହାଲଠାରେ ଦେଖିବାକୁ ମିଳିଛି।

କରମଡିହି, ସବ୍‌ଡେଗା ଓ ବାଲିଶଙ୍କରା ଦେଇ ଛତିଶଗଡ଼କୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର ଦୁରବସ୍ଥା ଏବେ ପ୍ରଶାସନିକ କାର୍ଯ୍ୟଦକ୍ଷତା ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇଛି। ଦୀର୍ଘଦିନ ଧରି ଏହି ରାସ୍ତାରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇ ଯାତାୟାତକୁ ବିପଦସଙ୍କୁଳ କରିଥିଲା।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ରାସ୍ତାର ଦୁରବସ୍ଥା ସମ୍ପର୍କରେ ବାରମ୍ବାର ପ୍ରଶାସନକୁ ଅବଗତ କରାଯାଇଥିଲେ ମଧ୍ୟ ଆବଶ୍ୟକ ମରାମତି କରାଯାଇ ନ ଥିଲା। ଶେଷରେ ଗ୍ରାମବାସୀ ନିଜେ ରାସ୍ତା ମରାମତି ପାଇଁ ଆଗେଇ ଆସିଥିଲେ।

ସରବାହାଲଠାରେ ରାସ୍ତାର ବଡ଼ ବଡ଼ ଗର୍ତ୍ତରେ ପିଚୁ ପକାଇ ସମତଳ କରିବା ସହ ଯାତାୟାତ ଉପଯୋଗୀ କରିବାକୁ ଉଦ୍ୟମ କରିଥିଲେ। ଏହି ସାମୂହିକ କାର୍ଯ୍ୟରେ ଅଶୋକ ସା, ମାନହୁ ଦାନୀ, ସହଦେବ ନାଏକ, ସଞ୍ଜୁ ସାହୁ, ବିଟୁ ସା, ମଣ୍ଟୁ ରଣା, ରାଜୁ ପାତ୍ର, ଶିବନାଥ ସାହୁଙ୍କ ସମେତ ଅନ୍ୟ ଗ୍ରାମବାସୀ ସାମିଲ ହୋଇଥିଲେ। ଏହି ରାସ୍ତାରେ ପାଉଁଶ ବୋଝେଇ ଡମ୍ପର ଓ ଅନ୍ୟ ଭାରିଯାନ ଚଳାଚଳ ଯୋଗୁ ଧୂଳି ପ୍ରଦୂଷଣ ମଧ୍ୟ ଦିନକୁ ଦିନ ଗୁରୁତର ହେଉଛି।

ଏଭଳି ସ୍ଥିତିରେ ରାସ୍ତା ମରାମତି ସହ ଧୂଳି ନିୟନ୍ତ୍ରଣ ଦିଗରେ ମଧ୍ୟ ସମ୍ପୃକ୍ତ ବିଭାଗର ନଜର ନାହିଁ କାହିଁକି ବୋଲି ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି। ତୁରନ୍ତ ସ୍ଥାୟୀ ମରାମତି, ରାସ୍ତାର ଉନ୍ନତୀକରଣ ଓ ଧୂଳି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ ଦଳ ବିପକ୍ଷରେ କରିଥିଲେ ଡେବ୍ୟୁ, ସେହି ଦଳ ବିପକ୍ଷରେ ଖେଳିବେ ଶେଷ ମ୍ୟାଚ୍; ଟେଷ୍ଟ କ୍ରିକେଟରୁ ଅବସର ନେବେ…

ନୂଆଦିଲ୍ଲୀ,୨୮।୧୧: ବାଂଲାଦେଶ କ୍ରିକେଟ ଦଳର ସବୁଠାରୁ ଅଭିଜ୍ଞ ଏବଂ ସଫଳ ବ୍ୟାଟର୍ ମୁଶଫିକୁର ରହିମ ଟେଷ୍ଟ କ୍ରିକେଟରୁ ଅବସର ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବାଂଲାଦେଶ କ୍ରିକେଟ…

IPL 2027: ‘ଆମେ ପ୍ରଶଂସକଙ୍କ ଭରସା ହରାଇଛୁ…’ ୩ ବର୍ଷ ପରେ MI ଅଧିନାୟକ ଭାବେ ଫେରିବା ପରେ ଭାବବିହ୍ୱଳ ହେଲେ ରୋହିତ

ନୂଆଦିଲ୍ଲୀ,୨୮।୧୧: ପାଞ୍ଚ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ (MI) ଆଗାମୀ IPL ସିଜନ୍ ପାଇଁ ୩୯ ବର୍ଷୀୟ ରୋହିତ ଶର୍ମାଙ୍କୁ ପୁନର୍ବାର ଦଳର ଅଧିନାୟକ ନିଯୁକ୍ତ କରିଛି।…

ମୃତ ଏନ୍‌ପିଏସ୍‌ ଶିକ୍ଷୟିତ୍ରୀଙ୍କ ପରିବାରକୁ ମିଳିଲା ପୁରୁଣା ପେନ୍‌ସନ୍‌ ସୁବିଧା

ଭଞ୍ଜନଗର, ୨୮/୧୧ (ବାବୁଲା ପ୍ରଧାନ): କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଭଞ୍ଜନଗର ବ୍ଲକ୍‌ର ଏନ୍‌ପିଏସ୍‌ ଶିକ୍ଷୟିତ୍ରୀ ସ୍ୱର୍ଗତ ଅଞ୍ଜଳି ମଲ୍ଲିକଙ୍କ ପରିବାରକୁ ମିଳିଛି ପୁରୁଣା ପେନ୍‌ସନ୍‌ ଯୋଜନାର…

ରାସ୍ତାରୁ ଯୁବତୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ: ମାଉସୀ ଘରକୁ ଯାଉଥିବା ବେଳେ ବୋଲେରୋରେ …

ମୋହନା,୨୮।୧୧( ମନ୍ମଥ ମିଶ୍ର ): ରାସ୍ତାରୁ ଜଣେ ଯୁବତୀଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ମାଉସୀ ଘରକୁ ଯାଉଥିବା ବେଳେ କାନକଟା ରାସ୍ତାରୁ କିଛି ଦୁର୍ବୃତ୍ତ ତାଙ୍କୁ…

ଅଣ୍ଡର-୧୯ ଏସିଆ କପ ପାଇଁ ଦଳ ଘୋଷଣା କଲା BCCI ; ଏହି ୧୫ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୨୮।୧୧: BCCI ଅଣ୍ଡର-19 ମହିଳା ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ମହିଳା ଚୟନ କମିଟି ଭାବିକା ଆହିରେଙ୍କୁ ଅଧିନାୟିକା ଏବଂ ଅନାଦି ତାଗଡେଙ୍କୁ…

ଦିବ୍ୟାଙ୍ଗ ହାତରେ ଧରିବେ ଉଦ୍ୟୋଗର ମଶାଲ, ମହମବତୀ ତିଆରିରେ ନେଲେ ତାଲିମ

କର୍ଲାମୁଣ୍ଡା, ୨୮/୧୧ (ପ୍ରଦୀପ କୁମାର ସାହୁ): ଦିବ୍ୟାଙ୍ଗମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ଉଦ୍ୟୋଗୀ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍‌ର ରେଗଡ଼ା ପଞ୍ଚାୟତ ଅନ୍ତର୍ଗତ…

ମହାନଦୀ କୂଳରେ ବିରାଜିତ ମା’ ମନସା,୩୦ ବର୍ଷ ଧରି ଅକାଳ ବୋଧନ ପୂଜା; ଧର୍ମ ନିକିତିରେ ତଉଲ ହୁଅନ୍ତି ମାନସିକଧାରୀ

ମହାକାଳପଡ଼ା, ୨୮/୧୧ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ର ଉପକୂଳବର୍ତ୍ତୀ ରାମନଗର ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଥିବା କ୍ଷୁଦ୍ର ପଲ୍ଲୀ ପିତାପାଟ ଗ୍ରାମରେ…

ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା: ଅଧିକାରୀଙ୍କ ଅନୁପସ୍ଥିତି ଓ ‘କୁକୁଡ଼ା ବିହୀନ ଘର’ ନେଇ ବର୍ଷିଲେ ବିଧାୟକ ପ୍ରତିନିଧି; ଅଫଲାଇନ୍ ଆବେଦନ ଦାବି

ଥୁଆମୂଳ ରାମପୁର, ୨୮/୧୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଥୁଆମୂଳ ରାମପୁରସ୍ଥିତ ବାବା ଖଣ୍ଡୁଆଳ ମିନି ଷ୍ଟାଡିୟମ୍‌ଠାରେ ଶୁକ୍ରବାର ବ୍ଲକ୍‌ସ୍ତରୀୟ ମତ୍ସ୍ୟ ଓ ପ୍ରାଣିସମ୍ପଦ ମେଳା-୨୦୨୬ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?