Posted inଫୁରସତ

ସାଙ୍ଗରେ ଯୁବତୀଙ୍କ ଡ୍ୟାନ୍ସ ଗ୍ରୁପ ନେଇ ଯାତ୍ରା କରନ୍ତି ଚାଇନାର ଏହି ନେତା !

ବେଜିଂ: ଚାଇନାର ଶାସକ ମାଓ ଜେଡୋଙ୍ଗ ତାଙ୍କ ଲାଇଫ୍‌ ଷ୍ଟାଇଲକୁ ନେଇ ଖୁବ୍‌ ଚର୍ଚ୍ଚିତ। ତାଙ୍କ ଫିଜିସିୟାନ୍‌ ତଥା ଅତି ନିକଟତର ଲି ଝିସୁଇ ତାଙ୍କ ପୁସ୍ତକ ‘The Private Life of Chairman Mao’ରେ ମାଓଙ୍କ ଜୀବନଶୈଳି ବିଷୟରେ ଉଲ୍ଲେଖ କରିଛନ୍ତି। ମାଓ ଯାତ୍ରା କରିବା ସମୟରେ ସାଙ୍ଗରେ ଯୁବତୀଙ୍କ ଏକ ଡ୍ୟାନ୍ସ ଗ୍ରୁପ ନେଇ ଯାତ୍ରା କରନ୍ତି ବୋଲି କୁହାଯାଏ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥାଏ ଯୁବତୀମାନଙ୍କ ସହ ଡ୍ୟାନ୍ସ କରିବା। ଆଉ ଡ୍ୟାନ୍ସ ସରିବା ପରେ ସେମାନଙ୍କ ମଧ୍ୟରୁ ଜଣକୁ ବାଛି ମାଓ କୁଆଡେ ତାଙ୍କ ବେଡ୍‌ରୁମକୁ ଚାଲି ଯାଆନ୍ତି। ସବୁବେଳେ ମାଓଙ୍କୁ କୁଆଡେ ଦରକାର ପଡେ ଯୁବତୀ ପ୍ରେମିକା। କୁହଯାଏ ପରିଷ୍କାର ପରିଚ୍ଛନ୍ନତାକୁ ଏତେଟା ଦୃଷ୍ଟି ଦେଉ ନ ଥିବା ମାଓ କିନ୍ତୁ ବହୁ ଯୁବତୀଙ୍କ ସହ ସମ୍ପର୍କ ରଖନ୍ତି। ପରେ ଏମାନଙ୍କ ମଧ୍ୟରୁ ଅନେକଙ୍କ ସଂକ୍ରମଣ ସମସ୍ୟା ଦେଖାଯାଏ ବୋଲି କୁହାଯାଏ। ତେବେ ଚାଇନାର ଲୋକକଥା ଅନୁଯାୟୀ ବହୁ ନାରୀଙ୍କ ସହ ସମ୍ପର୍କ ରଖିଲେ କୁଆଡେ ତାଙ୍କର ପୁରୁଷତ୍ୱ ଫେରି ଆସିଥାଏ ବୋଲି କୁହାଯାଏ। ତେବେ ମାଓ ସେ ସମୟରେ ସବୁଠାରୁ ଶକ୍ତିଶାଳୀ ନେତା ଥିବାରୁ କେହି ଯୁବତୀ ମଧ୍ୟ ମାଓଙ୍କୁ ଖୋଲାଖୋଲି ବିରୋଧ କରି ପାରନ୍ତି ନାହିଁ। ମାଓ ଆଦୌ ଦାନ୍ତ ଘଷନ୍ତି ନାହିଁ। ତାଙ୍କ ମତରେ ପ୍ରତିଦିନ ସକାଳୁ ସେ ଗରମ ଚା’ରେ ଦାନ୍‌ ସଫା କରନ୍ତି। ହେଲେ ତାହା ଠିକ୍‌ ନୁହେଁ ବୋଲି ଡାକ୍ତର କହିବା ପରେ ବି ସେ ଏହାକୁ ଖାତିର କରନ୍ତି ନାହିଁ। ଶୁଣିବାକୁ ମିଳେ ମାଓ ୧୯୬୬ରେ ୭୦ ବର୍ଷ ବୟସରେ ପଦାର୍ପଣ କରିଥିଲେ ମଧ୍ୟ ନିଜକୁ ଜଣେ ଯୁବକ ବୋଲି କୁହନ୍ତି। ସେହି ସମୟରେ ସେ Cross-Yangtze Swimming Competitionର ଆୟୋଜନ କରିଥିବା ନଜିର ରହିଛି। ଆଉ ଏଥିରେ ଯୋଗ ଦେଇଥିବା ପ୍ରାୟ ୫ ହଜାର ସନ୍ତରଣକାରୀଙ୍କୁ ହରାଇ ସେ ବିଜୟୀ ହୋଇଥିବା କୁହେ ଚାଇନା। ତାଙ୍କର ଶକ୍ତି କୌଣସି ଯୁବକଠାରୁ କମ୍‌ ନୁହେଁ ବୋଲି କୁହାଯାଏ। ତେବେ ମାଓ ଜଙ୍ଗଲି ପରିବେଶରେ ବଢିଥିବାରୁ ସେ କେବେ ଶୌଚାଳୟର ବ୍ୟବହାର କରନ୍ତି ନାହିଁ। ସୁରକ୍ଷାକର୍ମୀଙ୍କ ସହ ସେ ଶୌଚ ହେବାପାଇଁ କୁଆଡେ ଜଙ୍ଗଲ ଯାଆନ୍ତି ବୋଲି କୁହାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟସେବାରେ ପ୍ରାଣୀ ଚିକିତ୍ସକ

ମଣିଷର ଜୀବନଧାରଣରେ ପ୍ରାଣୀ ସମ୍ପଦର ଗୁରୁତ୍ୱକୁ ଉପଲବ୍ଧି କରି ୨୦୦୧ ମସିହାଠାରୁ ସମଗ୍ର ବିଶ୍ୱରେ ପାଳିତ ହୋଇଆସୁଅଛି ”ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ“। ପ୍ରତିବର୍ଷ ଏପ୍ରିଲ...

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri