Posted inଖେଳ

ଚାଞ୍ଚଲ୍ୟକର ଖୁଲାସା, ଏହି ଖେଳାଳି ଛଡାଇ ନେବେ ଋତୁରାଜଙ୍କ ପଦ!

ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ କୋଚିଂ ସେଟଅପ୍‌ରେ ବଡ଼ ପରିବର୍ତ୍ତନ କରିଛି । ଦୀର୍ଘ ସମୟ ଧରି ଦଳର ହେଡ୍ କୋଚ୍ ଥିବା ଷ୍ଟିଫେନ୍ ଫ୍ଲେମିଂଙ୍କ ସ୍ଥାନରେ ଭାରତର ପୂର୍ବତନ ଦ୍ରୁତ ବୋଲର ଜହିର ଖାନଙ୍କୁ ନୂଆ ହେଡ୍ କୋଚ୍ କରାଯାଇଛି ।

ବର୍ତ୍ତମାନର ସଙ୍କେତ ଅନୁସାରେ, CSK ଋତୁରାଜ ଗାଏକ୍ବାଡଙ୍କ ସହ ଆଗକୁ ବଢ଼ିବାର ସମ୍ଭାବନା ରହିଛି। ତେବେ ଦଳରେ ସଞ୍ଜୁ ସାମସନ୍ ଥିବା ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଟ୍ରେଡ୍ ଚର୍ଚ୍ଚା ମଧ୍ୟ ହୋଇଛି। ତେଣୁ IPL ମିନି ଅକ୍ସନ୍ ପୂର୍ବରୁ CSKର କ୍ୟାପ୍ଟେନ୍‌ସିପ ଉପରେ ନଜର ରହିବ। ମହେନ୍ଦ୍ର ସିଂ ଧୋନିଙ୍କ ପରେ ୨୦୨୪ରେ ଋତୁରାଜ ଗାଏକ୍ବାଡଙ୍କୁ CSKର ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା। ପ୍ରଥମ ସିଜନ୍‌ରେ ଦଳ ପ୍ଲେଅଫ୍‌ରେ ପହଞ୍ଚିପାରିନଥିଲା ଏବଂ ପଞ୍ଚମ ସ୍ଥାନରେ ରହିଥିଲା।

୨୦୨୫ ସିଜନ୍‌ରେ ଋତୁରାଜ ମଝି ସିଜନ୍‌ରେ ଆହତ ହେବା ପରେ ଧୋନି ପୁଣି ଅଧିନାୟକ ଦାୟିତ୍ୱ ନେଇଥିଲେ। ତଥାପି CSKର ପ୍ରଦର୍ଶନରେ ବଡ଼ ପରିବର୍ତ୍ତନ ଆସିନଥିଲା ଏବଂ ଦଳ ଶେଷ ସ୍ଥାନରେ ସିଜନ୍ ଶେଷ କରିଥିଲା। ୨୦୨୬ରେ ମଧ୍ୟ ଋତୁରାଜଙ୍କୁ ଅଧିନାୟକ ରଖାଯାଇଥିଲା। କିନ୍ତୁ ଦଳ ପୁଣି ପ୍ଲେଅଫ୍‌ରେ ପହଞ୍ଚିପାରିନଥିଲା ଏବଂ ଅଷ୍ଟମ ସ୍ଥାନରେ ରହିଥିଲା। ଫଳରେ ଋତୁରାଜଙ୍କ ଅଧିନାୟକତ୍ୱରେ ଲଗାତାର ତିନି ସିଜନ୍ CSK ପ୍ଲେଅଫ୍‌ରୁ ବାଦ୍ ପଡ଼ିଛି।

୨୦୨୬ ସିଜନ୍ ପୂର୍ବରୁ CSK ଏକ ବଡ଼ ଟ୍ରେଡ୍ କରି ରବୀନ୍ଦ୍ର ଜାଡେଜାଙ୍କ ବଦଳରେ ରାଜସ୍ଥାନ ରୟାଲ୍ସରୁ ସଞ୍ଜୁ ସାମସନ୍‌ଙ୍କୁ ଦଳରେ ସାମିଲ କରିଥିଲା। ସଞ୍ଜୁ ଦୀର୍ଘ ସମୟ ଧରି ରାଜସ୍ଥାନର ଅଧିନାୟକ ଥିବାରୁ ତାଙ୍କ ଆଗମନ ପରେ CSKର କ୍ୟାପ୍ଟେନ୍‌ସି ବଦଳିବା ନେଇ ଚର୍ଚ୍ଚା ହୋଇଥିଲା। ତେବେ ଟିମ୍ ମ୍ୟାନେଜମେଣ୍ଟ ଋତୁରାଜଙ୍କ ଉପରେ ଭରସା ଜାରି ରଖିଥିଲା। ୨୦୨୬ରେ ସଞ୍ଜୁ ମଧ୍ୟ ଋତୁରାଜଙ୍କ ଅଧିନାୟକତ୍ୱରେ ଖେଳିଥିଲେ।

ଖବର ଅନୁସାରେ, ବର୍ତ୍ତମାନ ଋତୁରାଜଙ୍କୁ କ୍ୟାପ୍ଟେନ୍ ପଦରୁ ହଟାଇବାର ସମ୍ଭାବନା କମ୍ ରହିଛି । ଏହାର ଏକ ପ୍ରମୁଖ କାରଣ ହେଉଛି CSKର ଟିମ୍ କଲ୍ଚର୍। ଋତୁରାଜ ଦୀର୍ଘ ସମୟ ଧରି ଦଳର ଅଂଶ ରହିଥିବାରୁ ଫ୍ରାଞ୍ଚାଇଜିର କାର୍ଯ୍ୟପ୍ରଣାଳୀକୁ ଭଲ ଭାବେ ବୁଝନ୍ତି।ମଇଦାନରେ ଶାନ୍ତ ଓ ସଂଯମୀ ଭାବ ପାଇଁ ମଧ୍ୟ ଋତୁରାଜ ପରିଚିତ। ଗତ ତିନି ସିଜନ୍‌ରେ ଆଶାନୁରୂପ ଫଳ ମିଳିନଥିଲେ ମଧ୍ୟ ଫ୍ରାଞ୍ଚାଇଜି ତାଙ୍କୁ ଭବିଷ୍ୟତର ଅଧିନାୟକ ଭାବେ ପ୍ରସ୍ତୁତ କରୁଥିବାରୁ ଆଉ ଏକ ସୁଯୋଗ ଦେଇପାରେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦଳେଇଗୁଡ଼ା ସ୍କୁଲକୁ ଆକସ୍ମିକ ଗସ୍ତ କଲେ ଅତିରିକ୍ତ ଜିଲ୍ଲାପାଳ, ଯାଞ୍ଚ କଲେ ଖାଦ୍ୟର ଗୁଣବତ୍ତା

ନବରଙ୍ଗପୁର,୨୪।୯(ସଦାଶିବ ପ୍ରହରାଜ ): ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ରଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା, ଖାଦ୍ୟର ଗୁଣବତ୍ତା ଏବଂ ସରକାରୀ ନିର୍ଦ୍ଧାରିତ ମାନଦଣ୍ଡର ଅନୁପାଳନ ସମ୍ପର୍କରେ…

ଲଗାଣବର୍ଷାରେ ଭୁଶୁଡ଼ିଲା ଘର କାନ୍ଥ; ଅଳ୍ପକେ ବର୍ତ୍ତିଲେ ପରିବାର, ବିପନ୍ନଙ୍କୁ ସହାୟତା ଦାବି

ଦିଗପହଣ୍ଡି,୨୪।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଗତ ୪ ଦିନ ବ୍ୟାପି ବର୍ଷା ଲାଗି ରହିଛି । ଫଳରେ ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ…

ପେଟ୍ରୋଲ ପମ୍ପରେ ନୂଆ ନିୟମ! ଦିନକୁ ମିଳିବ ମାତ୍ର ଏତିକି ଲିଟର, ଧାର୍ଯ୍ୟ ହେଲା ଲିମିଟ୍‌

ନୂଆଦିଲ୍ଲୀ,୨୪।୯: ଯଦି ଆପଣଙ୍କ ପାଖରେ ବଡ଼ ଗାଡ଼ି କିମ୍ବା ଡିଜେଲରେ ଚାଲୁଥିବା କମର୍ସିଆଲ ଯାନ ରହିଛି ଏବଂ ନିୟମିତ ଭାବେ ବହୁ ପରିମାଣରେ ଡିଜେଲ ଭରାଇବାକୁ ପଡ଼ୁଛି,…

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?