Posted inଜାତୀୟ

ସହମତି ବିନା ଅନଲାଇନ କ୍ଲାସ ପାଇଁ ଶିକ୍ଷାର୍ଥୀଙ୍କୁ ବାଧ୍ୟ କରିପାରିବେ ନାହିଁ କୋଚିଂ ପ୍ରତିଷ୍ଠାନ…

ନୂଆଦିଲ୍ଲୀ,୬।୨ : ଦିଲ୍ଲୀର ଏକ ଉପଭୋକ୍ତା ନିବାରଣ ଆୟୋଗ ଏକ ମେଡିକାଲ କୋଚିଂ ପ୍ରତିଷ୍ଠାନକୁ ଜଣେ ଛାତ୍ର ଦେଇଥିବା ସମସ୍ତ ଅଗ୍ରୀମ କୋର୍ସ ଫି ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ମହାମାରୀ ସମୟରେ କୌଣସି ଶିକ୍ଷାର୍ଥୀଙ୍କୁ ଅନଲାଇନ କ୍ଲାସରେ ଯୋଗଦେବାକୁ ବାଧ୍ୟ କରା ଯାଇପାରିବ ନାହିଁ ବୋଲି ଆୟୋଗ କହିଛନ୍ତି। ଆୟୋଗ କହିଛନ୍ତି,ଏହା ଏକ ନିଶ୍ଚିତ ସତ୍ୟ ଯେ ଅନୁଷ୍ଠାନରେ ଭର୍ତ୍ତି ହୋଇଥିବା ଶିକ୍ଷାର୍ଥୀମାନଙ୍କୁ ଦିଆଯାଇଥିବା କୋଚିଂ ନିଃସନ୍ଦେହରେ ଅଫଲାଇନପାଇଁ ଥିଲା ଏବଂ ଅନଲାଇନ ମୋଡ ପାଇଁ ନୁହେଁ। ମହାମାରୀ ଯୋଗୁ ଏହି ନିଷ୍ପତ୍ତି ଏକ ଏକପାଖିଆ ଥିଲା। ଅଭିଯୋଗକାରୀଙ୍କ ଠାରୁ କୋଚିଂ ପ୍ରତିଷ୍ଠାନ ଦ୍ୱାରା କୌଣସି ସମ୍ମତି ମଗାଯାଇ ନ ଥିଲା। ତେଣୁ, ଅଭିଯୋଗକାରୀଙ୍କ ସହମତି ବିନା ଅଫଲାଇନ ବଦଳରେ ଅନଲାଇନ କ୍ଲାସ ପାଇଁ ବାଧ୍ୟ କରାଯାଇପାରିବ ନାହିଁ।

ଅଭିଯୋଗକାରୀ ଦର୍ଶାଇଛନ୍ତି ଯେ ମେଡିକାଲ ପ୍ରବେଶିକା ପରୀକ୍ଷା, ୨୦୨୧ ପାଇଁ ସାତ ମାସର କୋଚିଂ କ୍ଲାସ (ଫିଜିକାଲ କ୍ଲାସ) ପାଇବାକୁ ସେ କୋଚିଂ ଇନଷ୍ଟିଚ୍ୟୁଟକୁ ଆଗୁଆ ସମ୍ପୂର୍ଣ୍ଣ ଫି ୧,୧୬,୮୨୦ ପ୍ରଦାନ କରିଥିଲେ। ତେବେ, କରୋନା ମହାମାରୀ ଯୋଗୁ ଅଭିଯୋଗକାରୀ ଇନଷ୍ଟିଚ୍ୟୁଟକୁ ଅନୁରୋଧ କରିଥିଲେ ଯେ ସେ ଶାରୀରିକ ଭାବରେ କ୍ଲାସରେ ଯୋଗ ଦେଇ ପାରିବେ ନାହିଁ। ପ୍ରାରମ୍ଭରେ, ଯଦିଓ ଇନଷ୍ଟିଚ୍ୟୁଟ ତାଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ସମସ୍ତ ଅର୍ଥ ଫେରସ୍ତ କରିବାକୁ ରାଜି ହୋଇଥିଲେ, ପରେ ଅନଲାଇନ କ୍ଲାସ ଚୟନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। କିନ୍ତୁ ଇଣ୍ଟରନେଟ ସଂଯୋଗୀକରଣ, ବୈଷୟିକ ଅସୁବିଧା ଏବଂ ତାଙ୍କ ଘରେ ଶିକ୍ଷାଦାନର ଖରାପ ଗୁଣ ଯୋଗୁଁ କିଛି ଦିନ ଅନଲାଇନ କ୍ଲାସରେ ଯୋଗଦେବା ପରେ ଅଭିଯୋଗକାରୀ ଇନଷ୍ଟିଚ୍ୟୁଟକୁ ଜଣାଇଥିଲେ ଯେ ସେ ଅନଲାଇନ କ୍ଲାସରେ ଯୋଗ ଦେଇ ପାରିବେ ନାହିଁ ଏବଂ ପ୍ରଦାନ କରାଯାଇଥିବା ଫି ଫେରସ୍ତ ପାଇଁ ଅନୁରୋଧ କରିଥିଲେ।

ଆୟୋଗ ଦର୍ଶାଇଛନ୍ତି ଯେ ନିରୀହ ଶିକ୍ଷାର୍ଥୀମାନଙ୍କ ଉପରେ ପାଠ୍ୟକ୍ରମର ସମଗ୍ର ଅବଧି ପାଇଁ ଏକଲକ୍ଷ ଟଙ୍କା ଚାର୍ଜ କରି ଗୁଣାତ୍ମକ ଶିକ୍ଷା ପ୍ରଦାନ ନ କରି ଅଭିଯୋଗକାରୀ ଇନଷ୍ଟିଚ୍ୟୁଟକୁ ପକ୍ଷରୁ ହୋଇଥିବା ଅନ୍ୟାୟ ବିଷୟରେ ବାରମ୍ବାର ଅଭିଯୋଗ ହୋଇଛି।

ଉପଭୋକ୍ତା ସୁରକ୍ଷା ଆଇନ, ୧୦୮୬ ର ଧାରା ୨୭ ଅନୁଯାୟୀ ଏଭଳି କ୍ଷେତ୍ରରେ ଜେଲ କିମ୍ବା ଜୋରିମାନା ସହିତ ଦଣ୍ଡିତ ହେବାର ପ୍ରାବଧାନ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ପୁଣି ଗାଁ ମୁହାଁ

ମୁମ୍ବାଇ/ନୂଆଦିଲ୍ଲୀ,୧୦ା୧: ଛଳଛଳ ଆଖି, ଅବଶ ପାଦ। ଲକ୍‌ଡାଉନ୍‌ ଜାରି ହେଲେ ଜୀବିକା ହରାଇବାର ଭୟ। କେବଳ ଜୀବିକା ନୁହେଁ, ସଂକ୍ରମିତ ହୋଇ ଜୀବନ ଯିବାର ଆଶଙ୍କା...

କ୍ୱାରାଣ୍ଟାଇନ୍‌ ପାଇଁ ମୋ ଘରକୁ ବ୍ୟବହାର କରିପାରିବେ ସରକାର: ତେଜସ୍ବୀ

ପାଟନା,୨୩।୩: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ନିଜ ନିଜ ପକ୍ଷରୁ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ସରକାରଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି...

ବୁଷ୍ଟର ଡୋଜ୍‌ ନେବାକୁ ଦେଶ ଛାଡୁଛନ୍ତି ଭାରତୀୟ…

ନୂଆଦିଲ୍ଲୀ,୬।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ର ଆତଙ୍କ ବଢ଼ିବାରେ ଲାଗିଛି। ଏପରିସ୍ଥଳେ ଏକ ରିପୋର୍ଟ ପ୍ରକାଶ ପାଇଛି ଯେ, ଓମିକ୍ରନ୍‌ ଭୟରେ ବହୁ...

୨୦୦ରୁ ଅଧିକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଉପରେ କଡ଼ା ନଜର

ନୂଆଦିଲ୍ଲୀ,୧୬।୨: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦେଶରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। ଏପରିସ୍ଥଳେ ସୁରକ୍ଷା ଏଜେନ୍ସିର କଡ଼ା ନଜର...

ଦେଶମୁଖଙ୍କ ନାଁରେ ମାମଲା ରୁଜୁକଲା ସିବିଆଇ

ନୂଆଦିଲ୍ଲୀ, ୨୫ା୪: ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇସ୍ଥିତ ବାସଭବନ ଆଣ୍ଟିଲିଆ ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡ଼ି ରଖାଯିବା ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମହାରାଷ୍ଟ୍ରର...

ଦୈନିକ ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…

ନୂଆଦିଲ୍ଲୀ, ୨୪।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମିଥିଲେ ମଧ୍‌ୟ ମୃତ୍ୟୁ ସଂଖ୍ୟା ପୁଣି...

ରାତି ୮ଟାରେ ଦେଶକୁ ସମ୍ବୋଧନ କରିବେ ମୋଦି

ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍‌ କରି ଏହି ସୂଚନା ଦିଆଯାଇଛି। ଅନୁମାନ...

ଭୂତ ଭୟରେ ୪୨ ବର୍ଷ ବନ୍ଦଥିଲା ବେଗୁନ୍‌କୋଦର ଷ୍ଟେଶନ

କୋଲକାତା: ଗୋଟିଏ ରେଲ୍‌ଓ୍ବେ ଷ୍ଟେଶନ ସାଧାରଣ ଜଣେ ମହିଳାଙ୍କ ପାଇଁ ଦୀର୍ଘ ୪୨ ବର୍ଷ ଧରି ବନ୍ଦ ରହିବା ଆଶ୍ଚର୍ଯ୍ୟଜନକ। ବିଶ୍ୱାସ ହେଉ ନ ଥିଲେ...

Advertisement
Archives

Model This Week