ଧାନ ବୁଣିବାକୁ କେନ୍ଦ୍ର କରି ଗୋଷ୍ଠି ସଂଘର୍ଷ

ଲୋଇସିଂହା,୨୦।୬: ବଲାଙ୍ଗୀର ଜିଲା ଲୋଇସିଂହା ଥାନା କୁଟୁରାପାଲି ଗ୍ରାମରେ ପୈତୃକ ଜମି ବିବାଦକୁ କେନ୍ଦ୍ର କରି ରବିବାର ଦୁଇପକ୍ଷ ମଧ୍ୟରେ ମାରପିଟରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ପ୍ରସନ୍ନ ବାଗ(୪୨)। ଏଥିରେ ଉଭୟ ପକ୍ଷର ଅନ୍ୟ ୭ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ଦଶରଥ ବାଗ ଓ କସରତ ବାଗଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଲୋଇସିଂହା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

ପୋଲିସ ସୂଚନା ମୁତାବକ, ସକମା ପଞ୍ଚାୟତ ଅଧୀନ କୁଟୁରାପାଲି ଗ୍ରାମର ଅଇଁଠୁ ବାଗ, ନରସିଂହ ବାଗ, ଭରତ ବାଗ ଓ ଅଶ୍ୱିନୀ ବାଗ ରବିବାର ସକାଳେ ଟାଙ୍ଗର ଜମି(ଖେତ)କୁ ଧାନ ବୁଣି ଯାଇଥିଲେ। ତେବେ ବିବାଦୀୟ ଥିବା ଉକ୍ତ ଜମିରେ ଧାନ ନ ବୁଣିବାକୁ ପ୍ରସନ୍ନ ବାଗ, ଦଶରଥ ବାଗ, କସରତ ବାଗ ବାରଣ କରିଥିଲେ  । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା। ପରେ ଏହା ଉଗ୍ରରୂପ ନେଇଥିଲା  । ଠେଙ୍ଗାବାଡି, ଟାଙ୍ଗିଆରେ ଗୋଟିଏ ପକ୍ଷ ଅନ୍ୟ ପକ୍ଷକୁ ଆକ୍ରମଣ କରିଥିଲେ। ଏଥିରେ ଘଟଣାସ୍ଥଳରେ ପ୍ରସନ୍ନଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତକଙ୍କ ପରିବାରର ଦଶରଥ, କସରତ ଓ ସୁନୀଲ ଗୁରୁତର ହୋଇଥିଲେ  । ଅପରପକ୍ଷର ଅଇଁଠୁ, ନରସିଂହ, ଭରତ ଓ ଅଶ୍ୱିନୀ ମଧ୍ୟ ଆହତ ହୋଇଛନ୍ତି। ଖବର ପାଇ ଡିଏସ୍‌ପି ଅମରତ କୁମାର ପଣ୍ଡା, ଆଇଆଇସି ରମାକାନ୍ତ ଜେନା ଓ ଷ୍ଟାଫ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତନାଘନା କରିଥିଲେ। ପୋଲିସ ସେଠାରୁ ଟାଙ୍ଗିଆ, ଠେଙ୍ଗା ଜବତ କରିଛି। ଆହତଙ୍କୁ ଚିକିତ୍ସା ପାଇଁ ଲୋଇସିଂହା ଡାକ୍ତରଖାନା ପଠାଯାଇଛି। ମୃତ ପ୍ରସନ୍ନଙ୍କ ପୁତୁରା ଆକାଶ ବାଗଙ୍କ ଲିଖିତ ଅଭିଯୋଗକ୍ରମେ ଥାନାରେ ଏକ ମାମଲା(ନଂ. ୧୭୫/୨୧)ରୁଜୁ ହୋଇଛି। ଅପରପକ୍ଷର ରାମପ୍ରସାଦଙ୍କ ଅଭିଯୋଗକ୍ରମେ ଥାନାରେ (ନଂ.୧୭୬/୨୧)ରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri