Posted inଜାତୀୟ

ଚାଇନା ଆପ୍‌ ବ୍ୟାନ୍‌: ଚିଙ୍ଗାରି ଆପ୍‌କୁ ଡାଉନଲୋଡ୍‌ କଲେଣି ଲକ୍ଷେରୁ ଅଧିକ ୟୁଜର

ନୂଆଦିଲ୍ଲୀ, ୩୦।୬: ଭାରତରେ ଚାଇନାର ୫୯ଟି ଆପ୍‌କୁ ବ୍ୟାନ୍‌ କରାଯିବା ଲାଗି ଘୋଷଣା କରାଯାଇଛି। ଏସମ୍ପର୍କିତ ଘୋଷଣା ପରେ ୟୁଜର ଟିକ୍‌ଟକ୍‌ର ଭାରତୀୟ ଭର୍ସନ ଚିଙ୍ଗାରି ଆପ୍‌ ଡାଉନଲୋଡ୍‌ କରୁଛନ୍ତି। ସୋମବାରଠାରୁ ଇତିମଧ୍ୟରେ ଲକ୍ଷେରୁ ଅଧିକ ୟୁଜର ଏହି ଆପ୍‌କୁ ଡାଉନଲୋଡ୍‌ କରିସାରିଛନ୍ତି। ପ୍ରତିଘଣ୍ଟାରେ ଏହି ଆପ୍‌କୁ ୨୦ ଲକ୍ଷରୁ ଅଧିକ ୟୁଜର ଭିୟୁ କରୁଥିବା ଜଣାପଡ଼ିଛି। ଚିଙ୍ଗାରି ଆପ୍‌ ଇଂଲିଶ୍‌, ହିନ୍ଦୀ, ବେଙ୍ଗଲୀ,ଗୁଜରାଟୀ, ମରାଠୀ, ପଞ୍ଜାବୀ ସମେତ ୧୦ଟି ଭାଷାରେ ଉପଲବ୍ଧ ହେଉଛି। ଏହି ଆପ୍‌କୁ ବେଙ୍ଗାଲୁରର ପ୍ରୋଗ୍ରାମର ବିଶ୍ୱାତ୍ମା ନାୟକ ଏବଂ ସିଦ୍ଧାର୍ଥ ଗୌତମ ଗତ ବର୍ଷ ପ୍ରସ୍ତୁତ କରିଥିଲେ। ପୂର୍ବରୁ ଏହି ଆପ୍‌କୁ ୩୦ ଲକ୍ଷ ୟୁଜର ଡାଉନଲୋଡ୍‌ କରିଥିଲେ। ତେବେ ଗତ କିଛି ଘଣ୍ଟା ମଧ୍ୟରେ ୟୁଜରଙ୍କକ ମଧ୍ୟରେ ଏହି ଆପ୍‌ର ଲୋକପ୍ରିୟତା ବଢ଼ି ଚାଲିଛି। ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହି ଆପ୍‌କୁ ଡାଉନଲୋଡ୍‌ କରି ସାରିଥିବା ଟୁଇଟ୍‌ କରି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅଙ୍କ ବିବାହ ବୟସସୀମା ୧୮ ପରିବର୍ତ୍ତେ ୨୧ କରାଯାଉ,ସୁପ୍ରିମକୋର୍ଟ ଗଲେ ଭାଜପା ନେତା

ନୂଆଦିଲ୍ଲୀ, ୧୪।୮: ଝିଅଙ୍କ ବିବାହ ବୟସସୀମା ୧୮ ପରିବର୍ତ୍ତେ ୨୧ କରାଯାଉ ବୋଲି ଦାବି କରିଛନ୍ତି ଭାଜପା ନେତା ଅଶ୍ୱିନୀ ଉପାଧ୍ୟାୟ। ଏନେଇ ସେ ସୁପ୍ରିମକୋର୍ଟରେ...

ପଡ଼ୋଶୀଙ୍କୁ ସମ୍ଭାଳିବାକୁ ପଡ଼ିବ

ନୂଆଦିଲ୍ଲୀ,୨୭ା୬: ଚାଇନା ସହ ସୀମା ବିବାଦ ବଢ଼ୁଥିବାବେଳେ ଏହି ସଙ୍କଟରୁ ଫାଇଦା ଉଠାଇବା ପାଇଁ ଭାରତକୁ ସମସ୍ତ ସମ୍ଭାବ୍ୟ ରଣନୈତିକ ବିକଳ୍ପ ଉପରେ ଚିନ୍ତା କରିବାକୁ...

ହେଲମେଟ୍‌ର ଓଜନ ଦେଢ଼ କିଲୋରୁ ଊର୍ଦ୍ଧ୍ୱ ହେଲେ ଲାଗିପାରେ ଜରିମାନା!

ଭୋପାଳ,୧୮।୮: ମଧ୍ୟପ୍ରଦେଶରେ ଟ୍ରାଫିକ୍‌ ନିୟମ ଏବେ କଡ଼ାକଡ଼ି ହେବାକୁ ଯାଉଛି। ପରିବହନ ବିଭାଗ, ନାପଟୋଲ ଓ ଟ୍ରାଫିକ୍‌ ପୋଲିସ ମିଳିତ ଭାବେ ଏବେ ସ୍ବତନ୍ତ୍ର ଯାଞ୍ଚ...

ସମାଜ କାମରେ ଆସୁ ନ ଥିବା ପାଠପଢ଼ା ନୁହେଁ ପ୍ରକୃତ ଶିକ୍ଷା: ଉପରାଷ୍ଟ୍ରପତି

ଚଣ୍ଡିଗଡ଼,୨୯।୪: ସମାଜ କାମରେ ଆସୁ ନ ଥିବା ପାଠପଢ଼ା ପ୍ରକୃତ ଶିକ୍ଷା ନୁହେଁ ବୋଲି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ କହିଛନ୍ତି। ପଞ୍ଜାବ ବିଶ୍ୱବିଦ୍ୟାଳୟର ଏକ ଦିକ୍ଷାନ୍ତ...

ଭାରତରେ ଇରାନ ବହିର୍ବ୍ୟାପାର ମନ୍ତ୍ରୀ

ନୂଆଦିଲ୍ଲୀ,୧୫ା୧(ପି.ଟି.): ଇରାନର ବହିର୍ବ୍ୟାପାର ମନ୍ତ୍ରୀ ଜଭାଦ୍‌ ଜରିଫ୍‌ ୩ ଦିନିଆ ଭାରତ ଗସ୍ତରେ ଆସି ମଙ୍ଗଳବାର ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଇରାନ-ଆମେରିକା ମଧ୍ୟରେ ତିକ୍ତତା ବଢ଼ୁଥିବାବେଳେ ଜରିଫ୍‌ଙ୍କ...

ସିଏଏକୁ ନେଇ ଭାଜପା-କେରଳ ସରକାର ମୁହାଁମୁହିଁ: ‘ବିଧାନସଭାର ବିଶେଷାଧିକାର ରହିଛି’

ଥିରୁଭାନନ୍ତପୁରମ୍‌,୨ା୧: ସିଏଏକୁ ବିରୋଧ ସହ ଏହାକୁ ପ୍ରତ୍ୟାହାର କରିବା ଲାଗି କେରଳ ସରକାର ବିଧାନସଭାରେ ଏକ ପ୍ରସ୍ତାବ ଗୃହୀତ କରିବା ପରେ ଭାଜପା ପକ୍ଷରୁ ଏଭଳି...

ନେପାଳ ସୀମା ଦେଇ ଉତ୍ତର ପ୍ରଦେଶ ଆସୁଛନ୍ତି ଆତଙ୍କବାଦୀ

ଲକ୍ଷ୍ନୌ,୨୦।୧୦: ଆଗାମୀ ଦୀପାବଳିରେ ଉତ୍ତର ପ୍ରଦେଶର ପ୍ରମୁଖ ସହରରେ ଆକ୍ରମଣ ଯୋଜନା କରି ନେପାଳ ସୀମା ଦେଇ ଆତଙ୍କବାଦୀ ଉତ୍ତର ପ୍ରଦେଶରେ ପ୍ରବେଶ କରୁଥିବା ଅନୁମାନ...

ସ୍ବାଧିନତା ଦିବସରେ ଦେଶବାସୀଙ୍କୁ ବଡ ଉପହାର ଦେଇ ପାରନ୍ତି ମୋଦି

ନୂଆଦିଲ୍ଲୀ,୧୪।୮: ଆଉ ମାତ୍ର କେଇ ଘଣ୍ଟା ପରେ ଦେଶ ପାଳିବ ସ୍ବାଧିନତା ଦିବସ। ଏହି ଦିବସରେ ପ୍ରଧାନମନ୍ତ୍ରୀଙ୍କ ଯୋଗଦାନକୁ ନେଇ ଏବେ ବିଭିନ୍ନ ପ୍ରକାର ଆଲୋଚନା...


Coronavirus Update

Archives

Model This Week

Why Dharitri