କାଜଲଙ୍କର ପସନ୍ଦ ପ୍ରାକୃତିକ ପ୍ରସାଧନ ସାମଗ୍ରୀ

ମୁମ୍ବାଇ: ନାୟିକା କାଜଲ ଅଗ୍ରୱାଲ ବଲିଉଡ୍ ପୂର୍ବରୁ ସାଉଥ୍‌୍ ଇଣ୍ଡଷ୍ଟ୍ରିରେ ଖୁବ୍ ସକ୍ରିୟ । ନିଜର ଅଭିନୟ ବ୍ୟତୀତ ଏହି ନାୟିକା ନିଜର ଡାଏଟ ଓ ଲାଇଫ ଷ୍ଟାଇଲକୁ ନେଇ ରୁହନ୍ତି ଚର୍ଚ୍ଚାରେ । ମିଳିଥିବା ସୂଚନାରୁ ଜଣାପଡେ କି କାଜଲ ତାଜା ଫଳ, ପ୍ରୋଟିନ, ଦହି, ନଟସ୍ ଓ ସବୁଜ ପନିପରିବା ଖାଇବାକୁ ପସନ୍ଦ କରନ୍ତି । ସେ ସବୁବେଳେ ସନ୍ତୁଳିତ ଡାଏଟ୍ ପସନ୍ଦ କରନ୍ତି । ଯେଉଁଥିରେ ପ୍ରୋଟିନ ଓ କାର୍ବୋହାଇଡ୍ରେଟସ୍ ରହିଥାଏ । ନଡ଼ିଆ ପାଣି କାଜଲଙ୍କୁ ବହୁତ ପସନ୍ଦ । ସେ କିଛି ଖାଇବା ପୂର୍ବରୁ ନିଶ୍ଚିତ ଭାବେ ଗୋଟିଏ ଗିନା ସାଲାଡ ଖାଇ ଥାଆନ୍ତି । ଆଉ ପ୍ରତିଦିନ ଭିନ୍ନ ଭିନ୍ନ ବ୍ୟାୟାମ କରି ନିଜକୁ ଫିଟ୍ ରଖିଛନ୍ତି ଏହି ଅଭିନେତ୍ରୀ । ଫ୍ରିହ୍ୟାଣ୍ଡ ଏକ୍ସରସାଇଜ୍ ସାଙ୍ଗକୁ ଡ୍ୟାନ୍ସ କରିବାକୁ ବି ପସନ୍ଦ କରନ୍ତି କାଜଲ । ଯୋଗ ଓ ସୂର୍ଯ୍ୟନମସ୍କାର ଦେହ ପାଇଁ ସବୁଠାରୁ ଭଲ ବୋଲି କୁହନ୍ତି ଅଭିନେତ୍ରୀ । ତେବେ ସ୍କିନ ଓ କେଶର ଯତ୍ନ ନେବାକୁ ସେ ସବୁବେଳେ ନଡ଼ିଆ ତେଲ ବ୍ୟବହାର କରନ୍ତି । ପ୍ରାକୃତିକ ପ୍ରଡକ୍ଟ ତାଙ୍କର ପ୍ରଥମ ପସନ୍ଦ ଓ ତାଙ୍କ ସୁନ୍ଦରତାର ରାଜ୍ ବୋଲି ସେ କୁହନ୍ତି । ବହୁତ ପରିମାଣରେ ନଡ଼ିଆ ପାଣି ତାଙ୍କୁ ସୁନ୍ଦର ରଖିବାର ଆଉ ଏକ କାରଣ ବୋଲି ମଧ୍ୟ ସେ କୁହନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜୟପ୍ରଦା ଫେରାର ଘୋଷିତ

ନୂଆଦିଲ୍ଲୀ,୨୭।୨: ଅଭିନେତ୍ରୀ ତଥା ପୂର୍ବତନ ଏମ୍‌ପି ଜୟପ୍ରଦା ଦୁଇଟି ମାମଲାରେ ଶୁଣାଣି ପାଇଁ ହାଜର ନ ହେବାରୁ ଏକ ସ୍ବତନ୍ତ୍ର ଅଦାଲତ ତାଙ୍କୁ ଫେରାର ଘୋଷଣା...

ସଡ଼କ ଦୁର୍ଘଟଣାରେ ‘ପଞ୍ଚାୟତ-୨’ ଅଭିନେତ୍ରୀଙ୍କ ମୃତ୍ୟୁ, ୪ ଭୋଜପୁରି ଷ୍ଟାର ସମେତ ୯ ମୃତ

ମୁମ୍ବାଇ: ୱେବ ସିରିଜ ‘ପଞ୍ଚାୟତ ୨’ରେ କାମ କରୁଥିବା ଅଭିନେତ୍ରୀ ଆଞ୍ଚଲ ତିୱାରୀଙ୍କର ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆଞ୍ଚଲ ଭୋଜୁପାରି ଇଣ୍ଡଷ୍ଟ୍ରିରେ ବହୁତ...

ମାଆ ହେବାକୁ ଯାଉଛନ୍ତି ଲୋକପ୍ରିୟ ପଞ୍ଜାବି ସିଙ୍ଗର ସିଦ୍ଧୁ ମୁସଓ୍ବୋଲାଙ୍କ ମାଆ

ଚଣ୍ଡିଗଡ଼,୨୭।୨: ଖୁବଶୀଘ୍ର ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୋସେୱାଲାଙ୍କ ଘରକୁ ଖୁସି ଆସିବାକୁ ଯାଉଛି। ମାର୍ଚ୍ଚରେ ସିଦ୍ଧୁ ମୁସେୱାଲାଙ୍କ ମା’ ଚରଣକୌର ସିଂ ଏକ ସନ୍ତାନ...

ବିମାନବନ୍ଦରରେ ସଲମାନଙ୍କ ସ୍ବାଗ୍‌, ପିଲାଙ୍କ ସହ ମିଳାଇଲେ ହାତ

ମୁମ୍ବାଇ: ଭାଇଜାନ ସଲମାନ ଖାନ ଯୁଆଡେ ଯାଆନ୍ତି, ତାଙ୍କ ପ୍ରଶଂସକମାନେ ତାଙ୍କୁ ଭେଟିବା ପାଇଁ ଏକାଠି ହୋଇଯାନ୍ତି। ସଲମାନ ତାଙ୍କ ପ୍ରଶଂସକଙ୍କୁ କେବେ ବି ନିରାଶ...

ଝିଅକୁ ନେଇ ଲଞ୍ଚ ଡେଟ୍‌ରେ ଗଲେ ବିରାଟ, ଲଣ୍ଡନରେ ବାପା-ଝିଅଙ୍କ ଫଟୋ ଭାଇରାଲ

ଲଣ୍ଡନ, ୨୭।୨: କ୍ରିକେଟର ବିରାଟ କୋହଲି ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଘରେ ଖୁସିର ପରିବେଶ ଅଛି। ନିକଟରେ ଏହି ଅଭିନେତ୍ରୀ...

ପିତାଙ୍କ ଉପଦେଶ ମାନି ସଫଳତା ପାଇଛନ୍ତି ଆୟୁଷ୍ମାନ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ଆୟୁଷ୍ମାନ୍‌ ଖୁରାନା ନିକଟରେ ଏକ ସାକ୍ଷାତ୍‌କାରରେ ନିଜ ଫିଲ୍ମ କ୍ୟାରିୟରକୁ ନେଇ ବିସ୍ତୃତ ମତ ରଖିଥିଲେ। ପିତାଙ୍କ ପରାମର୍ଶ ମାନି ବଲିଉଡ୍‌ରେ ସଫଳତା...

ରବୀନାଙ୍କ ସହ ସେଲ୍‌ଫି ନେବାକୁ ପ୍ରଶଂସକଙ୍କ ଭିଡ଼, ଭିଡିଓ ଦେଖିଲେ…

ମୁମ୍ବାଇ: ୯୦ ଦଶକର ଶ୍ରେଷ୍ଠ ଅଭିନେତ୍ରୀ ରବୀନା ଟଣ୍ଡନଙ୍କ କ୍ରେଜ୍‌ ଆଜି ବି ରହିଛି। ଦୀର୍ଘଦିନ ଧରି ଅଭିନୟରୁ ଦୂରେଇ ରହିବା ପରେ ରବୀନା ଓଟିଟି...

ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ

ମୁମ୍ବାଇ,୨୬।୨: ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ମୁମ୍ବାଇଠାରେ ପରଲୋକ ହୋଇଛି। କିଛିଦିନ ହେବା ଅସୁସ୍ଥ ଥିବା ଏହି ଗଜଲ ଗାୟକଙ୍କର ୭୨ ବର୍ଷ ବୟସରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri