Posted inଜାତୀୟ

ଏଲ୍‌ଏସିରେ ଚାଇନାର ଦାଦାଗିରି: ୨୦ ହଜାର ସୈନ୍ୟ କଲା ମୁତୟନ

ଲଦାଖ, ୧।୭: ଚାଇନାର ଦାଦାଗିରି ଜାରି ରହିଛି। ଗଲଓ୍ବାନ ଘାଟିର ହିଂସକ ସଂଘର୍ଷ ପରେ ଭାରତ ଚାଇନା ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଉଦ୍ୟମ କରାଯାଇଥିଲା। ଚାଇନା ଗୋଟିଏ ପଟେ ଶାନ୍ତିର କଥା କହୁଥିବାବେଳେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ସୈନ୍ୟ ଠୁଳ କରିବାରେ ଲାଗିଛି। ଇତିମଧ୍ୟରେ ପୂର୍ବ ଲଦାଖଠାରେ ଚାଇନା ୨୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ପୂର୍ବ ଲଦାଖ ଅଞ୍ଚଳର ଏଲ୍‌ଏସିରେ ଦୁଇ ଡିଭିଜନ ସେନାଙ୍କୁ ମୁତୟନ କରିଛି। ସେମାନଙ୍କ ମଧ୍ୟରେ ମାଉଣ୍ଟେନ୍‌ ଡିଭିଜନର ଯବାନମାନେ ରହିଛନ୍ତି। ଏହି ସ୍ଥାନଠାରୁ ପ୍ରାୟ ହଜାରେ କିଲୋମିଟର ଦୂରରେ ଉତ୍ତର ଶିନ୍‌ଜିୟାଙ୍ଗ୍‌ଠାରେ ଚାଇନା ୧୦ ହଜାର ସୈନ୍ୟଙ୍କୁ ଏକତ୍ରିତ କରିଛି। ଭାରତ ସୀମାରେ ପହଞ୍ଚିବା ଲାଗି ଚାଇନା ସୈନ୍ୟଙ୍କୁ ପ୍ରାୟ ୪୮ ଘଣ୍ଟା ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ସାଧାରଣତଃ ତିବ୍ବତ ଅଞ୍ଚଳରେ ଚାଇନାର ଦୁଇ ଡିଭିଜନ ସୈନ୍ୟ ରହିଥାନ୍ତି। କିନ୍ତୁ ଏବେ ସେମାନଙ୍କ ସଂଖ୍ୟା ଚାଇନା ବଢ଼ାଇବାରେ ଲାଗିଛି। ଫଳରେ ସୀମାରେ ଉତ୍ତେଜନା ବୃଦ୍ଧି ପାଉଥିବା କୁହାଯାଉଛି। ଏଭଳି ସ୍ଥିତି ସେପ୍ଟେମ୍ବର-ଅକ୍ଟୋବର ପର୍ଯ୍ୟନ୍ତ ଲାଗି ରହିବାର ଆଶଙ୍କା ରହିଛି। ଏହି ସମୟରେ ପ୍ରବଳ ଥଣ୍ଡାଯୋଗୁ ବରଫପାତ ହେଲେ ଦୁଇ ପକ୍ଷ ହୁଏତ ନିଜ ନିଜ ସୈନ୍ୟଙ୍କୁ ହଟାଇ ନେବେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷାକର୍ମୀଙ୍କୁ ସଫଳତା, ଏନ୍‌କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ, ଚାଇନିଜ ଗ୍ରେନେଡ ଜବତ…

ଶ୍ରୀନଗର, ୧୮।୮ : ଦେଶରେ ଆତଙ୍କବାଦ ବିସ୍ତାର ପାଇଁ ପାକିସ୍ତାନ ଷଡଯନ୍ତ୍ର ଜାରି ରଖିଛି। ସୀମାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଯୋଗୁୁ ପାକିସ୍ତାନ ବର୍ତ୍ତମାନ ଆତଙ୍କବାଦ...

ତେଲେଙ୍ଗାନା ବିଧାନସଭାରେ ସିଏଏ, ଏନ୍‌ଆରସି, ଏନ୍‌ପିଆରକୁ ବିରୋଧ

ହାଇଦ୍ରାବାଦ,୧୬।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ଏନ୍‌ଆରସି ଓ ଏନ୍‌ପିଆର ବିରୋଧରେ ତେଲେଙ୍ଗାନା ବିଧାନସଭାରେ ଏକ ପ୍ରସ୍ତାବ ପାସ୍‌ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ...

ବିରୋଧୀ ଏକାଠି ହେଲେ ୨୦୨୪ରେ ଭାଜପା କଠିନ ସମୟର ସମ୍ମୁଖୀନ ହେବ: ଥରୁର

ନୂଆଦିଲ୍ଲୀ,୧୮ା୨(ପି.ଟି.): ୨୦୨୪ ଲୋକ ସଭା ନିର୍ବାଚନ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ପୂର୍ବାନୁମାନ କରିଛନ୍ତି। ଭାଜପାକୁ ପରାସ୍ତ କରିବା ଲାଗି...

ମୁସଲମାନ ପକ୍ଷଙ୍କୁ ଭୁଲ୍‌ ସୁଧାରିବାକୁ ହେବ: ୟୁପି ମୁଖ୍ୟମନ୍ତ୍ରୀ

ବାରାଣସୀ,୧।୮: ବାରାଣସୀର ଜ୍ଞାନବାପି ମସ୍‌ଜିଦକୁ ନେଇ ହିନ୍ଦୁ ଓ ମୁସଲମାନ ପକ୍ଷଙ୍କ ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ସମସ୍ୟାର ସମାଧାନ ପାଇଁ ସରକାର ସମସ୍ତ ଉଦ୍ୟମ କରୁଥିବା...

ଚାଷୀ ସଂଗଠନ ପକ୍ଷରୁ ୮ ଘଣ୍ଟିଆ ଉପବାସ: ଗାଜିପୁରରେ ଇଣ୍ଟରନେଟ୍‌ ସେବା ବନ୍ଦ

ନୂଆଦିଲ୍ଲୀ, ୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୩ତମ ପୁଣ୍ୟତିଥି ଅବସରରେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀ ସଂଗଠନ ପକ୍ଷରୁ ଶନିବାର ୮...

ଚୌତାଲା ଦୋଷୀ ସାବ୍ୟସ୍ତ, ମେ’୨୬ରେ ଦଣ୍ଡାଦେଶ…

ନୂଆଦିଲ୍ଲୀ, ୨୧।୫ : ବେଆଇନ ସମ୍ପତ୍ତି ମାମଲାରେ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି।...

ନୀତୀଶଙ୍କ ତାମିଲନାଡୁ ଗସ୍ତ ବାତିଲ

ପାଟନା, ୨୦।୬: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ତାମିଲନାଡୁ ଯାତ୍ରା ହଠାତ୍‌ ବାତିଲ ହୋଇଛି। ସିଏମ ନୀତୀଶ କୁମାରଙ୍କୁ ଆଜି ତାମିଲନାଡୁ ଯିବାକୁ ଥିଲା। ବର୍ତ୍ତମାନ...

ମଧ୍ୟପ୍ରଦେଣ ଡାକ୍ତରଙ୍କୁ ମିଳିବ ୨୦୧୬ଠାରୁ ସପ୍ତମ ବେତନ କମିଶନ ଦରମା…

ଭୋପାଳ,୨୯।୮: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍ତି ରାଜ୍ୟର ମେଡିକାଲ କଲେଜଗୁଡ଼ିକର ଡାକ୍ତରମାନେ ୧ ଜାନୁୟାରୀ ୨୦୧୬ ଠାରୁ ପର୍ଯ୍ୟାୟକ୍ରମେ ଦରମା ବୃଦ୍ଧି...

Advertisement
Archives

Model This Week