ପାକିସ୍ତାନୀ ଆତଙ୍କବାଦୀଙ୍କ ଉପରେ ପ୍ରତିବନ୍ଧକ ଲଗାଇବାକୁ ମନା କରୁଛି ଚାଇନା…

ବେଜିଂ, ୧୧।୮ : ପାକିସ୍ତାନରୁ ବ୍ୟକ୍ତିଗତ ଲାଭ ପାଇଁ ଚାଇନା ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ। କେବଳ ଏତିକି ନୁହେଁ ଚାଇନା ମଧ୍ୟ ଆତଙ୍କବାଦ ସହ ଆପୋଷ ବୁଝାମଣା କରିବାକୁ ପ୍ରସ୍ତୁତ ଅଛି। ନ୍ୟୁଜ ଏଜେନ୍ସି ଏଏନଆଇ ଅନୁଯାୟୀ, ପାକିସ୍ତାନ ସ୍ଥିତ ଜୈଶ-ଇ-ମହମ୍ମଦଙ୍କ ବରିଷ୍ଠ କମାଣ୍ଡର ଅବଦୁଲ ରଉଫ ଅଜହରଙ୍କୁ ନିଷିଦ୍ଧ କରିବାକୁ ୟୁଏନଏସସିରେ ଆମେରିକା ଏବଂ ଭାରତ ଦେଇଥିବା ପ୍ରସ୍ତାବକୁ ଚାଇନା ଅନୁମୋଦନ କରିବାରେ ବିଳମ୍ବ କରୁଛି। ଯେତେବେଳେ କି, ଆମେରିକା ୨୦୧୦ରେ ରଉଫଙ୍କୁ ଆତଙ୍କବାଦୀ ତାଲିକାରେ ରଖିଥିଲା। ଏହା ପରେ ୟୁଏନଏସସିରେ ଏହାକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ପାଇଁ ଏକ ପ୍ରସ୍ତାବ ପାରିତ ହୋଇଥିଲା, କିନ୍ତୁ ଚାଇନେ ଏହାକୁ ସମର୍ଥନ କରୁ ନାହିଁ।

୧୯୯୯ ରେ ଏକ ଇଣ୍ଡିଆନ ଏୟାରଲାଇନ୍ସ ବିମାନ ଆଇସି-୮୧୪ କୁ ଅପହରଣ କରିବା ପାଇଁ ରଉଫ ଷଡଯନ୍ତ୍ର ରଚିଥିଲେ। ସେତବେଳେ ତାଙ୍କୁ ମାତ୍ର ୨୪ ବର୍ଷ ହୋଇଥିଲା। ବିମାନରେ ୧୭୩ ଜଣ ଲୋକ ଥିଲେ। ଏହି ଅପହରଣ ଯୋଗୁଁ ଭାରତ ସରକାରଙ୍କୁ ରଉପଙ୍କ ବଡ଼ ଭାଇ ଏବଂ ଜୈଶ ନେତା ମାସୁଦ ଅଜହରଙ୍କୁ ମୁକ୍ତ କରିବାକୁ ପଡ଼ିଥିଲା।

ସେବେଠାରୁ ରଉଫ ଭାରତର ମୋଷ୍ଟ ଓ୍ବାଣ୍ଟେଡ ପାଞ୍ଚ ଜଣ ଆତଙ୍କବାଦୀଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ଭାରତରେ ଜୈଶ ଦ୍ୱାରା କରାଯାଉଥିବା ବହୁ ଆକ୍ରମଣର ଷଡ଼ଯନ୍ତ୍ର ରଉଫ କରିଛନ୍ତି। ସେଥିମଧ୍ୟରେ ୨୦୦୧ର ଜମ୍ମୁ-କଶ୍ମୀର ବିଧାନସଭା ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ସଂସଦ ଉପରେ ଆକ୍ରମଣ, ପଠାନକୋଟ ଆତଙ୍କବାଦୀ ଆକ୍ରମଣ, ନଗରୋଟା ଏବଂ କଠୁଆ କ୍ୟାମ୍ପ ଉପରେ ଆକ୍ରମଣ ଏବଂ ସମ୍ପ୍ରତି ପୁଲୱାମା ଆତଙ୍କବାଦୀ ଆକ୍ରମଣ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ଭାରତୀୟ ଗୁପ୍ତଚର ଏଜେନ୍ସି ଅନୁଯାୟୀ ଅବଦୁଲ ରାଉଫ ଅସଗର ଅଜହର ମାସୁଦଙ୍କ ଅନୁପସ୍ଥିତିରେ ଜୈଶ ସଂଗଠନ ସହ ଜଡିତ ସମସ୍ତ ନିଷ୍ପତ୍ତି ନିଅନ୍ତି।

ଯେତେବେଳେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶରଫ ଅଜହରଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ, ସେତେବେଳେ ସେ କିଛି ବର୍ଷ ତଳେ ଅଣ୍ଡରଗ୍ରାଉଣ୍ଡ ହୋଇଥିଲେ। ସେହି ସମୟରେ ରଉଫ ମଧ୍ୟ ଆଫଗାନିସ୍ତାନ ଗସ୍ତରେ ଯାଇ ତାଲିବାନ ସହ କଥାବାର୍ତ୍ତା କରୁଥିଲେ ଏବଂ ଜୈଶ୍‌ ପାଇଁ କାର୍ଯ୍ୟ କରୁଥିଲେ। ଭାରତ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପାଇଁ ସେ ଖୋଲାଖୋଲି ଭାବେ ନିଜକୁ ଦାୟୀ କରିଥିଲେ। ସେ ସୋସିଆଲ ମିଡିଆରେ ସକ୍ରିୟ ରୁହନ୍ତି। ରଙ୍ଗୁର ଡଟ କମ୍‌ରେ ପ୍ରକାଶିତ ଏକ ଭିଡିଓରେ ରଉଫ ପଠାନକୋଟ ଆତଙ୍କବାଦୀ ଆକ୍ରମଣ ପାଇଁ ଦାୟୀ ବୋଲି କହିଥିଲେ। ଏହା ପରେ, ଡିସେମ୍ବର୨୦୧୭ ରେ, ବାହାଲପୁର ମସଜିଦରେ ବହୁ ଜନତାଙ୍କୁ ସମ୍ବୋଧିତ କରିବାବେଳେ ସେ ପଠାନକୋଟ ଏବଂ ନଗରୋଟା ଆକ୍ରମଣ ପାଇଁ ଦାୟୀ ବୋଲି କହିଥିଲେ। ଏହା ସହିତ ସେ ପ୍ରତିଶ୍ରୁତି ଦେଇଥିଲେ ଯେ ସେ କିଛି ମାସ ମଧ୍ୟରେ ପଠାନକୋଟ ଠାରୁ ବଡ ଆକ୍ରମଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଲେ ମୋଦି

ବାଲି,୧୫।୧୧: ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆର ବାଲିରେ ପହଞ୍ଚିଛନ୍ତି। ଏଠାରେ ସେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଛନ୍ତି।...

ଦଳାଚକଟାରେ ୧୩ ଶିଶୁଙ୍କ ଜୀବନ ଗଲା

ନାଇରୋବି,୪ା୨: କେନିଆର ଏକ ପ୍ରାଥମିକ ବିଦ୍ୟାଳୟରେ ଦଳାଚକଟା ଘଟି ୧୩ ଶିଶୁଙ୍କ ପ୍ରାଣହାନି ଘଟିଛି। ଏଥିରେ ଅନ୍ୟ ୨୦ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି...

ଏହି କାରଣ ପାଇଁ ପ୍ରଥମ ସ୍ତ୍ରୀଙ୍କୁ ସାଢ଼େ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ସ୍ବାମୀ

ବେଜିଂ,୨୫।୨: ଚାଇନା କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଜଣେ ବ୍ୟକ୍ତି ତାଙ୍କ ପ୍ରଥମ ସ୍ତ୍ରୀଙ୍କୁ ୭୭୦୦ ଡଲାର ଅର୍ଥାତ୍‌ ସାଢ଼େ ୫ ଲକ୍ଷ ଟଙ୍କା...

ମତୁଆ ସମ୍ପ୍ରଦାୟଙ୍କୁ ହାତେଇବା ରାଜନୀତି: ଦେଶରୁ ଆରମ୍ଭ କରି ବିଦେଶରେ ପହଞ୍ଚିଲା

ଢାକା/କୋଲକାତା,୨୭।୩: ପଶ୍ଚିମବଙ୍ଗର ୨ କୋଟି ମତୁଆ ସମ୍ପ୍ରଦାୟଙ୍କୁ ହାତେଇବା ଲକ୍ଷ୍ୟ ନେଇ ଭାଜପା ପକ୍ଷରୁ ଦେଶରୁ ଆରମ୍ଭ ହୋଇଥିବା ରାଜନୀତି ବିଦେଶରେ ପହଞ୍ଚିଛି। ଏହି ୨...

ରୁଷିଆର ପରମାଣୁ ଧମକକୁ ନେଇ ବଢିଲା ବିବାଦ, ଆମେରିକା କହିଲା ବିନା କାରଣରେ ଦିଆଯାଉଛି ଧମକ

ୱାଶିଂଟନ,୧ ।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଷଷ୍ଠ ଦିନରେ ଯୁଦ୍ଧ ଜାରି ରହିଛି । ବେଳକୁ ବେଳ ସ୍ଥିତି ଚିନ୍ତାଜନକ ହେବାରେ ଲାଗିଛି । ଇତି ମଧ୍ୟରେ...

ବିଜୟ ଦିବସ ପରେଡ ଅଭ୍ୟାସରେ ଥର୍ମୋନ୍ୟୁକ୍ଲିୟର ମିଶାଇଲ ପ୍ରଦର୍ଶନ କରି ପଶ୍ଚିମ ଦେଶକୁ ଚେତାବନୀ ଦେଲା ରୁଷିଆ

ମସ୍କୋ,୮ ।୫: ଆଉ ମାତ୍ର ଦିନକ ପରେ ରୁଷିଆ ପାଳନ କରିବାକୁ ଯାଉଛି ତା’ର ବିଜୟ ଦିବସ ବା ଭିକ୍ଟ୍ରି ଡେ’ । ଏଥିପାଇଁ ପ୍ରସ୍ତୁତି...

କଶ୍ମୀର ପ୍ରସଙ୍ଗରେ ତୃତୀୟ ପକ୍ଷର ମଧ୍ୟସ୍ଥତା ଦାବି କଲା ପାକିସ୍ତାନ…

ଇସଲାମାବାଦ,୧୪।୧ : ଭାରତ ସହ ବିବାଦୀୟ ସମସ୍ୟାର ସମାଧାନ ପାଇଁ ପାକିସ୍ତାନ ପୁଣି ତୃତୀୟ ପକ୍ଷର ମଧ୍ୟସ୍ଥତା ପାଇଁ ଯୋଜନା କରିଛି। ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର...

ଥରିଲା ଆଫଗାନିସ୍ତାନ, ରିକ୍ଟର ସ୍କେଲରେ ତୀବ୍ରତା ୪.୩

କାବୁଲ,୨।୪: ଆଫଗାନିସ୍ତାନରେ ରବିବାର ପୁଣି ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ଥିବା କୁହାଯାଉଛି। ନ୍ୟାଶନାଲ ସେଣ୍ଟର ଫର ସିସ୍ମୋଲୋଜି...

Advertisement
Archives

Model This Week