ସିଗାରେଟ୍‌ କିଣିବା ବାହାନାରେ ମହିଳାଙ୍କ ବେକରୁ ଝାମ୍ପିନେଲେ ସୁନା ଚେନ୍‌,ମଙ୍ଗଳସୂତ୍ର

ରାୟଗଡ଼ା,୬।୨(ସ୍ବ.ପ୍ର): ରାୟଗଡ଼ା ସହରରେ ନିୟମିତ ବ୍ୟବଧାନରେ ଲୁଟ୍‌, ଚୋରି ଦିନକୁ ଦିନ ବଢ଼ିବାରେ ଲାଗିଛି। ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଲୁଟ୍‌ କରୁଛନ୍ତି ଚୋର। ତଥାପି ଚେତୁନି ପୋଲିସ। ପ୍ରତିଦିନ ଏଭଳି ଘଟଣା ଘଟୁଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ଲୁଟେରାଙ୍କୁ ବେଶ ସୁହାଉଛି। ଇତିମଧ୍ୟରେ ଆଜି ଆଉ ଏକ ବଡଧରଣର ଲୁଟ୍‌ ଘଟିଛି। ସହରର ଇନ୍ଦିରା ନଗର ୪ର୍ଥ ଗଳିରେ ଜଣେ ମହିଳାଙ୍କ ବେକରୁ ୭୦ ଗ୍ରାମ ଓଜନର ସୁନା ଚେନ୍‌ ଏବଂ ମଙ୍ଗଳସୂତ୍ର ନେଇଯାଇଛନ୍ତି ଦୁର୍ବୃତ୍ତ। ଇନ୍ଦିରା ନଗର ଚତୁର୍ଥ ଲେନରେ ଭଉଣୀ ଘରକୁ ବୁଲି ଆସୁଥିବା ମହିଳା ତାଙ୍ଗୁଡୁ ରମାମଣିଙ୍କ ଠାରୁ ଏହି ଲୁଟ୍‌ ହୋଇଛି। ମହିଳା ଜଣଙ୍କ ତାଙ୍କ ସାନ ଭଉଣୀ ଭି. ଅରୁଣାଙ୍କ ଘରକୁ ଆସିଥିଲେ। ଦିନ ପ୍ରାୟ ୧୧.୩୦ ସମୟରେ ଘର ସମ୍ମୁଖରେ ଥିବା ଭଉଣୀଙ୍କ ଦୋକାନରେ ବସିଥିଲେ ରମାମଣି। ସେହି ସମୟରେ ତିନି ଜଣ ଲୁଟେରା ଏକ ଧଳା ରଙ୍ଗର ଆପାଚି ବାଇକ୍‌ରେ ଆସି ଦୋକାନରେ ସିଗାରେଟ୍‌ ମାଗିଥିଲେ। ମହିଳା ଜଣଙ୍କ ତଳକୁ ଚାହିଁ ସିଗାରେଟ ବାହାର କରିବା ସମୟରେ ତାଙ୍କ ବେକକୁ ଚାପି ସୁନା ଚେନ୍‌ ଲୁଟି ନେଇଥିଲେ। ଲୁଟ୍‌ ହୋଇଥିବା ସୁନା ଚେନ୍‌ ଓ ମଙ୍ଗଳସୂତ୍ରର ଓଜନ ୭୦ ଗ୍ରାମ ବୋଲି ଜଣାପଡିଛି। ଯାହାର ମୂଲ୍ୟ ୩ ଲକ୍ଷ ୫୯ ହଜାର ଟଙ୍କା ହେବ। ତେବେ ତିନି ଜଣ ଲୁଟେରା ଫେରାର ସମୟର ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରୁଛି। ହେଲେ ଲୁଟେରା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ତେବେ ଏହି ଘଟଣା ରାୟଗଡା ସହରରେ ପୋଲିସର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଲଗାତାର ଭାବେ ଅପରାଧିକ କାର୍ଯ୍ୟକଳାପ ବଢୁଥିବା ବେଳେ ପୋଲିସ କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଉନଥିବା ସାଧାରଣରେ ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ପ୍ରୟାସ

ଖୋର୍ଦ୍ଧା/ବାଲିପାଟଣା,୨୫ା୪(ପ୍ରଭାତ ପାଣିଗ୍ରାହୀ/ଅଭିମନ୍ୟୁ ନାୟକ)ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ଜୟଦେବ ନିର୍ବାଚନମଣ୍ଡଳୀ ଅନୁସୂଚିତ ଜାତି (ଏସ୍‌ସି) ପାଇଁ ସଂରକ୍ଷିତ ରହିଛି। ଗତ ୩ଟି ନିର୍ବାଚନରେ ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri