ଡିଜାଇନ୍‌ରେ ତ୍ରୁଟି ଯୋଗୁ ଭୁଶୁଡ଼ିଥିଲା ପୋଲ

ରସୁଲପୁର,୧୪ା୮(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ୧୬ନମ୍ବର ଜାତୀୟ ରାଜପଥ ପୋଲ ଭୁଶୁଡ଼ିବା ଘଟଣାର ତଦନ୍ତ ରିପୋର୍ଟ ଆସିଛି। ଦୁର୍ଘଟଣାର ୩ ସପ୍ତାହ ପରେ ରାଜପଥ କର୍ତ୍ତୃପକ୍ଷଙ୍କ ରିପୋର୍ଟ ହସ୍ତଗତ ହୋଇଛି। ଡିଜାଇନରେ ତ୍ରୁଟି ଯୋଗୁ ପୋଲ ଭୁଶୁଡ଼ି ପଡ଼ିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେଣୁ ଉକ୍ତ ପୋଲ ଛାତ ଭଙ୍ଗାଯାଇ ନୂତନ ଛାତ ନିର୍ମାଣ କରାଯିବାକୁ ଏକ୍ସପର୍ଟମାନେ ରିପୋର୍ଟରେ ଦର୍ଶାଇଛନ୍ତି। ରିପୋର୍ଟ ହସ୍ତଗତ ପରେ ରାଜପଥ କର୍ତ୍ତୃପକ୍ଷଙ୍କ ତରଫରୁ ନୂତନ ପୋଲର ଛାତ ନିର୍ମାଣକୁ ନେଇ ତପତ୍ରତା ପ୍ରକାଶ ପାଇଛି। ପୋଲର ପୁନରୁଦ୍ଧାରକୁ ନେଇ ନୂତନ ପ୍ଲାନ୍‌, ଡିଜାଇନ୍‌, ଏଷ୍ଟିମେଟ ପ୍ରସ୍ତୁତ କରାଯାଇଛି। ନୂତନ ଛାତ ନିର୍ମାଣ ପାଇଁ ପ୍ରସ୍ତୁତ ଆକଳନ କାଗଜାଦ୍‌କୁ ଅନୁମୋଦନ ପାଇଁ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ପଠାଯାଇଛି। ଆବେଦନ ଅନୁଯାୟୀ ଆର୍ଥିକ ଅନୁମୋଦନ ମିଳିବା ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ। ଏହି ଜରିଆରେ ଏଜେନ୍ସି ଫାଇନାଲ କରାଯାଇ କାମ କରାଯିବ। ଏହି ପ୍ରକ୍ରିୟାକୁ ଆହୁରି ୩ରୁ ୪ ମାସ ସମୟ ଲାଗିଯିବ। ପୁରୁଣା ପୋଲର ମୂଳଦୁଆ ସୁଦୃଢ଼ ରହିଛି, ମାତ୍ର ତା’ ଉପର ଛାତର ଡିଜାଇନରେ ତ୍ରୁଟି ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଥିବାରୁ ପୁରୁଣା ପିଲାର ଉପରେ କେବଳ ଛାତ ନିର୍ମାଣ କରାଯିବ ବୋଲି ରାଜପଥ କର୍ତ୍ତୃପକ୍ଷଙ୍କ ବାଲେଶ୍ୱର ଶାଖା କାର୍ଯ୍ୟାଳୟର ପ୍ରକଳ୍ପ ନିର୍ଦ୍ଦେଶକ ଜେ.ପି. ବର୍ମା ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ପୋଲ ଭୁଶୁଡ଼ିବା ଘଟଣାରୁ ରାଜପଥ କର୍ତ୍ତୃପକ୍ଷଙ୍କୁ ଏକ ବଡ଼ ଶିକ୍ଷା ମିଳିଛି ବୋଲି କୁହାଯାଉଛି। ରାଜପଥ ଉପରେ ଏତାଦୃଶ ଘଟଣାର ଯେମିତି ପୁନରାବୃତ୍ତି ନ ଘଟିବ ସେ ଦିଗରେ କର୍ତ୍ତୃପକ୍ଷ ଅଧିକ ସତର୍କତାମୂଳକ ଆଚରଣ ଆପଣେଇବାକୁ ଯୋଜନା କରୁଛନ୍ତି। ଏଠାରେ ଘଟିଥିବା ତ୍ରୁଟି ବିଚ୍ୟୁତିକୁ ନେଇ ରାଜପଥ କର୍ତ୍ତୃପକ୍ଷଙ୍କୁ ନାନା ଶରବ୍ୟର ଶିକାର ହେବାକୁ ପଡ଼ିଥିଲା। ଦୁର୍ଘଟଣା ସ୍ଥଳକୁ ରାଜନେତାଙ୍କଠାରୁ ଆରମ୍ଭ କରି ବରିଷ୍ଠ ପଦାଧିକାରୀ ଆସି ରାଜପଥ କର୍ତ୍ତୃପକ୍ଷଙ୍କୁ ନିଶାଣା କରି ଗଣମାଧ୍ୟମରେ ନାନା ମନ୍ତବ୍ୟ ଦେଇଥିଲେ। ରାଜପଥ ଅଧିକାରୀମାନଙ୍କୁ ନେଇ ଏମ୍‌ପି ଓ ବିଧାୟକମାନଙ୍କ ମଧ୍ୟରେ ଜିଲାରେ ସମୀକ୍ଷା ବୈଠକ ହୋଇଥିଲା। ପୋଲ ଭୁଶୁଡ଼ିବା ସ୍ଥଳରେ ବିଜେଡି ପକ୍ଷରୁ ପ୍ରତିବାଦ ସଭା କରାଯାଇ ରାଜପଥ କର୍ତ୍ତୃପକ୍ଷଙ୍କ କାର୍ଯ୍ୟ ତଦାରଖ ଓ ପୋଲ ନିର୍ମାଣର ମାନକୁ ନେଇ ଦୋଷାରୋପ କରାଯାଇଥିଲା। ୨୦୦୭/୦୮ରେ ଏହି ପୋଲ ନିର୍ମାଣ କରାଯାଇଥିଲା। ପୋଲର ଆୟୁଷ ଅନୂ୍ୟନ ୫୦ବର୍ଷ ବୋଲି ଆକଳନ କରାଯାଇଥିଲା। ମାତ୍ର ଗତ ଜୁଲାଇ ୧୮ ତାରିଖ ଭୋର୍‌ ସମୟରେ ପୋଲ ଭୁଶୁଡ଼ି ପଡ଼ିଥିଲା। ଏହାର କାରଣ ଜାଣିବା ପାଇଁ ଦିଲ୍ଲୀରୁ ଏକ ବିଶେଷଜ୍ଞ ଦଳ ଆସି ତଦନ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?