
ଧରାକୋଟ,୮।୬: ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ଧରାକୋଟ ମଝି ସାହିରେ ନିଜ ଘରେ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ରୀ ଜଣକ ହେଲେ ସ୍ବେତା ସ୍ବାଇଁ ଓରଫ ଲିଜା(୧୯ ) l ସେ ଆସିକା ନିରଞ୍ଜନ ମହିଳା ମହାବିଦ୍ୟାଳୟର ଯୁକ୍ତ ତିନି ଦ୍ୱିତୀୟ ବର୍ଷ କଳାରେ ପଢୁ ଥିଲେ।
ମିଳିଥିବା ସୂଚନା ମୁତାବକ, ଶନିବାର ଘରେ ମା’-ବାପାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା l ଘରେ ଏଭଳି ବଚସା ନ କରିବାକୁ ଝିଅ ମା’-ବାପା ଙ୍କୁ ଅନୁରୋଧ କରିଥିଲା l ହେଲେ ଘରେ ଝଗଡା ଆହୁରି ବଢିଥିଲା। ଏହାକୁ ସହ୍ୟ କରି ନ ପାରି ଛାତ୍ରୀ ଜଣକ ଘରେ ଫ୍ୟାନରେ ଓଡ଼ଣୀ ଲଗାଇ ଓହଲି ପଡିଥିଲେ।
ଝିଅକୁ ଝୁଲନ୍ତା ଅବସ୍ଥାରେ ଦେଖି ପରିବାର ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ରେ ଆସିକା ମେଡ଼ିକାଲକୁ ଆଣିଥିଳେ। ହେଲେ ଡାକ୍ତର ସ୍ବେତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ଧରାକୋଟ ପୋଲିସ ମେଡିକାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଏକ ମାମଲା(ନଂ.୪/୨୫) ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି l