ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ଅଣ୍ଡାମାଡ଼: ୩ ଗିରଫ

ପୁରୀ ଅଫିସ,୨୫ା୧୧: ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତବେଳେ ତାଙ୍କ କାରକେଡ୍‌କୁ ଅଣ୍ଡାମାଡ଼ କରିବା ଅଭିଯୋଗରେ ପୁରୀ ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପୁରୀ ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାସ, ପ୍ରଦୀପ ପରିଡ଼ା ଓ ବିଭୂତି ଭୂଷଣ ରଥ। ପୋଲିସ ସେମାନଙ୍କ ବିରୋଧରେ ଆଇପିସି ଧାରା ୨୯୪, ୩୪୧, ୩୫୩, ୩୩୨, ୩୩୬, ୫୦୬ ଓ ନଂ.୩୪/୨୧ରେ ମାମଲା ରୁଜୁ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ଜେଲକୁ ନିଆଯାଇଛି। ଅନ୍ୟପଟେ ଅଭିଯୁକ୍ତ ପୋଲିସ ହେଫାଜତରେ ଥିବାବେଳେ ତାଙ୍କ ସହ ଦୁର୍ବବ୍ୟହାର ସହ ମାରପିଟ୍‌ ହୋଇଥିବା ଅଭିଯୋଗ ଆଣିଛନ୍ତି। ପୋଲିସ ମାଡ଼ରେ ଜୟନ୍ତଙ୍କର କାନ ଫାଟି ଯାଇଛି। ଅଭିଯୁକ୍ତମାନଙ୍କ ଓକିଲ ବିଚାରପତିଙ୍କ ସମ୍ମୁଖରେ ଶରୀରରେ ହୋଇଥିବା କ୍ଷତସ୍ଥାନ ଦେଖାଇଥିବା ବେଳେ ପୋଲିସ କିଭଳି ଅମାନବୀୟ ବ୍ୟବହାର କରିଥିଲା ତାହା ଜଣାଇଥିଲେ। ଏ ନେଇ ଯୁବମୋର୍ଚ୍ଚା ସଭାପତି ଦାଶ କହିଛନ୍ତି, ପ୍ରଥମେ ତାଙ୍କୁ ଘଟଣାସ୍ଥଳରୁ ଉଠାଇ ନେବା ପରେ ପୋଲିସ କୁମ୍ଭାରପଡ଼ା ଥାନାକୁ ନେଇଥିଲେ। ଏହାପରେ ପୁରୀ ସହରର ବିଭିନ୍ନ ଆଇଆଇସି ଓ ପୋଲିସ ଅଧିକାରୀମାନେ ତାଙ୍କୁ ପ୍ଲାଷ୍ଟିକ ପାଇପରେ ମାଡ଼ ମାରିବା ସହ ତାଙ୍କ ସ୍ତ୍ରୀଙ୍କ ନାମରେ ଅଶ୍ଳୀଳ କଥା କହିଥିଲେ। ଏହାକୁ ଜୟନ୍ତ ବିରୋଧ କରିବାରୁ ଅଧିକ ମାଡ଼ ମାରିଥିଲେ। ପରେ ତାଙ୍କୁ ସେଠାରୁ ମେରାଇନ୍‌ ଡ୍ରାଇଭ୍‌ ଓ ପରେ ରାମଚଣ୍ଡୀ ଥାନା ନିଆଯାଇଥିଲା। ଅନ୍ୟପକ୍ଷରେ ଜୟନ୍ତ ଓ ତାଙ୍କ ସହଯୋଗୀଙ୍କ ଗିରଫ ପରେ ପୁରୀ ସହରରେ ଯୁବମୋର୍ଚ୍ଚା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଥିଲା। ଅଠରନଳା ଛକଠାରେ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ରାସ୍ତାରୋକୋ କରାଯାଇଥିବା ବେଳେ ପୁରୀ ଭୁବନେଶ୍ୱର ମୁଖ୍ୟରାସ୍ତାରେ ଚଳାଚଳ ଠପ୍‌ ହୋଇଥିଲା। ସେହିଭଳି କୁମ୍ଭାରପଡ଼ା ଥାନା ସମ୍ମୁଖରେ ଜିଲା ଭାଜପା ସମସ୍ତ ନେତୃବୃନ୍ଦ ଉପସ୍ଥିତ ରହି ଟାୟାର ଜାଳି ରାସ୍ତାରୋକୋ ସହ ଧାରଣା ଦେଇଥିଲେ। ଏହି ଧାରଣାରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଧାୟକ ଲଳିତେନ୍ଦ୍‌ୁ ବିଦ୍ୟାଧର ମହାପାତ୍ର, ପ୍ରଭାତୀ ପରିଡ଼ା, ରବି ମଲ୍ଲିକ, ପ୍ରଭଞ୍ଜନ ମହାପାତ୍ର, ସୁରଥ ବିଶ୍ୱାଲ, ଆଶ୍ରିତ ପଟ୍ଟନାୟକ, ବିରଞ୍ଚ ତ୍ରିପାଠୀ ଓ ଓମପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ତାମିଲନାଡୁ ଗ୍ୟାସ ଦୁର୍ଘଟଣା: ମୃତକଙ୍କ ପରିବାରକୁ ଭେଟିଲା ବିଜେଡି ପ୍ରତିନିଧି ଦଳ, ସରକାରଙ୍କୁ କଡ଼ା ସମାଲୋଚନା

କେନ୍ଦୁଝର, ୯।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା କେନ୍ଦୁଝର ଜିଲ୍ଲାର ୧୫ ଜଣ ଆଦିବାସୀ ଶ୍ରମିକଙ୍କ ପରିବାରକୁ ରାଜ୍ୟ ବିଜୁ ଜନତା ଦଳ…

ଅଡବା ପୋଲିସକୁ ବଡ଼ ସଫଳତା: ୭୨.୫ ଲିଟର ବେଆଇନ ମଦ ଜବତ, ଜଣେ ଗିରଫ

ମୋହନା, ୯।୭(ମନ୍ମଥ ମିଶ୍ର): ଗଜପତି ଜିଲା ଅଡବା ଥାନା ପୋଲିସକୁ ବେଆଇନ ମଦ କାରବାର ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଥାନା ଅନ୍ତର୍ଗତ ପଟୁମା ଗାଁରେ…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri