ବିପଦସଙ୍କୁଳ ଶ୍ରେଣୀଗୃହ, ମୁହଁ ମୋଡୁଛନ୍ତି ଛାତ୍ରୀଛାତ୍ର

ଭବାନୀପାଟଣା,୨୦ା୮(ଉତ୍ତମ କୁମାର ଦାଶ):ଓଡ଼ିଶା ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ୨୦୧୪ରେ ରାଜ୍ୟର ସମସ୍ତ ଅସୁରକ୍ଷିତ ଓ ପରିତ୍ୟକ୍ତ ସ୍କୁଲ କୋଠା ଚିହ୍ନଟ କରି ସେଗୁଡ଼ିକୁ ତୁରନ୍ତ ଭାଙ୍ଗିବା ପାଇଁ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ପ୍ରାଥମିକ ସ୍କୁଲର କୋମଳମତି ଶିଶୁମାନଙ୍କ ସୁରକ୍ଷା ନିଶ୍ଚିତ ସହ ବିପଦମୁକ୍ତ ପରିବେଶରେ ଶିକ୍ଷାଦାନ କରିବା। ତେବେ ଏହି ନିର୍ଦ୍ଦେଶର ୧୨ ବର୍ଷ ପରେ ବି ଏଥିରେ କୌଣସି ସୁଧାର ଆସି ନ ଥିବା ପରିଲକ୍ଷିତ ହେଉଛି। ଏବେ ବି ରାଜ୍ୟର ବିଭିନ୍ନ ଜିଲାରେ ବିପଦସଙ୍କୁଳ କୋଠା ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ କରାଯାଉଛି। କଳାହାଣ୍ଡି ଜିଲାର ଅନେକ ସ୍କୁଲରେ ଏଭଳି ଅବସ୍ଥା ଦେଖିବାକୁ ମିଳିଥିବାବେଳେ ଜୁନାଗଡ଼ ବ୍ଲକର କର୍ଲାକୋଟ ପ୍ରାଥମିକ ବିଦ୍ୟାଳୟ ଏହାର ଜ୍ୱଳନ୍ତ ଉଦାହରଣ ପାଲଟିଛି।
କର୍ଲାକୋଟ ପ୍ରାଥମିକ ବିଦ୍ୟାଳୟ ୧୯୯୫ ମସିହାରେ ସ୍ଥାପନ ହୋଇଥିଲା। କାଳକ୍ରମେ ମରାମତି ଅଭାବରୁ ଶ୍ରେଣୀଗୃହ ଦୁର୍ବଳ ହେବା ସହ ବିପଦସଙ୍କୁଳ ଅବସ୍ଥାକୁ ଚାଲି ଆସଛି। ବର୍ତ୍ତମାନ ଯେଉଁ ଗୃହରେ ପାଠ ପଢ଼ାଯାଉଛି ତାହା ଅତ୍ୟନ୍ତ ଦୟନୀୟ ଓ ବିପଦସଙ୍କୁଳ ଅବସ୍ଥାରେ ରହିଛି। ବିଶେଷ କରି ବର୍ଷା ସମୟରେ ଅଭିଭାବକମାନେ ସୁରକ୍ଷା ଦୃଷ୍ଟିରୁ ପିଲାଙ୍କୁ ସ୍କୁଲ ଛାଡୁନାହାନ୍ତି। ସ୍କୁଲରେ ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ଯାଏ ୪୪ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବାବେଳେ ସେମାନଙ୍କୁ ଶିକ୍ଷାଦାନ କରିବା ପାଇଁ ୨ ଜଣ ଶିକ୍ଷକ ରହିଛନ୍ତି। ମଙ୍ଗଳବାର ବର୍ଷା ହେଉଥିବାରୁ ସ୍କୁଲକୁ ମାତ୍ର ୩ ଜଣ ଛାତ୍ର ଆସିଥିବା ଦେଖିବାକୁ ମିଳିଥିଲା। ବିପଦସଙ୍କୁଳ କୋଠା ପାଇଁ ସ୍କୁଲକୁ ଛାତ୍ରୀଛାତ୍ର ଆସିବାକୁ ମୁହଁ ମୋଡୁଛନ୍ତି। ଫଳରେ ସରକାରଙ୍କ ଆସ ଆମେ ସ୍କୁଲ ଯିବା ଅଭିଯାନ ଏଠାରେ ବାଟବଣା ହୋଇଥିବା କୁହାଯାଉଛି।

ଅନ୍ୟପଟେ ସ୍କୁଲରେ ଗୋଟିଏ ମାତ୍ର ଶୌଚାଳୟ ରହିଥିବାବେଳେ ଏହାକୁ ଉଭୟ ଝିଅ ଓ ପୁଅ ବ୍ୟବହାର କରିଥାନ୍ତି। ସ୍କୁଲ ପରିସରରେ ଥିବା ନଳକୂପରୁ ପାଣି ଆଣି ୱାଟର ପ୍ୟୁରିଫାୟର (ଜଳ ବିଶୋଧନ) ଯନ୍ତ୍ରରେ ରଖାଯାଏ। ସେହି ପାଣିକୁ ପ୍ରତିଦିନ ଛାତ୍ରୀଛାତ୍ର, ଶିକ୍ଷକ ବ୍ୟବହାର କରିଥାନ୍ତି। ସ୍କୁଲ ପରିବେଶ ଖରାଦିନେ ଏକପ୍ରକାର ଭଲ ରହୁଥିବାବେଳେ ବର୍ଷାଦିନେ ଅବସ୍ଥା ଶୋଚନୀୟ ହୋଇପଡ଼ୁଛି। ବର୍ଷା ପାଣି ସ୍କୁଲ ସମ୍ମୁଖରେ ଜମି ଚାରିଆଡ଼େ କାଦୁଅ ଓ ସନ୍ତସନ୍ତିଆ ହୋଇ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି।

୨୦୨୪ରେ ସ୍କୁଲର କିଛି ଦୂରରେ ଏକ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ ଆରମ୍ଭ ହୋଇଥିବାବେଳେ ତାହା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଏନେଇ ସ୍କୁଲର ପଞ୍ଚମଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ର କହିଛନ୍ତି, ପୂର୍ବରୁ ସ୍କୁଲକୁ ବହୁ ଛାତ୍ରୀଛାତ୍ର ଆସୁଥିଲେ। ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଥିବାରୁ କେହି ପଢ଼ିବାକୁ ଆସୁନାହାନ୍ତି। ସରକାର ଶୀଘ୍ର ଆମ ସ୍କୁଲର କୋଠା ନିର୍ମାଣ କରି ଦିଅନ୍ତୁ ବୋଲି ଛାତ୍ର ଜଣଙ୍କ କହିଥିଲେ। ସ୍କୁଲର ପ୍ରଧାନଶିକ୍ଷକ ସୁନୀଲ ମେହେରଙ୍କୁ ପଚାରିବାରୁ ସ୍କୁଲ ବିପଦପୂର୍ଣ୍ଣ ଥିବା କଥା ସମସ୍ତେ ଜାଣିଛନ୍ତି। ହେଲେ କେହି ପଦକ୍ଷେପ ନେଉ ନାହାନ୍ତି। ଫଳରେ ଅନ୍ୟ କିଛି ଉପାୟ ନ ପାଇ ଏମିତି ଛାତ୍ରୀଛାତ୍ରଙ୍କୁ ବସାଇ ପାଠ ପଢ଼ାଯାଉଛି। ସ୍କୁଲର ଅତିରିକ୍ତ ଶ୍ରେଣୀ କୋଠା ନିର୍ମାଣ ଶେଷ ହେବା ପରେ କିଛିଟା ଆଶ୍ବସ୍ତି ମିଳିବ ବୋଲି କହିଥିଲେ।

ଜୁନାଗଡ଼ ବ୍ଲକ ଶିକ୍ଷା ଅଧିକାରୀ ତପନ ମାଝୀଙ୍କୁ ପଚାରିବାରୁ ସ୍କୁଲର ଏହି ସମସ୍ୟା ପ୍ରତି ସେ ଅବଗତ ଅଛନ୍ତି। ଅତିରିକ୍ତ କୋଠା ନିର୍ମାଣ ସମ୍ପର୍କରେ ବିଡିଓଙ୍କ ସହ କଥା ହେବେ ବୋଲି ସେ କହିଥିଲେ। ଜୁନାଗଡ଼ ବିଡିଓ ଦେବାଶିଷ କରଙ୍କୁ ପଚାରିବାରୁ ଉକ୍ତ ଶ୍ରେଣୀଗୃହ କୋଠା ସମ୍ପୂର୍ଣ୍ଣ କରିବାକୁ ଖୁବ୍‌ଶୀଘ୍ର ଅନୁଦାନ ଦିଆଯିବ ବୋଲି କହିଥିଲେ। ଏ ନେଇ ସ୍କୁଲ ପରିଚାଳନା କମିଟି ସଭାପତି ବିଜୟ ବିଶିଙ୍କୁ ପଚାରିବାରୁ ସ୍କୁଲର ସମସ୍ୟା ନେଇ ପୂର୍ବରୁ ବିଡିଓଙ୍କୁ ଭେଟିଥିଲୁ। ଏହାସତ୍ତ୍ୱେ ମଧ୍ୟ ସମାଧାନ ହୋଇନାହିଁ। ଯଦି ପ୍ରଶାସନ କିମ୍ବା ସରକାର ନ ଶୁଣନ୍ତି ତା’ହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବୁ ବୋଲି ବିଶି କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?