ଗୋଟିଏ ଡୋଜ୍‌ରେ ଭଲ ହେବନାହିଁ କରୋନା ଭାଇରସ !

ନୂଆଦିଲ୍ଲୀ,୩୧।୮: କରୋନା ଭାଇରସ ମହାମାରୀର ରୂପ ନେଇଥିବା ବେଳେ ପ୍ରତିଦିନ ସାରା ବିଶ୍ୱରେ ଏହି ମହାମାରୀର ଶିକାର ହୋଇ ହଜାର ହଜାର ଜନତାଙ୍କ ଜୀବନ ଯାଉଛି। ହେଲେ ଏଥିରୁ ମୁକ୍ତି ପାଇବାକୁ ବିଶେଷଜ୍ଞମାନେ ଦିନରାତି ଏକାଠି କରି ସାରିଲେଣି। ଏବେ ଏହାକୁ ନେଇ ଆମେରିକାର ବିଶେଷଜ୍ଞମାନେ କହିଛନ୍ତି ଗୋଟିଏ ଡୋଜ୍‌ କରୋନା ଟିକାରେ ଏହା ସମ୍ପୂର୍ଣ୍ଣ ଭାବେ ଠିକ୍‌ ହେବନାହିଁ। ଜଣକୁ ଅତିକମ୍‌ରେ ୨ ଡୋଜର ଆବଶ୍ୟକତା ପଡିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। କରୋନା ଭାଇରସ ଭଳି ଏକ ଅଦୃଶ୍ୟ ଶକ୍ତି ସହ ଲଢିବାକୁ ହେଲେ ଏବେ ସାରା ବିଶ୍ୱରେ ପିପିଇ କିଟ୍‌, ଟେଷ୍ଟିଙ୍ଗ କିଟ୍‌ ଆଦି ନିଅଣ୍ଟ ପଡୁଥିବା ବେଳେ ଭ୍ୟାକ୍ସିନ ବା ଟିକାର ୨ ଡୋଜ ମିଳିବା କଷ୍ଟକର ହେବ ବୋଲି କୁହାଯାଉଛି। ଏହାସହ ଅନେକେ ଏହାର ପ୍ରଭାବକୁ ଭୟ କରି ଟିକା ନ ନେଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ତେଣୁ କରୋନା ଭ୍ୟାକ୍ସିନେଶନ ବଡ ଚ୍ୟାଲେଞ୍ଜ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହା ମାନବ ଇତିହାସରେ ସବୁଠାରୁ ବଡ ଭ୍ୟାକ୍ସିନେଶନ ପ୍ରୋଗ୍ରାମ ହେବାକୁ ଯାଉଛି। ଆଉ ଏହାକୁ ପୂରଣ କରିବାକୁ ଖୁବ୍‌ ପରିଶ୍ରମ ମଧ୍ୟ କରିବାକୁ ପଡିବ। କାରଣ ଦେଶରେ ପୂର୍ବରୁ ଏତେବଡ ଭ୍ୟାକ୍ସିନେଶନ ପ୍ରୋଗ୍ରାମ କେବେ ହୋଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଚ୍‌ ପୂର୍ବରୁ ଭୁଶୁଡ଼ି ପଡ଼ିଲା ଗ୍ୟାଲେରୀ

ମାଲପୁରମ(କେରଳ),୨୦।୩: କେରଳର ମାଲପୁରମ ଜିଲାରେ ଶନିବାର ଏକ ଫୁଟ୍‌ବଲ ମ୍ୟାଚ୍‌ ପାଇଁ ନିର୍ମିତ ଅସ୍ଥାୟୀ ଦର୍ଶକ ଗ୍ୟାଲେରୀ ଭୁଶୁଡ଼ି ପଡ଼ିଛି। ଏହି ଦୁର୍ଘଟଣାରେ ୨୦୦ରୁ ଅଧିକ...

‘ବିମୁଦ୍ରୀକରଣ ଲକ୍ଷ୍ୟ ଭୁଲ୍‌ ପ୍ରମାଣିତ’

ନୂଆଦିଲ୍ଲୀ,୨୬।୩: କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନୀତିକୁ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶୁକ୍ରବାର ସମାଲୋଚନା କରାଯାଇଛି। ବିମୁଦ୍ରୀକରଣ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି...

ଦିଲ୍ଲୀ ହିଂସା: ସଂସଦର ଉଭୟ ଗୃହରେ ଅଚଳାବସ୍ଥା; ଶାହାଙ୍କ ଇସ୍ତଫା ଦାବି

ନୂଆଦିଲ୍ଲୀ,୨।୩: ଦିଲ୍ଲୀ ହିଂସା ନେଇ ସଂସଦର ବଜେଟ ଅଧିବେଶନରେ ଉଭୟ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ବିରୋଧୀ ଦଳଗୁଡ଼ିକ ପକ୍ଷରୁ ଏଥିପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ...

କଟକରେ କରୋନାର ବିପରୀତ ଚିତ୍ର: ଅଧିକ ଆକ୍ରାନ୍ତ ହେଉଛନ୍ତି ଯୁବପିଢ଼ି

କଟକ ଅଫିସ,୧୬ା୮- ବୟସ୍କ ଓ ଶିଶୁମାନେ କରୋନା ଭୂତାଣୁର ଶିକାର ଶୀଘ୍ର ହୁଅନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ କହିଆସିଛି। କିନ୍ତୁ କଟକ ସହରରେ ଏହାର ବିପରୀତ...

ମୁସଲମାନ ସମ୍ପ୍ରଦାୟର ଲୋକେ ଚାନ୍ଦା ଆଦାୟ କରି ନିର୍ମାଣ କଲେ କାଳୀ ମନ୍ଦିର, ମୌଲବୀ କଲେ ଉଦ୍‌ଘାଟନ

ପଶ୍ଚିମବଙ୍ଗରେ ମୁସଲମାନ ଭାଇଭଉଣୀମାନେ ଭାଇଚାରାର ଏକ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ବୀରଭୂମ୍‌ ଜିଲାର ବାସପୁରାରେ ରାସ୍ତା ନିର୍ମାଣ ପାଇଁ କାଳୀ ମନ୍ଦିର ଭାଙ୍ଗିଦିଆଯାଇଥିଲା। ଏଠାରେ...

ଭାଜପା କର୍ମୀଙ୍କୁ କାହିଁକି ଚାକିରି ଦେବି ? ଅଗ୍ନିପଥ ଯୋଜନା ନେଇ ମମତାଙ୍କ ଉତ୍ତର…

କୋଲକାତା, ୨୯।୬ : ଅଗ୍ନିପଥ ଯୋଜନାକୁ ନେଇ ଦେଶରେ ବିରୋଧ ଜାରି ରହିଛି। ଏହି ଯୋଜନା ବିରୋଧରେ ବିରୋଧୀ ଦଳ ନିରନ୍ତର ସରକାରଙ୍କ ବିରୋଧରେ ସ୍ବର...

ପୁଲଓ୍ବାମା ଆକ୍ରମଣ: ଗୋଇନ୍ଦା ବିଭାଗ ବିଫଳତାକୁ ଇସାରା କଲା ସିଆର୍‌ପିଏଫ୍‌ ରିପୋର୍ଟ

ନୂଆଦିଲ୍ଲୀ,୪।୯: ଜମ୍ମୁ-କଶ୍ମୀର ପୁଲଓ୍ବାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ରିପୋର୍ଟର ତଥ୍ୟ ପ୍ରକାଶ ପାଇଛି। ସିଆର୍‌ପିଏଫ୍‌ ପକ୍ଷରୁ ପ୍ରକାଶିତ ଏହି ରିପୋର୍ଟରେ ଗୋଇନ୍ଦା ବିଭାଗ ବିଫଳତାକୁ ଇସାରା...

୮ ଲଶ୍କର ସହଯୋଗୀ ଗିରଫ

ଶ୍ରୀନଗର,୧୧ା୯ (ପି.ଟି./ଆଇଏଏନ୍‌ଏସ୍‌): ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍‌ଇଟି)ର ୮ ସହଯୋଗୀ ମଙ୍ଗଳବାର କଶ୍ମୀରରୁ ଗିରଫ ହୋଇଛନ୍ତି। ସେମାନେ ବାରାମୁଲା ଜିଲାର ସୋପୋରରେ ଆତଙ୍କବାଦୀଙ୍କ ଛତ୍ରଛାୟା...

Advertisement
Archives

Model This Week