Posted inଜାତୀୟ

ବର୍ଷାରେ ଉବୁଟୁବୁ ସହର: ଦେଶର ୫୬ ପ୍ରତିଶତ ସହରରେ ସ୍ବିରେଜ ବ୍ୟବସ୍ଥା ଖରାପ

ନୂଆଦିଲ୍ଲୀ, ୩୧।୮: ବର୍ଷା ହେଲେ ଦେଶର ବହୁ ସହରର ଅବସ୍ଥା ଖରାପ ହୋଇଯାଇଥାଏ। କେତେକ ସହରରେ ଉବୁଟୁବୁ ସ୍ଥିତି ଦେଖାଦେଇଥାଏ। ଏକ ପ୍ରକାଶିତ ରିପୋର୍ଟ ଅନୁସାରେ ଦେଶର ୫୬.୪ ସହରରେ ସ୍ବିରେଜ ବ୍ୟବସ୍ଥା ଅତି ଖରାପ ଅବସ୍ଥାରେ ରହିଛି। ବହୁ ସ୍ମାର୍ଟ ସିଟିରେ ଡ୍ରେନେଜ୍‌ ବ୍ୟବସ୍ଥା ଅତି ଖରାପ ରହିଛି। ସେହିପରି ୪୫୦୦ ସହର ଅଞ୍ଚଳରେ ଡ୍ରେନେଜ୍‌ ପ୍ରଣାଳୀରେ ବର୍ତ୍ତମାନ ସୁଦ୍ଧା ସୁଧାର ଆସି ପାରିନାହିଁ। ଉତ୍ତରପ୍ରଦେଶର ୩୦ ପ୍ରତିଶତ ସହର ଅଞ୍ଚଳରେ ସ୍ବିରେଜ୍‌ ଲାଇନ୍‌ ରହିଛି। ସେହିପରି ବିହାରରେ ୧୩ ପ୍ରତିଶତ ଅଞ୍ଚଳରେ ସ୍ବିରେଜ ଟ୍ରିଟ୍‌ମେଣ୍ଟ୍‌ ପ୍ରଣାଳୀ ଅଛି। ଭାରତରେ ୮୦ ପ୍ରତିଶତ ସ୍ବିରେଜ୍‌ ଲାଇନ୍‌ରେ କେବଳ ମଳମୂତ୍ର ନିଷ୍କାସିତ ହୋଇ ନଦୀରେ ମିଶିଥାଏ। ଏହା ଦ୍ୱାରା ନଦୀଜଳ ପ୍ରଦୂଷିତ ହୋଇଥାଏ। ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶର ବହୁ ଅଞ୍ଚଳରେ ସ୍ବିରେଜ୍‌ ବ୍ୟବସ୍ଥା ଅତି ଖରାପ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଦିଲ୍ଲୀରୁ ପ୍ରତିଦିନ ବାହାରୁ ଥିବା ୩ ହଜାର ୨୬୮ ନିୟୁତ ଲିଟର ସ୍ବିରେଜରୁ କେବଳ ୨ ହଜାର ୫୬୦ ନିୟୁତ ଲିଟରର ଟ୍ରିଟ୍‌ମେଣ୍ଟ୍‌ କରାଯାଇଥାଏ। ଉତ୍ତରାଖଣ୍ଡରେ ୧୦ ପ୍ରତିଶତ ସ୍ବିରେଜର ଟ୍ରିଟ୍‌ମେଣ୍ଟ ହୋଇଥାଏ। ସ୍ବଚ୍ଛ ସହର ଇନ୍ଦୋରର ଏକ ତୃତୀୟାଂଶ ଓ୍ବାର୍ଡରେ ସ୍ବିରେଜ୍‌ ଲାଇନ୍‌ ରହିଛି। ସେହିପରି ଲକ୍ଷ୍ନୌ ଏକ ପୁରୁଣା ସହର ହୋଇଥିବାରୁ ଏଠାରେ ଆଧୁନିକ ସ୍ବିରେଜ୍‌ ବ୍ୟବସ୍ଥାର ଅଭାବ ରହିଛି। ବାରାଣସୀରେ ୧୫୯୬ କିମି ସ୍ବିରେଜ୍‌ ଲାଇନ୍‌ର ଆବଶ୍ୟକତା ଥିବାବେଳେ ୮୦୫ କିମି ଲାଇନ୍‌ ପକାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ରାହୁଲ ଗାନ୍ଧୀଙ୍କୁ ହିମନ୍ତ ବିଶ୍ବ ଶର୍ମାଙ୍କ ଅଲ୍ଟିମେଟମ୍, କହିଲେ ବଙ୍କା କରିପାରିବେନି….

ନୂଆଦିଲ୍ଲୀ,୭।୧୦: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା ବଡ଼ ବୟାନ ଦେଇଛନ୍ତି । ବୁଧବାର ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ…

ରାଜଧାନୀରେ ଭୁଶୁଡ଼ିଲା ୫ ମହଲା ବିଲ୍ଡିଂ, ମୃତ୍ୟୁ ସଂଖ୍ୟା….

ନୂଆଦିଲ୍ଲୀ,୭।୧୦: ଉତ୍ତର-ପୂର୍ବ ଦିଲ୍ଲୀର ସୀମାପୁରୀରେ ଏକ ୫ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଛି । ତେବେ ଏହି ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଏବେ…

ଚଳନ୍ତା ଟ୍ରେନରୁ ହଠାତ୍ ଡ଼େଇଁ ପଡ଼ିଲେ ଏକାଧିକ ଯାତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୭।୧୦: ଉତ୍ତରପ୍ରଦେଶର ବାରାବଙ୍କିରୁ ସାମ୍ନାକୁ ଆସିଛି ଚକିତ କରିଦେବା ଭଳି ଭିଡିଓ । ଚଳନ୍ତା ଟ୍ରେନରୁ ଡେଇଁ ଯାତ୍ରୀମାନେ ଦୌଡ଼ି ପଳାଉଥିବାର ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ…

ପଶ୍ଚିମବଙ୍ଗ ରାଜନୀତିରେ ହଲଚଲ: ମିଥୁନ୍ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ଼ ଦାୟିତ୍ବ, କ୍ୟାବିନେଟ୍….

କୋଲକାତା,୭।୧୦: ପଶ୍ଚିମବଙ୍ଗ ସରକାରରେ ଅଭିନେତା ତଥା ଭାଜପା ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ବ ମିଳିଛି । ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସରକାର ମିଥୁନଙ୍କୁ ସୂଚନା ଓ…

ଆଡଭାନୀଙ୍କୁ ବାସଭବନରେ ସାକ୍ଷାତ କଲେ ମୋଦି, କହିଲେ….

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ଏହି ଅବସରରେ ବୁଧବାର ଭାଜପାର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ତାଙ୍କ ବାସଭବନରେ…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?