Posted inଖେଳ

ଖ୍ରୀଷ୍ଟ, କିସ୍‌ ସିନିୟର ଦଳଗତ ଚାମ୍ପିୟନ

ଭୁବନେଶ୍ୱର,୧୪ା୮(ସରୋଜ ଜେନା): ଆନ୍ତଃରାଜ୍ୟ ଆନ୍ତଃସ୍କୁଲ ଓ ୨୮ତମ ଓ୍ବାଇଜିଜିଟିଏ ର଼୍ୟାଙ୍କିଙ୍ଗ ଟେବୁଲ ଟେନିସ୍‌ ଚାମ୍ପିୟନଶିପ୍‌ ୨୦୨୩ର ଦ୍ୱିତୀୟ ଦିବସରେ ସିନିୟର ବର୍ଗରେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି ଖ୍ରୀଷ୍ଟ କଲେଜ ଓ କିସ୍‌। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ଟୁର୍ନାମେଣ୍ଟରେ ସିନିୟର ପୁରୁଷ ଇଭେଣ୍ଟରେ ଖ୍ରୀଷ୍ଟ କଲେଜ ୩-୧ରେ କେନ୍ଦ୍ରୀୟ ବିଦ୍ୟାଳୟକୁ ପରାସ୍ତ କରିଥିବା ବେଳେ ସିନିୟର ବାଳିକା ବିଭାଗରେ ସର୍ବାଧିକ ପଏଣ୍ଟ ସହିତ କିସ୍‌ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିବା ବେଳେ ବକଲେ ଗାଲର୍‌ସ ହାଇସ୍କୁଲ ରନର ଅପ୍‌ ରହିଛି। ରାଉଣ୍ଡ ରବିନ୍‌ ଲିଗ୍‌ରେ ଦଳ ୮ ପଏଣ୍ଟ ଅର୍ଜନ କରିଥିବା ବେଳେ ବକ୍‌ଲେ ଦଳ ୭ ପଏଣ୍ଟ ପାଇଥିଲା। ପୁରୁଷବର୍ଗ ଫାଇନାଲରେ ଖ୍ରୀଷ୍ଟର ଏମ୍‌ଡି ଜିସାନ ଦୁଇଟି ମ୍ୟାଚରେ ବିଜୟୀ ହୋଇଥିଲେ। ଜିସାନ୍‌ ଓ ଅବୁ ସୁଫିୟାନ୍‌ ତାଜି ଡବଲ୍ସ ମ୍ୟାଚରେ ବିଜୟୀ ହୋଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ରତିକାନ୍ତ ଗୌଡ ସିଙ୍ଗଲ୍ସ ମ୍ୟାଚରେ ଏକମାତ୍ର ବିଜୟ ହାସଲ କରିଥିଲେ।
ଜୁନିୟର ବାଳକବର୍ଗ ଫାଇନାଲରେ ଡିପିଏସ୍‌ କଳିଙ୍ଗ (କଟକ) ୩-୧ରେ ନ୍ୟୁ ଷ୍ଟିଓ୍ବାର୍ଟ ସ୍କୁଲକୁ ପରାସ୍ତ କରିଥିଲା। ଜୁନିୟର ବାଳିକା ବର୍ଗରେ ଷ୍ଟିଓ୍ବାର୍ଟ ସ୍କୁଲ ୩-୧ରେ ସେଣ୍ଟ ଯୋଶେଫ୍‌ ଗାଲର୍‌ସ ହାଇସ୍କୁଲକୁ ହରାଇ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ: ୨ଟି କୋଚ୍‌ରେ ଲାଗିଗଲା ନିଆଁ, ଭିତରେ ଥିଲେ…

ନୂଆଦିଲ୍ଲୀ,୧୭।୫: ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଦିଲ୍ଲୀ-ନିଜାମୁଦ୍ଦିନ ଯାଉଥିବା ଏହି ଟେନ ଦୁଇଟି କୋଚରେ ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଛି। ରବିବାର ସକାଳେ ଏହି ଘଟଣା ଆଲୋଟ…

ସୁଧୁରୁନି ତୈଳ ସ୍ଥିତି, ବଢ଼ିଲାଣି କଳାବଜାର

ଭୁବନେଶ୍ୱର, ୧୭।୫(ସୁନିତ୍‌ ମିଶ୍ର): ଓଡ଼ିଶାରେ ଦେଖା ଦେଇଥିବା ତୈଳ ସଙ୍କଟ ସ୍ଥିତିରେ ଶନିବାର ସୁଦ୍ଧା ସୁଧାର ଆସିପାରି ନାହିଁ। ଭୁବନେଶ୍ୱରଠାରୁ ଆରମ୍ଭ କରି ରାଜ୍ୟର ଅନ୍ୟ ଜିଲାଗୁଡ଼ିକରେ…

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

କାନାଡାକୁ ବଡ଼ ଝଟ୍‌କା: ମିଳିବନାହିଁ ଆଇସିସି ପାଣ୍ଠି

ଦୁବାଇ,୧୬ା୫: ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି) ଆସନ୍ତା ୬ ମାସ ପାଇଁ କ୍ରିକେଟ କାନାଡା(ସିସି)କୁ ପରିଚାଳନାଗତ ତ୍ରୁଟି କାରଣରୁ ପାଣ୍ଠି ଯୋଗାଇବ ନାହିଁ। ଏହା କାନାଡା ଭଳି ଆସୋସିଏଟ୍‌…

‘ଧର୍ମେନ୍ଦ୍ର ପ୍ରଧାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ’

ନୂଆଦିଲ୍ଲୀ,୧୬।୫: ଲୋକ ସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶନିବାର ନିଟ (NEET) ପେପର ଲିକ୍‌ ମାମଲାକୁ ନେଇ ପ୍ରଧାନମନ୍ତ୍ରୀ…

ଆଲେନ-ରଘୁବଂଶୀଙ୍କ ବିସ୍ଫୋରକ ବ୍ୟାଟିଂ, ଗୁଜରାଟ ଆଗରେ ୨୪୮ ରନର ବିଶାଳ ଟାର୍ଗେଟ

କୋଲକାତା,୧୬ା୫: ଚଳିତ ଆଇପିଏଲ୍‌ରେ ଶନିବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଓ ଗୁଜରାଟ ଟାଇଟନ୍ସ (ଜିଟି) ପରସ୍ପରକୁ ଭେଟିଛନ୍ତି। ଏହି କର ବା…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri