ପାକିସ୍ତାନୀ ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରୁଛି ଚାଇନା…

ବେଜିଂ, ୧୧।୮ : ପାକିସ୍ତାନରୁ ବ୍ୟକ୍ତିଗତ ଲାଭ ପାଇଁ ଚାଇନା ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ। କେବଳ ଏତିକି ନୁହେଁ ଚାଇନା ମଧ୍ୟ ଆତଙ୍କବାଦ ସହ ଆପୋଷ ବୁଝାମଣା କରିବାକୁ ପ୍ରସ୍ତୁତ ଅଛି। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ, ପାକିସ୍ତାନ ସ୍ଥିତ ଜୈଶ-ଇ-ମହମ୍ମଦଙ୍କ ବରିଷ୍ଠ କମାଣ୍ଡର ଅବଦୁଲ ରଉଫ ଅଜହରଙ୍କୁ ନିଷିଦ୍ଧ କରିବାକୁ ୟୁଏନଏସସିରେ ଆମେରିକା ଏବଂ ଭାରତ ଦେଇଥିବା ପ୍ରସ୍ତାବକୁ ଚାଇନା ଅନୁମୋଦନ କରିବାରେ ବିଳମ୍ବ କରୁଛି। ଯେତେବେଳେ କି, ଆମେରିକା ୨୦୧୦ରେ ରଉଫଙ୍କୁ ଆତଙ୍କବାଦୀ ତାଲିକାରେ ରଖିଥିଲା। ଏହା ପରେ ୟୁଏନଏସସିରେ ଏହାକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଥିଲା, କିନ୍ତୁ ଚାଇନେ ଏହାକୁ ସମର୍ଥନ କରୁ ନାହିଁ।

୧୯୯୯ ରେ ଏକ ଇଣ୍ଡିଆନ ଏୟାରଲାଇନ୍ସ ବିମାନ ଆଇସି-୮୧୪ କୁ ଅପହରଣ କରିବା ପାଇଁ ରଉଫ ଷଡଯନ୍ତ୍ର ରଚିଥିଲେ। ସେତବେଳେ ତାଙ୍କୁ ମାତ୍ର ୨୪ ବର୍ଷ ହୋଇଥିଲା। ବିମାନରେ ୧୭୩ ଜଣ ଲୋକ ଥିଲେ। ଏହି ଅପହରଣ ଯୋଗୁଁ ଭାରତ ସରକାରଙ୍କୁ ରଉପଙ୍କ ବଡ଼ ଭାଇ ଏବଂ ଜୈଶ ନେତା ମାସୁଦ ଅଜହରଙ୍କୁ ମୁକ୍ତ କରିବାକୁ ପଡ଼ିଥିଲା।

ସେବେଠାରୁ ରଉଫ ଭାରତର ମୋଷ୍ଟ ଓ୍ବାଣ୍ଟେଡ ପାଞ୍ଚ ଜଣ ଆତଙ୍କବାଦୀଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଭାରତରେ ଜୈଶ ଦ୍ୱାରା କରାଯାଉଥିବା ବହୁ ଆକ୍ରମଣର ଷଡ଼ଯନ୍ତ୍ର ରଉଫ କରିଛନ୍ତି। ସେଥିମଧ୍ୟରେ ୨୦୦୧ର ଜମ୍ମୁ-କଶ୍ମୀର ବିଧାନସଭା ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ସଂସଦ ଉପରେ ଆକ୍ରମଣ, ପଠାନକୋଟ ଆତଙ୍କବାଦୀ ଆକ୍ରମଣ, ନଗରୋଟା ଏବଂ କଠୁଆ କ୍ୟାମ୍ପ ଉପରେ ଆକ୍ରମଣ ଏବଂ ସମ୍ପ୍ରତି ପୁଲୱାମା ଆତଙ୍କବାଦୀ ଆକ୍ରମଣ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଭାରତୀୟ ଗୁପ୍ତଚର ଏଜେନ୍ସି ଅନୁଯାୟୀ ଅବଦୁଲ ରାଉଫ ଅସଗର ଅଜହର ମାସୁଦଙ୍କ ଅନୁପସ୍ଥିତିରେ ଜୈଶ ସଂଗଠନ ସହ ଜଡିତ ସମସ୍ତ ନିଷ୍ପତ୍ତି ନିଅନ୍ତି।

ଯେତେବେଳେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫ ଅଜହରଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେ କିଛି ବର୍ଷ ତଳେ ଅଣ୍ଡରଗ୍ରାଉଣ୍ଡ ହୋଇଥିଲେ। ସେହି ସମୟରେ ରଉଫ ମଧ୍ୟ ଆଫଗାନିସ୍ତାନ ଗସ୍ତରେ ଯାଇ ତାଲିବାନ ସହ କଥାବାର୍ତ୍ତା କରୁଥିଲେ ଏବଂ ଜୈଶ୍‌ ପାଇଁ କାର୍ଯ୍ୟ କରୁଥିଲେ। ଭାରତ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ସେ ଖୋଲାଖୋଲି ଭାବେ ନିଜକୁ ଦାୟୀ କରିଥିଲେ। ସେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି। ରଙ୍ଗୁର ଡଟ କମ୍‌ରେ ପ୍ରକାଶିତ ଏକ ଭିଡିଓରେ ରଉଫ ପଠାନକୋଟ ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ବୋଲି କହିଥିଲେ। ଏହା ପରେ, ଡିସେମ୍ବର୨୦୧୭ ରେ, ବାହାଲପୁର ମସଜିଦରେ ବହୁ ଜନତାଙ୍କୁ ସମ୍ବୋଧିତ କରିବାବେଳେ ସେ ପଠାନକୋଟ ଏବଂ ନଗରୋଟା ଆକ୍ରମଣ ପାଇଁ ଦାୟୀ ବୋଲି କହିଥିଲେ। ଏହା ସହିତ ସେ ପ୍ରତିଶ୍ରୁତି ଦେଇଥିଲେ ଯେ ସେ କିଛି ମାସ ମଧ୍ୟରେ ପଠାନକୋଟ ଠାରୁ ବଡ ଆକ୍ରମଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

CJP ବିକ୍ଷୋଭ ମଧ୍ୟରେ ବଡ଼ ଘୋଷଣା କଲେ ରାହୁଲ, କହିଲେ କାଲି ପୂରା ଭାରତ…

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟ ଯାଏ ମାର୍ଚ୍ଚ କରିବା ସହ ଭାରତର ପ୍ରଧାନ ବିଚାରପତି (CJI)ଙ୍କୁ ଦାବିପତ୍ର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି କଂଗ୍ରେସ ଏମପି ରାହୁଲ ଗାନ୍ଧୀ। ସୋମବାର…

ବଡ଼ ଖୁଲାସା କଲେ ଧର୍ମେନ୍ଦ୍ର; ଭାଜପା ଛାଡ଼ି ଏହି ଦଳରେ ହେବେ ସାମିଲ, ସାମ୍ନାକୁ ଆସିଲା ଫଟୋ

ଲକ୍ଷ୍ନୌ,୧୧।୧୦: ଭାଜପାରୁ ଇସ୍ତଫା ଦେଇଥିବା ଉତ୍ତରପ୍ରଦେଶର ଆଁଓଲା ଲୋକସଭା ଆସନର ପୂର୍ବତନ ଏମପି ଧର୍ମେନ୍ଦ୍ର କଶ୍ୟପ ରବିବାର ଲକ୍ଷ୍ନୌରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବଙ୍କୁ…

ବଲାଙ୍ଗୀରରେ ମର୍ମନ୍ତୁଦ ଦୁର୍ଘଟଣା; ଟ୍ରକ୍‌ ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର,୧୧।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଇଁତଳା ୨୬ନମ୍ବର ଜାତୀୟ ରାଜପଥ ସଦର ବ୍ଲକ ଅନ୍ତର୍ଗତ ରତାଖଣ୍ଡି ଠାରେ ଏକ ମର୍ମନ୍ତ ଦୁର୍ଘଟଣା ଘଟିଛି । ବାଇକ୍-ଟ୍ରକ…

ବିବାହର ୩ ଦିନ ପରେ ବୋହୂଙ୍କ ଭୟଙ୍କର କାଣ୍ଡ! ପୂରା ପରିବାରକୁ ଦେଇଦେଲେ ମୂଷାମରା ଔଷଧ, ତାପରେ….

ମୁମ୍ବାଇ,୧୧।୧୦: ବିବାହର ଖୁସି ମନାଉଥିବା ପରିବାରରେ ହଠାତ୍‌ ଖେଳିଗଲା ଆତଙ୍କ । ବିବାହର ମାତ୍ର ୭୨ ଘଣ୍ଟା ମଧ୍ୟରେ ନବବଧୂ ନିଜ ସ୍ୱାମୀଙ୍କ ସମେତ ଶାଶୂଘରର ଅନ୍ୟ…

ଯାତ୍ରୀ ଛାନିଆ! ମଝି ଆକାଶରେ ଇଣ୍ଡିଗୋ ବିମାନରେ ଲାଗିଗଲା ନିଆଁ, ଓଭରହେଡ୍‌ କ୍ୟାବିନ୍‌ରେ ଜଳିଲା…..

ନୂଆଦିଲ୍ଲୀ,୧୧।୧୦: ଆକାଶରେ ଉଡ଼ୁଥିବା ବେଳେ ଇଣ୍ଡିଗୋ ବିମାନରେ ହଠାତ୍‌ ଲାଗିଗଲା ନିଆଁ । ରବିବାର ଦିନ ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋ ବିମାନରେ ଏଭଳି ଏକ ଘଟଣା…

ଦିଗପହଣ୍ଡିରେ ଚର୍ଚ୍ଚା; ସ୍ୱପ୍ନରେ ଆସି ଏଭଳି କହିଲେ ମା’ କାଳୀ, ପୋଖରୀ ପାଣିରୁ ମିଳିଲା….

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମର ବି.ଯୁଧିଷ୍ଠିର ରେଡ୍ଡୀଙ୍କ ଝିଅ କାମିନୀ ରେଡ୍ଡୀଙ୍କ ସ୍ବପ୍ନରେ ଆସିଲେ ମା’ କାଳୀ…

କଂଗ୍ରେସ କାର୍ଯ୍ୟାଳୟରେ ଧସ୍ତାଧସ୍ତି ସହ ଚାପୁଡ଼ା ମାଡ଼; ରାଗରେ ବାହାରିଗଲେ ଅଜୟ

ଲକ୍ଷ୍ନୌ,୧୧।୧୦: ରବିବାର ଉତ୍ତର ପ୍ରଦେଶ କଂଗ୍ରେସ ମୁଖ୍ୟାଳୟରେ ନବନିଯୁକ୍ତ ରାଜ୍ୟ ସଭାପତି ଆରାଧନା ମିଶ୍ର ‘ମୋନା’ଙ୍କ ଦାୟିତ୍ୱ ଗ୍ରହଣ ଉତ୍ସବ ସମୟରେ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?