Posted inଜାତୀୟ

୧୯୬୨ ଯୁଦ୍ଧରେ ଭାରତକୁ ହରାଇଥିଲା ଚାଇନା: ଏବେ ପାକିସ୍ତାନ ସହଯୋଗ କରିବା ଆଶଙ୍କା, ହେଲେ..

ନୂଆଦିଲ୍ଲୀ,୪।୯: ୧୯୬୨ରେ ଭାରତ ଏବଂ ଚୀନ ମଧ୍ୟରେ ଯୁଦ୍ଧ ହୋଇଥିଲା। ହେଲେ ସେତେବେଳେ ଉଭୟ ଦେଶ ପରମାଣୁଶକ୍ତି ସମ୍ପନ୍ନ ନ ଥିଲେ। ଏବେ ପରିସ୍ଥିତି ଓଲଟା। ୫୮ ବର୍ଷ ମଧ୍ୟରେ ପରମାଣୁ ହତିଆର ଭରପୂର ଉଭୟ ଦେଶ। ଏପରିକି ସୈନ୍ୟ ଶକ୍ତି ମାମଲାରେ ଭାରତ ଏବଂ ଚୀନ ବହୁ ଆଗରେ ଅଛନ୍ତି। ବିଶ୍ୱର ବଡ଼ ଏବଂ ମଜଭୂତ ସେନାରେ ଏମାନଙ୍କ ନାମ ଗଣାଯାଏ।

ଡୋକଲାମ ବିବାଦ ସମୟରେ ରକ୍ଷାମନ୍ତ୍ରୀ ଅରୁଣ ଜେଟଲୀ ଚାଇନାକୁ ଇଙ୍ଗୀତ କରି କହିଥିଲେ, ଭାରତ ୧୯୬୨ରୁ ଆଗକୁ ଚାଲିଆସିଛି। ଏଣୁ ଯଦି ଚାଇନା ସହ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୁଏ ତେବେ ଏହା ବେଶ୍‌ ଭୟାବହ ହେବ ବୋଲି କୁହାଯାଉଛି।
ଅପରପକ୍ଷେ ପାକିସ୍ତାନ ମଧ୍ୟ ଚାଇନାକୁ ସମର୍ଥନ କରିପାରେ। ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ନୂଆ ବିବାଦ ମୁଣ୍ଡଟେକିଛି। ଉଭୟ ଚାଇନା ଏବଂ ପାକିସ୍ତାନ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି। ଏଣୁ ନିକଟରେ ଲଦାଖରେ ହୋଇଥିବା ପରିସ୍ଥିତିରେ ପାକିସ୍ତାନ ସାମିଲ ଥିବା କୁହାଯାଉଛି। ଏପରିକି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ ଦେଶର ଭବିଷ୍ୟତ ଚାଇନା ସହ ରହିଥିବା ନେଇ କହିସାରିଛନ୍ତି। ଏଣୁ ଭାରତ ସହ ଯୁଦ୍ଧ ହେଲେ ପାକିସ୍ତାନ ମଧ୍ୟ ଆଗକୁ ଆସିବ ତାହା ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଇସିୟୁରୁ ବାହାରିଲେ ଲାଲୁ ଯାଦବ

ନୂଆଦିଲ୍ଲୀ,୧୧।୭: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଧୀରେ ଧୀରେ ସୁସ୍ଥ ହେଉଛନ୍ତି। ଦିଲ୍ଲୀ ଏମ୍‌ସରେ ଚିକିତ୍ସିତ ହେଉଥିବା ଲାଲୁ ଏହି ଆଇସିୟୁରୁ ବାହାରିଛନ୍ତି। ଏନେଇ...

ଦ୍ୱିତୀୟ ବିବାହ ପାଇଁ ଜିଦ୍‌: ୬୦ ବର୍ଷ ବୟସ୍କ ବ୍ୟକ୍ତି ୧୧ କେଭି ଖୁଣ୍ଟରେ ଚଢ଼ିଲେ

ଜୟପୁର,୧୦।୩: ରାଜସ୍ଥାନର ଧୋଲପୁର ଜିଲାର ଗନିମତରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ସୋବରନ ସିଂ ନାମକ ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଦ୍ୱିତୀୟ...

ଆରଜେଡି ସହ ହାତ ମିଶାଇଲେ ଶରଦ ଯାଦବ

ପାଟନା,୨୦।୩: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କ ଦଳ ଲୋକତାନ୍ତ୍ରିକ ଜନତା ଦଳ (ଏଲଜେଡି)ର ଆରଜେଡିରେ ବିଲୟ ଘଟିଛି। ଏହି ଅବସରରେ ଆରଜେଡି ନେତା ତେଜସ୍ବୀ...

ପଶ୍ଚିମବଙ୍ଗ ଉପନିର୍ବାଚନରେ ଏନ୍‌ଆର୍‌ସିକୁ କଡ଼ା ଜବାବ ମିଳିଛି: ମମତା ବାନାର୍ଜୀ

କୋଲକାତା,୨୮।୧୧: ପଶ୍ଚିମବଙ୍ଗ ବିଧାନସଭା ଉପନିର୍ବାଚନରେ କେନ୍ଦ୍ରର ଭାଜପା ସରକାରଙ୍କ ଏନ୍‌ଆର୍‌ସି ଯୋଜନାକୁ କଡ଼ା ଜବାବ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି। ରାଜ୍ୟର କାଳିଆଗଞ୍ଜ...

ସିଏଏକୁ ବିରୋଧ କରି ମୁସଲମାନ୍‌ ମହିଳା ହୋଇପାରିଛନ୍ତି ସଚେତନ: ସୁମିତ୍ରା ମହାଜନ

ନୂଆଦିଲ୍ଲୀ, ୧୯।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶରେ ବିରୋଧ ଜାରି ରହିଛି। ଏନେଇ କେତେକ ଭାଜପା ନେତା ଭିନ୍ନ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। ଦିଲ୍ଲୀର...

ଏସ୍‌ସି/ଏସ୍‌ଟି ଆଇନ ଉପରେ ସୁପ୍ରିମକୋର୍ଟଙ୍କ ରାୟ: ସମୀକ୍ଷା କରିବ ୩ ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ,୧୪ା୯(ପି.ଟି.): ଅନୁସୂଚିତ ଜାତି/ଜନଜାତି (ଏସ୍‌ସି/ଏସ୍‌ଟି) ଆଇନ ଉପରେ ସୁପ୍ରିମକୋର୍ଟଙ୍କ ୨୦୧୮ ମାର୍ଚ୍ଚ ୨୦ ତାରିଖ ରାୟକୁ ୩ ଜଣିଆ ଖଣ୍ଡପୀଠ ସମୀକ୍ଷା କରିବେ। ରାୟର ପୁନର୍ବିଚାର...

କରୋନା ଭୂତାଣୁ ସଂକ୍ରମଣରେ ତ୍ରିପୁରାର ଜଣଙ୍କର ମୃତ୍ୟୁ

ସେପାହିଜାଲା,୩୦।୧: ତ୍ରିପୁରା ମଧୁପୁର ଥାନା ଅନ୍ତର୍ଗତ ପୁରାଥଲ ରାଜନଗର ଗାଁର ଜଣେ ଯୁବକଙ୍କର କରୋନା ଭୂତାଣୁ ସଂକ୍ରମଣରେ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ଲୋକେ କହିଛନ୍ତି।...

ଜେଟଲୀଙ୍କ ଘରେ ପହଞ୍ଚିଲେ ମୋଦି: ପରିବାର ବର୍ଗଙ୍କୁ ଦେଲେ ସ୍ବାନ୍ତନା

ନୂଆଦିଲ୍ଲୀ,୨୭।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶ ଗସ୍ତରୁ ଫେରି ମଙ୍ଗଳବାର ପୂର୍ବାହ୍ନରେ ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ କୈଳାସ କଲୋନୀ ସ୍ଥିତ ବାସଭବନରେ ପହଞ୍ଚି ତାଙ୍କ...

Advertisement
Archives

Model This Week