ଭାରତୀୟ ଅର୍ଥନୀତି ଆଗରେ ବଡ଼ ବିପଦ! PM ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ, ଦେଶରେ ଚହଳ

ନୂଆଦିଲ୍ଲୀ,୨୪।୯: ମୁମ୍ବାଇରେ ଆୟୋଜିତ ଏସ୍‌ବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ବଡ଼ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, କରୋନା ମହାମାରୀଠାରୁ ଆରମ୍ଭ କରି ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ସଙ୍କଟ ପର୍ଯ୍ୟନ୍ତ ଭାରତୀୟ ଅର୍ଥନୀତି ଅନେକ ବଡ଼ ସଙ୍କଟର ସାମ୍ନା କରିବାରେ ସଫଳ ହୋଇଛି। ତେବେ ଏହା ସତ୍ତ୍ୱେ ଦେଶକୁ ସତର୍କ ରହିବାକୁ ପଡ଼ିବ। ମଜଭୁତ ମାକ୍ରୋ-ଇକୋନୋମିକ ଭିତ୍ତି ଥିଲେ ମଧ୍ୟ ଆଗାମୀ ଦିନରେ ଉପୁଜିପାରୁଥିବା ବିପଦ ପ୍ରତି ସଜାଗ ରହିବା ଆବଶ୍ୟକ।

ତାଙ୍କ କହିବା ଅନୁଯାୟୀ, ଭାରତରେ ବ୍ୟାପକ ଆର୍ଥିକ ସ୍ଥିରତା ଏବଂ ନିରନ୍ତର ବିକାଶର ପରିବେଶ ଦେଖାଯାଉଥିଲେ ମଧ୍ୟ ଦେଶ କେବଳ ବିଶ୍ୱ ପରିସ୍ଥିତି ଅନୁକୂଳ ରହିବ ବୋଲି ଭରସା କରି ବସିପାରିବ ନାହିଁ। ଆଗାମୀ ଦିନର ବଡ଼ ବିପଦ ପ୍ରତି ସଚେତନ ରହିବାକୁ ପଡ଼ିବ। ଡ. ମିଶ୍ରା କହିଛନ୍ତି, ଆମେ ଯେଉଁ ବିପଦର ସାମ୍ନା କରୁଛୁ, ବିଶେଷକରି ବିଶ୍ୱସ୍ତରୀୟ ଘଟଣାକ୍ରମରୁ ଉପୁଜୁଥିବା ବିପଦ ପ୍ରତି ସତର୍କ ରହିବା ଆବଶ୍ୟକ। ମେଣ୍ଟ ବା ମେଣ୍ଟଗୁଡ଼ିକ ଭାଙ୍ଗିଯାଉଛି, ସପ୍ଲାଏ ଚେନ୍‌କୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି, ପୁଞ୍ଜି ପ୍ରବାହ ଯେକୌଣସି ସମୟରେ ବନ୍ଦ କିମ୍ବା ଆରମ୍ଭ ହୋଇପାରେ ଏବଂ ବାଣିଜ୍ୟିକ ବାଧା ପୁଣି ବଢ଼ୁଛି। ଆମେ ଅନୁକୂଳ ପରିସ୍ଥିତି ଉପରେ ନିର୍ଭର କରିପାରିବୁ ନାହିଁ।

ଏସବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ  ଭାଷଣ ଦେଇ ସେ ଭାରତରେ ଅଧିକ ଏବଂ ପ୍ରତିଯୋଗିତାମୂଳକ ଭାବେ ଉତ୍ପାଦନ ବଢ଼ାଇବାର ଆବଶ୍ୟକତା ଉପରେ ମଧ୍ୟ ଜୋର ଦେଇଥିଲେ। ସେ କହିଥିଲେ, ଆମର ବାଣିଜ୍ୟିକ ନିଅଣ୍ଟ ଯଥେଷ୍ଟ ଅଧିକ। ତାଙ୍କ ମତରେ ଏହି ଯାତ୍ରା ‘ମେକ ଇନ ଇଣ୍ଡିଆ’ରୁ ଆରମ୍ଭ ହୋଇ ‘ଡିଜାଇନ ଇନ ଇଣ୍ଡିଆ’, ‘ଇନୋଭେଟ ଇନ ଇଣ୍ଡିଆ’ ଏବଂ ପରେ ‘ଲିଡ ଫ୍ରମ ଇଣ୍ଡିଆ’ ପର୍ଯ୍ୟନ୍ତ ଯିବା ଆବଶ୍ୟକ।

ବର୍ତ୍ତମାନ ସମୟରେ ସପ୍ଲାଏ ଚେନ୍‌କୁ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି। ବିଶ୍ୱସ୍ତରରେ ମେଣ୍ଟଗୁଡ଼ିକ ଭାଙ୍ଗିଯାଉଛି ଏବଂ ବିଭିନ୍ନ ଦେଶ ସପ୍ଲାଏ ଚେନ୍‌କୁ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି। ଏହା ଭାରତ ପାଇଁ ବାଣିଜ୍ୟିକ ଅନିଶ୍ଚିତତାକୁ ବଢ଼ାଇଛି। ସାରା ବିଶ୍ୱରେ ଟାରିଫ ସହିତ ନନ-ଟାରିଫ ବାଣିଜ୍ୟିକ ବାଧା ମଧ୍ୟ ପୁଣି ବଢ଼ିବାରେ ଲାଗିଛି। ଏହା ଭାରତୀୟ ରପ୍ତାନି ପାଇଁ ବିଶ୍ୱସ୍ତରୀୟ ସମର୍ଥନକୁ କଠିନ କରିଦେଇଛି।
ପୁଞ୍ଜି ପ୍ରବାହରେ ମଧ୍ୟ ଅନିଶ୍ଚିତତା ରହିଛି। ପ୍ରଧାନ ସଚିବ ପି.କେ. ମିଶ୍ରା ଚେତାବନୀ ଦେଇଛନ୍ତି ଯେ, ବର୍ତ୍ତମାନ ବିଦେଶୀ ପୁଞ୍ଜି ପ୍ରବାହରେ ମଧ୍ୟ ବେଶ ଅସ୍ଥିରତା ଦେଖାଦେଇଛି। ଏହା ଯେକୌଣସି ସମୟରେ ବନ୍ଦ କିମ୍ବା ଆରମ୍ଭ ହୋଇପାରେ। ଏହା ଦେଶର ଆର୍ଥିକ କାରବାରର ସନ୍ତୁଳନକୁ ପ୍ରଭାବିତ କରିପାରେ। ଫଳରେ ଏହାର ପ୍ରଭାବ ଅର୍ଥନୀତି ସହିତ ମୁଦ୍ରା ଉପରେ ମଧ୍ୟ ପଡ଼ିପାରେ।
କୃତ୍ରିମ ବୁଦ୍ଧିମତ୍ତା ବା ଏଆଇକୁ ମଧ୍ୟ ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଦେଖୁଛନ୍ତି ପି.କେ. ମିଶ୍ରା। ସେ କହିଛନ୍ତି ଯେ, ଏଆଇର ପ୍ରକୃତ ପ୍ରଭାବ କ’ଣ ହେବ, ତାହା ଏବେ ସମ୍ପୂର୍ଣ୍ଣ ଭାବେ ଜଣାନାହିଁ। କିନ୍ତୁ ଏହା ଯୋଗୁ ହୋଇପାରୁଥିବା ଯେକୌଣସି ପରିବର୍ତ୍ତନ ପାଇଁ ଭାରତକୁ ପୂର୍ବରୁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ।

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ହେଲେ କୁଣ୍ଡୁଳା ହାଇସ୍କୁଲ ପ୍ରଧାନଶିକ୍ଷକ

ପାଟଣା,୨୪।୯(ବୀର କିଶୋର ଦାଶ): ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ ପ୍ରଧାନଶିକ୍ଷକ । ଏହି ଘଟଣାରେ କେନ୍ଦୁଝର ଜିଲା…

୫ ରାଶିଙ୍କ ଉପରେ ଧନବର୍ଷା କରିବେ ଶନି! ଅକ୍ଟୋବର ପ୍ରଥମ ସସ୍ତାହରୁ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ମିଳିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିପାରେ। ଏହି ପରିବର୍ତ୍ତନ ଯୋଗୁ ବୃଷ, ସିଂହ, ତୁଳା, ମକର…

ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ

ଲକ୍ଷ୍ନୌ,୨୪।୯: ଉତ୍ତରପ୍ରଦେଶର ଅମରୋହାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଏକ ଫାର୍ମହାଉସ୍‌ରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ…

ଦୋକାନ ଭିତରକୁ ମାଡ଼ିଗଲା ମାଲବୋଝେଇ ଟ୍ରଲର: ବାଇକ-ସ୍କୁଟି ଉପରେ…

ଖୋର୍ଦ୍ଧା,୨୪।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଛି ମାଲବୋଝେଇ ଟ୍ରଲର। ଦୁର୍ଘଟଣାରେ…

‘ବୈଭବଙ୍କ ପାଇଁ ମୋ ନିଦ ହଜିଯାଇଥିଲା’, ଏମିତି କାହିଁକି କହିଲେ ଗମ୍ଭୀର? ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏକ ବଡ଼ ଖୁଲାସା କରିଛନ୍ତି। ସଞ୍ଜୁ ସାମସନଙ୍କୁ ଟି-୨୦ ଦଳରୁ ବାଦ ଦେବା ତାଙ୍କ ଏପର୍ଯ୍ୟନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?