ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ଏନେଇ ପ୍ରଥମେ ’ଧରିତ୍ରୀ’ ରେ ଖବର ପ୍ରସାରଣ ପରେ ଗୁରୁବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ବ୍ୟାଙ୍କ କଲୋନୀ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ।
ପରିଦର୍ଶନ ସମୟରେ ସ୍ଥାନୀୟ ବାସିନ୍ଦାମାନେ ଜିଲାପାଳଙ୍କୁ ବିଭିନ୍ନ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ। ଏହାସହ ବ୍ୟାଙ୍କ କଲୋନୀ ଅଞ୍ଚଳରେ ଜମା ହୋଇଥିବା ଅତ୍ୟଧିକ ବର୍ଷାଜଳ ନିଷ୍କାସନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।
ଏହା ପରେ ସେ ଅଗସ୍ତିନୂଆଗାଁ ପରିଦର୍ଶନ କରି ଚାଷୀଙ୍କୁ ବୁଝାଶୁଝା କରିଥିଲେ। ଚାଷ ପାଇଁ ଆବଶ୍ୟକ ପରିମାଣର ପାଣି ଯୋଗାଇ ଦିଆଯିବା ସହ ତାମ୍ପରା ହ୍ରଦରେ ଜମିଥିବା ଅତ୍ୟାଧିକ ବର୍ଷା ଜଳ ନିଷ୍କାସନ କରିବାକୁ ଜଳସେଚନ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Dharitri – Odisha’s No.1 Odia Daily

