ଦାରିଙ୍ଗବାଡି,୧୪ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଋଷିମାଳ ମହାବିଦ୍ୟାଳୟରେ ପ୍ରଥମଥର ପାଇଁ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ବିଭିନ୍ନ ଦଳ ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବାକୁ ପ୍ରୟାସ ଜାରି ରହିଛି । ବୁଧବାର ଏବିଭିପି ପ୍ରାର୍ଥୀଙ୍କୁ ଉତ୍ସାହିତ କରିବା ଓ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ଲଢ଼ିବାକୁ କନ୍ଧମାଳ ଏମପି ସୁକାନ୍ତ ପାଣିଗ୍ରାହୀଙ୍କ ନିର୍ଦ୍ଦେଶକ୍ରମେ କନ୍ଧମାଳ ଜିଲା ପ୍ରତିନିଧି ଦୁର୍ଗା ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏମପି ଦାରିଙ୍ଗବାଡି ବ୍ଲକର ବିଭିନ୍ନ ବିଭାଗର ପ୍ରତିନିଧି ତଥା ବିଷ୍ଣୁ ଚରଣ ପ୍ରଧାନ, ହରେନ ସାହୁ, ଶ୍ୟାମ ମହାକୁଡ଼, ପ୍ରଭାକର ସାହୁ, ସୁବାଷ ସାହୁ,ମିନକେତନ ସାହୁ, ରୁଦ୍ରମାଧବ ସାହୁ, ବ୍ରାହ୍ମଣୀଗାଁ ମଣ୍ଡଳ ସଭାପତି ଗଣେଶ ଡାକୁଆ ପ୍ରମୁଖ ବ୍ରାହ୍ମଣୀଗାଁରେ ପହଞ୍ଚି ଏବିଭିପି (ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ )ର ପ୍ରାର୍ଥୀଙ୍କୁ ଉତ୍ସାହିତ କରିଥିଲେ ।
ଏଥିସହ ଏବିଭିପିର ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇବାକୁ ପ୍ରତିନିଧି ଦଳ ନିବେଦନ କରିଥିଲେ ଏନେଇ ଏମପିଙ୍କ କନ୍ଧମାଳ ଜିଲା ପ୍ରତିନିଧି ଦୁର୍ଗା ଆଚାର୍ଯ୍ୟ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ ବ୍ରାହ୍ମଣୀଗାଁ ଓ ବାଲିଗୁଡା କଲେଜରେ କିଭଳି ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ହେବ ଓ ଏବିଭିପି ପ୍ରାର୍ଥୀଙ୍କୁ ଭୋଟ ଦେବେ ସେନେଇ ନିବେଦନ କରାଯାଇଥିଲା । ଏହି ନିର୍ବାଚନରେ ଏବିଭିପି ବିଜୟ ଲାଭ କରିବା ସହ ବିପୁଳ ଭୋଟ ମିଳିବା ନେଇ ଜିଲା ପ୍ରତିନିଧି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

