ବିନା ‘ହାତ’ରେ ଚିରଞ୍ଜୀବଙ୍କ ବନ୍ଧୁମିଳନ

ଜଗତ୍‌ସିଂହପୁର, ୨୬ା୨(ପ୍ରମୋଦ କୁମାର ନାୟକ):ଗତ ସାଧାରଣ ନିର୍ବାଚନ ପରଠାରୁ ବରିଷ୍ଠ କଂଗ୍ରେସ ନେତା ତଥା ଜଗତ୍‌ସିଂହପୁର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ତାଙ୍କ ନିର୍ବାଚନମଣ୍ଡଳୀରେ ଦଳୀୟ କର୍ମୀଙ୍କଠାରୁ ଏକପ୍ରକାର ଖାପଛଡ଼ା ଦେଇ ଆସୁଥିଲେ। ହେଲେ ରବିବାର ନାଉଗାଁ ବ୍ଲକ ଅନ୍ତର୍ଗତ ଚଗଲା ଦାସ ମଠ ପରିସରରେ ବନ୍ଧୁମିଳନ ଆଳରେ ଲୋକଙ୍କ ସହ ଯୋଡ଼ି ହେବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ଯେଉଁ ଢଙ୍ଗରେ ବନ୍ଧୁମିଳନ କରିଛନ୍ତି ତାହା ପ୍ରତ୍ୟେକଙ୍କୁ ବିସ୍ମିତ କରିଛି। କାରଣ ଏହା କଂଗ୍ରେସର ବନ୍ଧୁମିଳନ ବୋଲି କୁହାଯାଇଥିବାବେଳେ ବାସ୍ତବରେ ବ୍ୟାନରରେ ଦଳୀୟ ଚିହ୍ନ ଅର୍ଥାତ୍‌ ହାତ ଚିହ୍ନ ନ ରହିବା ଭିନ୍ନ ଧରଣର ଇସାରା ଦେଇଛି।
ବନ୍ଧୁମିଳନରେ ଚିରଞ୍ଜୀବ କହିଥିଲେ, ଗତ ଜାନୁଆରୀ ପ୍ରଥମ ସପ୍ତାହରେ ବନ୍ଧୁମିଳନ ହେବାର ଥିଲା। ବିଭିନ୍ନ କାରଣରୁ ହୋଇପାରି ନ ଥିଲା। ବିଶେଷକରି ତାଙ୍କୁ ଦଳରୁ ନିଲମ୍ବନ କରାଯିବାରୁ ଏଥିରେ ବାଧା ଉପୁଜିଥିଲା। ଏନେଇ ମାନସିକ ଦୁଶ୍ଚିନ୍ତାରେ ଗତି କରୁଥିଲେ। ନିଲମ୍ବନ ଉଠିଲା ପରେ ପିସିସି ସଭାପତି ତାଙ୍କୁ ଫୋନ୍‌ କରିଥିଲେ। ତେବେ ଯାହାହେଉ ଜଗତ୍‌ସିଂହପୁର ନିର୍ବାଚନମଣ୍ଡଳୀ ବିଶେଷକରି ନାଉଗାଁ ବ୍ଲକର ଲୋକଙ୍କ ପାଖରେ ବିଗତ ଦିନରେ ସେ ଯେମିତି ରହି ଆସିଥିଲେ ସେମିତି ରହିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସାଙ୍ଗଠନିକ କାର୍ଯ୍ୟଠାରୁ ଦୂରେଇ ରହୁଥିବା ପ୍ରସଙ୍ଗକୁ ସ୍ବୀକାର କରି କହିଥିଲେ, ବାସ୍ତବରେ ଦୀର୍ଘ ୪ ବର୍ଷ ହେଲା ସେ ଦଳୀୟ ନେତା ଓ କର୍ମୀଙ୍କ ସହ ଯେପରି ମିଶିବା କଥା ସେପରି ମିଶିପାରି ନାହାନ୍ତି, ତେଣୁ ଦୁଃଖିତ। ଏହାସତ୍ତ୍ବେ କଂଗ୍ରେସ ଲୋକ ଏକଜୁଟ ହୋଇ ରହିଥିବାରୁ ସେ ଖୁସି ଅନୁଭବ କରିଥିଲେ। ଏହି ଅବସରରେ ସେ କହିଥିଲେ, ଆଉ ୮/୧୦ ଦିନ ପରେ ନିର୍ବାଚନ ମଣ୍ଡଳୀରେ ଏକ ବଡ଼ ଧରଣର କର୍ମୀ ସମ୍ମିଳନୀ ହେବ। ପ୍ରତ୍ୟେକେ ସଙ୍ଗଠିତ ହୋଇ ଆଗାମୀ କାର୍ଯ୍ୟପନ୍ଥା ଉପରେ ନିଷ୍ପତ୍ତି ନେବେ ବୋଲି ଚିରଞ୍ଜୀବ କହିଥିଲେ। ବିଜେଡିରେ ମିଶିବେ ବୋଲି ୪ ବର୍ଷ ହେବ ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ଲାଗି ରହୁଥିବାରୁ ସେ ସଂକ୍ରାନ୍ତରେ ପଚରାଯିବାରୁ ସେ କହିଛନ୍ତି, ସେ କହିଥିଲେ ମୂଳରୁ ମାଇପ ନାହିଁ, ପୁଅ ନାଁ ଗୋପାଳିଆ। ସେହିପରି ଯଦି ବିଜେଡିରୁ ଟିକେଟ ମିଳେ ପ୍ରଶ୍ନର  ଉତ୍ତରରେ କହିଥିଲେ, ଯଦି  କିମ୍ବା ସ୍ପେକୁଲେଶନର କିଛି ଉତ୍ତର ନ ଥାଏ। ତାଙ୍କ ଉପରେ ଏମିତି ବହୁତ ଆଲୋଚନା ହେଉଛି। ତେଣୁ ତା’ର କିଛି ଅର୍ଥ ନାହିଁ। ଠିକ ସମୟରେ ସେ ଏନେଇ ନିଷ୍ପତ୍ତି ନେବେ। କର୍ମୀମାନଙ୍କ ଧୈର୍ଯ୍ୟ ବହୁତ, ବରଂ ଅନ୍ୟମାନେ ଅଧୈର୍ଯ୍ୟ ହେଉଛନ୍ତି। ତେଣୁ ବ୍ୟସ୍ତ ହେବା ଉଚିତ ନୁହେଁ। ବ୍ୟାନରରେ ହାତ ଚିହ୍ନ ନ ଥିବା ସମ୍ପର୍କରେ କିନ୍ତୁ କୌଣସି ଉତ୍ତର ଦେଇ ନ ଥିଲେ। ଶେଷରେ ସମୟକୁ ଅପେକ୍ଷା କରନ୍ତୁ। ସମୟ ପାଖେଇ ଆସୁଥିଲେ ସୁଦ୍ଧା ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନିଆଯିବ। ଏବେଠୁ ସବୁ କହିଦେଲେ ଆଗକୁ କ’ଣ ରହିବ ବୋଲି ପାଲଟା ପ୍ରଶ୍ନ କରି ପ୍ରସଙ୍ଗକୁ ଭିନ୍ନ ମୋଡ଼ ଦେଇଥିଲେ।
ବନ୍ଧୁମିଳନରେ ନାଉଗାଁ ବ୍ଲକ ପୂର୍ବତନ ଅଧ୍ୟକ୍ଷ ପ୍ରସନ୍ନ ପରିଡ଼ା, ଜିଲା କଂଗ୍ରେସ ଉପସଭାପତି ବିଚିତ୍ରାନନ୍ଦ ଲେଙ୍କା, ବ୍ଲକ କଂଗ୍ରେସ ସଭାପତି ନିରଞ୍ଜନ ବେହୁରା, ସରପଞ୍ଚ ଲିପକ ସାହୁ, ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ବେଣୁଧର ସ୍ବାଇଁ, ଜିଲା ପରିଷଦ ପୂର୍ବତନ ସଭ୍ୟ ଦୁଃଶାସନ ନାୟକ, ପୂର୍ବତନ ଡେରିକି ସରପଞ୍ଚ ପ୍ରମିଳା ବିଶ୍ୱାଳ, ସୁନୀଲ ମାଟିଆ ପ୍ରମୁଖ ଯୋଗଦେଇ ଦେଇଥିଲେ।  କୁହାଯାଉଛି ଯେହେତୁ ଚିରଞ୍ଜୀବ କେଉଁ ଦଳରୁ ପ୍ରାର୍ଥୀ ହେବାକୁ ଚାହାନ୍ତି ସ୍ପଷ୍ଟ କରି ନ ଥିଲେ, ତେଣୁ ସମ୍ଭାବ୍ୟ ପରିସ୍ଥିତିକୁ ନେଇ ରାଜନୈତିକ ବିଶେଷଜ୍ଞମାନେ ଭିନ୍ନ ଆକଳନ କରୁଛନ୍ତି। ସେ ସମ୍ଭବତଃ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri