ଡେପୁଟି କମିଶନର କରାଇଲେ ଶପଥ, ଦିଗପହଣ୍ଡି ଅଞ୍ଚଳରେ…

ଦିଗପହଣ୍ଡି,୧୯।୫(ଅଶେଷ ନାଥ ମିଶ୍ର):  ଆମ ଗାଁ ସ୍ବଚ୍ଛ ଓ ପରିବେଶକୁ ସୁରକ୍ଷିତ ରଖି ଗଞ୍ଜାମ ଜିଲାକୁ ଏକ ସୁନ୍ଦର , ସ୍ବଚ୍ଛ ଓ ଆଦର୍ଶ ଜିଲା ରେ ପରିଣତ କରିବା ଉଦ୍ଦେଶ୍ୟରେ ମଙ୍ଗଳବାର ଠାରୁ ଗଞ୍ଜାମ ଜିଲାପାଳ ଙ୍କ ନିର୍ଦ୍ଦେଶକ୍ରମେ  ପ୍ରତ୍ୟେକ ବ୍ଳକ ଏବଂ ପଞ୍ଚାୟତ ମାନଙ୍କରେ ଆମ ଗଞ୍ଜାମ ସ୍ବଚ୍ଛ ଗଞ୍ଜାମ ଅଭିଯାନରେ ସଫେଇ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି । ମଙ୍ଗଳବାର ସକାଳୁ ଦିଗପହଣ୍ଡି ବ୍ଳକର ୨୫ ଟି ପଞ୍ଚାୟତରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ସିଦ୍ଧେଶ୍ୱର ପଞ୍ଚାୟତ ଗଣେଶ୍ୱରପୁର ଗଣିଆନାଳ ଛକ ରେ ବ୍ରହ୍ମପୁର ମହାନଗର ନିଗମର ଡେପୁଟି କମିଶନର କଲ୍ୟାଣୀ ସଂଘମିତ୍ରା ଦେବୀଙ୍କ ନେତୃତ୍ୱରେ  ବିଡ଼ିଓ ଅନାମିକା ପାଣ୍ଡେ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ଇଂ . ଭୀମା ରାଓ , ସ୍ଥାନୀୟ ସରପଞ୍ଚ ବିଜୟ କୁମାର ପ୍ରଧାନ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଦାସ, ବିଆରସି ନାଗେଶ୍ଵର ମହାନାୟକ, ଯୋଗାଣ ସହାୟକ ରାକେଶ ସାହୁ, ୱାର୍ଡ ମେମ୍ବର ସୁଶାନ୍ତ ସ୍ବାଇଁ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ରାସ୍ତାଘାଟ ସଫେଇ କରିଥିଲେ । ପ୍ଲାଷ୍ଟିକ ସାମଗ୍ରୀ ବ୍ଯବହାର କମାଇବା , ଆବର୍ଜନା ଏଣେତେଣେ ଫୋପାଡିବା ନାହିଁ, ଜଳସ୍ରୋତ ଓ ପରିବେଶକୁ ସୁରକ୍ଷା , ସ୍ବଚ୍ଛତାକୁ ଦୈନନ୍ଦିନ ଅଭ୍ୟାସରେ ପରିଣତ କରିବା ନେଇ ଲୋକଙ୍କୁ ସଚେତନ କରାଯାଇଥିଲା ।  ପ୍ରତ୍ୟେକ ମଙ୍ଗଳବାର  ଗାଁ ପରିବେଶକୁ ସୁରକ୍ଷିତ କରିବା ସକାଶେ ସାହି , ରାସ୍ତା , ପୋଖରୀ , ବିଦ୍ୟାଳୟ ଏବଂ ସାର୍ବଜନୀନ ସ୍ଥାନକୁ ସ୍ବଚ୍ଛ ରଖିବା ନେଇ ଉପସ୍ଥିତ ଗ୍ରାମବାସୀ ,କର୍ମଚାରୀ ବୃନ୍ଦ ଙ୍କୁ ଡେପୁଟି କମିଶନର  ସାମୁହିକ ଶପଥ ପାଠ କରାଇବା ପରେ ବିଭିନ୍ନ ସ୍ଥାନ କୁ ସଫେଇ କରାଯାଇଥିଲା।  ଏହି ଅଭିଯାନରେ ପଞ୍ଚାୟତର ଅଙ୍ଗନୱାଡ଼ି , ଆଶାକର୍ମୀ , ସ୍ବୟଂ ସହାୟିକା ମହିଳା ଗୋଷ୍ଠୀ , ସଫେଇ କର୍ମଚାରୀ , ସିଆରପି , ଏମବିକେ ସଭ୍ୟା ସଭ୍ୟ ସାମିଲ ହୋଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?