ପରଘର ବାରଣ୍ଡାରେ ଚାଲିଛି ପାଠପଢ଼ା: ଅନ୍ଧକାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼,୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଅନେକ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଅବସ୍ଥାରେ ରହିଛି। ଫଳରେ ସେଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି। ମୋହନପଡ଼ା ପ୍ରାଥମିକ ବିଦ୍ୟାଳୟ ଏହାର ଏକ ଜ୍ୱଳନ୍ତ ଉଦାହରଣ। ୨୦୦୦ ମସିହାରେ ସ୍ଥାପିତ ଏହି ବିଦ୍ୟାଳୟର କୋଠା ଏବେ ବିପଦସଙ୍କୁଳ ଥିବାରୁ ପ୍ରାୟ ବର୍ଷେ ହେଲା ଗ୍ରାମର ଅନ୍ୟ ଜଣଙ୍କ ଘର ବାରଣ୍ଡାରେ ପାଠପଢ଼ା ଚାଲିଛି। ବର୍ତ୍ତମାନ ୨ ଜଣ ଶିକ୍ଷକ ଥିବାବେଳେ ଶିଶୁବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୧୫ ଛାତ୍ରୀଛାତ୍ର ରହିଛନ୍ତି। ବିଦ୍ୟାଳୟର ଶ୍ରେଣୀଗୃହ ବ୍ୟବହାରଯୋଗ୍ୟ ନ ଥିବାରୁ ପିଲାମାନେ ଅନ୍ୟତ୍ର ପଢ଼ିବାକୁ ବାଧ୍ୟ ହେଉଛନ୍ତି। ଫଳରେ ସ୍କୁଲରେ ଧୀରେ ଧୀରେ ପିଲାଙ୍କ ସଂଖ୍ୟା କମିବାରେ ଲାଗିଛି। ପୂର୍ବରୁ ୪୫ ଛାତ୍ରୀଛାତ୍ର ଏଠାରେ ପଢ଼ୁଥିବାବେଳେ ବର୍ତ୍ତମାନ ତାହା ୧୫ରେ ପହଞ୍ଚତ୍ଲାଣି। ସାଧାରଣ ଦିନରେ ବାରଣ୍ଡାରେ ବସି ପାଠପଢ଼ା ସମ୍ଭବ ହେଉଥିଲେ ମଧ୍ୟ ବର୍ଷାଦିନେ ସମସ୍ୟା ବଢ଼ିଯାଉଛି। ବର୍ଷାପାଣି ପଡୁଥିବାରୁ ତାରପୋଲିନ ଟାଣି ପିଲାଙ୍କୁ ପାଠ ପଢ଼ାଇବାକୁ ପଡ଼ୁଛି। ଛୋଟ ପିଲାଙ୍କ ପାଇଁ ଏଭଳି ପରିବେଶରେ ପାଠ ପଢ଼ିବା କଷ୍ଟକର ହେଉଛି। ପ୍ରାୟ ବର୍ଷେ ହେଲା ଏଭଳି ଅସ୍ଥାୟୀ ବ୍ୟବସ୍ଥାରେ ପାଠପଢ଼ା ଚାଲିଆସୁଛି। ଶିକ୍ଷକମାନଙ୍କ ପାଇଁ ମଧ୍ୟ ବାରଣ୍ଡାରେ ନିୟମିତ ଶିକ୍ଷାଦାନ କରିବା ସହଜ ହେଉନାହିଁ। ବିଦ୍ୟାଳୟ ପରିସରରେ ଶୌଚାଳୟ ଓ ପିଇବା ପାଣି ବ୍ୟବସ୍ଥା ନାହିଁ। ପିଲାମାନେ ଶୌଚ ପାଇଁ ବାହାରକୁ ଯାଉଥିବାବେଳେ ପାଣି ପାଇଁ ମଧ୍ୟ ନିକଟସ୍ଥ ନଳକୂପକୁ ଯିବାକୁ ପଡ଼ୁଛି। ବିଇଓଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ୨୦୨୫ ଡିସେମ୍ବରରେ ୧୮.୩୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ହେଲେ ଏଯାବତ୍‌ ଉକ୍ତ ଅର୍ଥରେ ବିଦ୍ୟାଳୟର ନୂତନ ଗୃହ ନିର୍ମାଣ କାମ ଆରମ୍ଭ ହୋଇନାହିଁ, ଯାହାକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏନେଇ ସ୍କୁଲର ଜଣେ ଛାତ୍ରୀ କହିଛନ୍ତି, ଆମେ ବହୁତ ଅସୁବିଧାରେ ପଢ଼ୁଛୁ। ଶୀଘ୍ର ସ୍କୁଲ ଗୃହ ତିଆରି କରାଯାଉ। ପ୍ରଧାନ ଶିକ୍ଷୟିତ୍ରୀ ରେଶ୍ମାମଞ୍ଜରୀ ସିଂହ ଏବଂ ସ୍କୁଲ କମିଟି ସଭାପତି କୈକେୟୀ ନାଏକ କହିଛନ୍ତି, ଦୀର୍ଘଦିନ ଧରି ସ୍କୁଲ ଗୃହ ନିର୍ମାଣ ପାଇଁ ଅଭିଯୋଗ କରିଆସୁଛୁ। ନୂଆ ଘର ନିର୍ମାଣ ହେଲେ ପିଲାମାନଙ୍କ ପାଠପଢ଼ାରେ ଆଉ ଅସୁବିଧା ରହିବ ନାହିଁ। ସେହିପରି ଜୁନାଗଡ଼ ବିଇଓ ତପନ ମାଝୀ କହିଛନ୍ତି, ବର୍ତ୍ତମାନ ସ୍କୁଲ ଗୃହ ବନ୍ଦ ରହିଛି। ନୂତନ ଗୃହ ନିର୍ମାଣ ପାଇଁ ଅର୍ଥ ବରାଦ ହୋଇସାରିଛି। ଜୁନାଗଡ଼ ବିଡିଓ ଦେବାଶିଷ କରଙ୍କୁ ପଚାରିବାରୁ ଟେଣ୍ଡର ପ୍ରକ୍ରିୟା ସରିଛି, ଖୁବ୍‌ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?