Posted inଜାତୀୟ

ହାତ ମିଳାଇଲେ ଚାଇନା-ବାଂଲାଦେଶ; ବର୍ଡରରେ ବଢିଲା ଭାରତର ଚିନ୍ତା!

ନୂଆଦିଲ୍‌ଲୀ,୨୩।୬: ଦକ୍ଷିଣ ଏସିଆର ପ୍ରତିରକ୍ଷା ବଜାର (ଡିଫେନ୍ସ ମାର୍କେଟ)ରେ ଏବେ ଜୋରଦାର ହଲଚଲ ଦେଖିବାକୁ ମିଳିଛି। ପାକିସ୍ତାନକୁ ଅନୁସରଣ କରି ଏବେ ବାଂଲାଦେଶ ମଧ୍ୟ ଚାଇନାର ଲଢ଼ୁଆ ବିମାନ J-10CEକୁ ନିଜ ବାୟୁସେନାରେ ସାମିଲ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ବାଂଲାଦେଶ ବାୟୁସେନା ଚୀନଠାରୁ ଏଭଳି ୨୪ଟି ଫାଇଟର ଜେଟ କିଣିବା ଚୁକ୍ତିର ଅତି ନିକଟତର ହୋଇଛି। ‘ଅପରେସନ ସିନ୍ଦୂର’ (Operation Sindoor) ସମୟରେ ଏହି ଯୁଦ୍ଧବିମାନ ଫେଲ ମାରିଥିଲେ ମଧ୍ୟ, ଚୀନ ଏହାର ଓଲଟା ପ୍ରଚାର କରି ଏହି ଜେଟକୁ ଜୀବନ ବିକଳେ ପ୍ରମୋଟ କରିଥିଲା। ଏବେ ଢାକା (ବାଂଲାଦେଶ) ତାର ଜାଲରେ ଫସିଯାଇଛି। ପ୍ରାୟ ୪୦ ମିଲିୟନ ଡଲାର ମୂଲ୍ୟର ଏହି ଚୁକ୍ତି ଯଦି ଚୂକ୍ତି ହୁଏ, ତେବେ ଭାରତର ଦୁଇଟି ଯାକ ସୀମାରେ ଚୀନ ଅସ୍ତ୍ରଶସ୍ତ୍ରର ପହରା ଶକ୍ତ ହୋଇଯିବ।

ବାଂଲାଦେଶର ସେନା ପୂର୍ୱରୁ ହିଁ ବଡ଼ ଆକାରରେ ଚୀନର ଅସ୍ତ୍ରଶସ୍ତ୍ର ଉପରେ ର୍ନିଭରଶୀଳ। ଚୀନ ଧୀରେ ଧୀରେ ବାଂଲାଦେଶର ତିନୋଟି ଯାକ ସେନା (ଥଳ, ଜଳ ଓ ଆକାଶ) ଭିତରକୁ ପ୍ରବେଶ କରିସାରିଛି। ଥଳସେନା କଥା ଯଦି କହିବା, ତେବେ ବାଂଲାଦେଶର ସମ୍ପୂର୍ଣ୍ଣ ଟ୍ୟାଙ୍କ ବାହିନୀ ଚୀନ ମୂଳର ଅଟେ। ସେମାନଙ୍କ ଏୟାର ଡିଫେନ୍ସ ଏବଂ ଆର୍ଟିଲାରୀରେ ମଧ୍ୟ ଚୀନର ଉପକରଣ ଭରପୂର ରହିଛି। ନୌସେନା କ୍ଷେତ୍ରରେ ମଧ୍ୟ ବାଂଲାଦେଶ ଚୀନଠାରୁ ହିଁ ବୁଡ଼ାଜାହାଜ (ପନଡୁବ୍ୱି) ହାସଲ କରିଥିଲା।

ଏବେ ଏହି ଯୋଜନାକୁ ଆଗକୁ ବଢ଼ାଇ ବାଂଲାଦେଶୀ ବାୟୁସେନାକୁ ମଧ୍ୟ ସମ୍ପୂର୍ଣ୍ଣ ଭାବେ ଚୀନ ରଙ୍ଗରେ ରଙ୍ଗେଇବାକୁ ପ୍ରସ୍ତୁତି ଚାଲିଛି। ବାଂଲାଦେଶ ପାଖରେ ବର୍ତ୍ତମାନ ଋଷର ମିଗ-୨୧ (Mig-21)ର ଚୀନ ସଂସ୍କରଣ F-7 ଫାଇଟର୍ସ ରହିଛି, ଯାହାକୁ ସେ ବହୁ ସମୟରୁ ବଦଳାଇବାକୁ ଚେଷ୍ଟା କରୁଥିଲା। ଯଦିଓ ସେ ୟୁରୋଫାଇଟର ଭଳି ପଶ୍ଚିମା ଜ୍ଞାନକୌଶଳ ଉପରେ ମଧ୍ୟ ବିଚାର କରିଥିଲା, କିନ୍ତୁ ଚୀନ ଏଠାରେ ଏକ ନୂଆ ଚାଲ ଖେଳିଲା। ଚୀନ ବାଂଲାଦେଶକୁ କମ ମୂଲ୍ୟ ଏବଂ ସହଜ ସର୍ତ୍ତର ଅଫର ଦେଲା ଏବଂ ଶେଷରେ ପାସା ଚୀନ ସପକ୍ଷକୁ ଢଳୁଥିବା ଦେଖାଯାଉଛି।

ଯଦି ବାଂଲାଦେଶ-ଚୀନର ଏହି ଚୁକ୍ତି ଫାଇନାଲ ହୁଏ, ତେବେ ଭାରତର ପଶ୍ଚିମ ସୀମା ଅର୍ଥାତ ପାକିସ୍ତାନ ଏବଂ ପୂର୍ୱ ସୀମା ଅର୍ଥାତ ବାଂଲାଦେଶ, ଦୁଇ ପଟେ ଚୀନର ଫାଇଟର ଜେଟ ମୁତୟନ ହୋଇଯିବେ, ଅର୍ଥାତ ଚୀନର ପ୍ରବେଶ ହୋଇଯିବ। ଭାରତ ପାଇଁ ସବୁଠାରୁ ବଡ଼ ଆହୱାନ ଏହା ହେବ ଯେ ସଙ୍କଟ ସମୟରେ ଭାରତକୁ ଦୁଇ ପାଖରୁ ଆକାଶମାର୍ଗର ବିପଦର ସାମ୍ନା କରିବାକୁ ପଡ଼ିପାରେ। ଏହା ବ୍ୟତୀତ, ବାଂଲାଦେଶରେ ଚୀନର ଟେକନିସିଆନ ଏବଂ ସାମରିକ ବିଶେଷଜ୍ଞଙ୍କ ଉପସ୍ଥିତି ବଢ଼ିବ, ଯେଉଁମାନେ ଭାରତୀୟ ସୀମାର ଅତି ନିକଟରେ ରହି ଗୁପ୍ତଚର ବୃତ୍ତି ଓ ନଜର ରଖିବା କାର୍ଯ୍ୟକୁ ସହଜରେ କରିପାରିବେ।

 


Enter your email to get our daily news in your inbox.

All Right Reserved By Dharitri.Com

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

ଭାରତୀୟ ଅର୍ଥନୀତି ଆଗରେ ବଡ଼ ବିପଦ! PM ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ, ଦେଶରେ ଚହଳ

ନୂଆଦିଲ୍ଲୀ,୨୪।୯: ମୁମ୍ବାଇରେ ଆୟୋଜିତ ଏସ୍‌ବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ବଡ଼ ଚେତାବନୀ ଦେଇଛନ୍ତି।…

ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ହେଲେ କୁଣ୍ଡୁଳା ହାଇସ୍କୁଲ ପ୍ରଧାନଶିକ୍ଷକ

ପାଟଣା,୨୪।୯(ବୀର କିଶୋର ଦାଶ): ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ ପ୍ରଧାନଶିକ୍ଷକ । ଏହି ଘଟଣାରେ କେନ୍ଦୁଝର ଜିଲା…

୫ ରାଶିଙ୍କ ଉପରେ ଧନବର୍ଷା କରିବେ ଶନି! ଅକ୍ଟୋବର ପ୍ରଥମ ସସ୍ତାହରୁ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ମିଳିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିପାରେ। ଏହି ପରିବର୍ତ୍ତନ ଯୋଗୁ ବୃଷ, ସିଂହ, ତୁଳା, ମକର…

ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ

ଲକ୍ଷ୍ନୌ,୨୪।୯: ଉତ୍ତରପ୍ରଦେଶର ଅମରୋହାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଏକ ଫାର୍ମହାଉସ୍‌ରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?